ବରଯାତ୍ରୀ ଶୋଭାଯାତ୍ରାରେ ଆସି କନ୍ୟା ଘର୍ ଗାଆଁ ବୈଦେଶ୍ଵର ରେ ବୁଲାଇଲେ ଖଣ୍ଡା। ଦୁଇ ଜଣ ଗିରଫ

ବାଙ୍କୀ , ପ୍ରବାହ ନ୍ୟୁଜ୍ : ବାଙ୍କୀ ବ୍ଲକ୍ ଅନ୍ତର୍ଗତ ବୈଦେଶ୍ଵର୍ ଗ୍ରାମ ର କନ୍ୟା ସହିତ ତିଗିରିଆ ଥାନା ଅନ୍ତର୍ଗତ ବିନ୍ଧାଣିମା ଗ୍ରାମ ର ବର ସହିତ ଵିଵାହ ଉତ୍ସବ କୁ ଯାଉଥିବା ବେଳେ ହେଲା ମହା ଭାରତ। ଯାହାକୁ ନେଇ ତୁମୁଳ କାଣ୍ଡ ଘଟିବା ପରେ ପୋଲିସ ତିନି ଗୋଟି ଗାଡି ସହିତ ଦୁଇ ଜଣ ଡ୍ରାଇଭର କୁ ଗିରଫ କରି ଅଦାଲତ ଚାଲାଣ କରିଛି। ସୂଚନା ଅନୁସାରେ ବୈଦେଶ୍ଵର୍ ଗ୍ରାମ ର କୈଳାସ ଖଟୁଆ ଙ୍କ କନ୍ୟା ସହିତ ବିନ୍ଧାଣିମା ର ବର ସହିତ ଵିଵାହ ସ୍ଥଳ କୁ ଯିବା ପାଇଁ ବରଯାତ୍ରୀ ଦଳ ବୈଦେଶ୍ଵର ଗ୍ରାମ ରୁ ଗ୍ରାମ୍ୟ ବ୍ୟାଙ୍କ୍ ଛକ ଦେଇ ରାମନାଥ ଙ୍କ ପୀଠ କୁ ଯାଉଥିଲା। ଅଧିକାଂଶ ବରଯାତ୍ରୀ ନିଶାଶକ୍ତ ଅବସ୍ଥାରେ ଥିଲେ। ସମସ୍ତେ ଶୋଭାଯାତ୍ରା ରେ ଯାଉଥିବା ବେଳେବିପରୀତ ଦିଗ ରୁ ଆସୁଥିବା ଗୋଟିଏ କାର କୁ ସାଇଡ ମରା କୁ ନେଇ କାର ରେ ଯାଉଥିବା ବୈଦେଶ୍ଵର୍ ଗ୍ରାମ ର ସୁବଳ ଦାଶ ଙ୍କ ପୁଅ ଓ ବୋହୂ ତାଙ୍କ ଶ୍ଵଶୁର ଘର୍ କୁ ଯାଉଥିଵା ବେଳେ ବୈଦେଶ୍ଵର୍ ବାସିନ୍ଦାହୋଈ ଥିବାରୁ ବରଯାତ୍ରୀ ଦଳ କାର କୁ ବାଡାଉଥିବା ଯୁବକ ଙ୍କୁ ବାରଣ କରିଥିଲେ ମାତ୍ର କେହି ଶୁଣି ନ ଥିଲେ। ଫଳରେ ଆରମ୍ଭ ହେଲା ହାତାହାତି। ପରେ ଆଗରେ ରହିଥିବା ସ୍କର୍ପିଓ ଗାଡିରୁ ଜଣେ ଯୁବକ ଏକ ଖଣ୍ଡା ଆଣି ଭୟଭୀତ କରି ଶେଷରେ ଖଣ୍ଡା ରେ ତିନି ଜଣ ଙ୍କୁ ଆକ୍ରମଣ କଲା। ସମସ୍ତେ ଆହାତ ହୋଇ କଳାପଥର ଡାକ୍ତରଖନା ରେ ଚିକିତ୍ସିତ ହୋଇ ଫେରିଛନ୍ତି ସେପଟେ ଖବର ପାଇ ପୋଲିସ ପହଞ୍ଚି ସ୍କର୍ପିଓ, କାର, ଓ ଡିଜେ ବାଜୁଥିବା ଗାଡ଼ିକୁ ଆଣି ଥାନାରେ ଅଟକ ରଖି ଥିଲା। ଆଜି ବିନ୍ଧାଣିମା ଗ୍ରାମ ର ସନ୍ତୋଷ କୁମାର ବେହେରା ଓ ଦିବ୍ୟ ରଞ୍ଜନ ଚିନାରା ଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି ପୋଲିସ। ମାତ୍ର ପ୍ରକୃତ ଯେଉଁ ଯୁବକ ଜଣକ ଖଣ୍ଡା ରେ ଆକ୍ରମଣ କରିଛି ସେହି ଖଣ୍ଡା କୁ ପୋଲିସ ଉଦ୍ଧାର କରି ନ ପାରି ଗାଡ଼ିର ଡ୍ରାଇଭର କୁ ଗିରଫ କରିବାରୁ ଗିରଫ ହୋଇଥିବା ଯୁବକ ଙ୍କ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରକୃତ ପକ୍ଷେ ଗଣ୍ଡଗୋଳ ଆରମ୍ଭ କରି ଶୋଭାଯାତ୍ରାରେ ଆତଙ୍କ ସୃଷ୍ଟି କରିଥିବା ସମସ୍ତ ଯୁବକ