ଆର୍ମି ଏୟାର ଡିଫେନ୍ସ ଅଗ୍ନିଭର୍ସ ଙ୍କ ଫାୟାରିଂ ସଫଳତା ହାସଲ କରିଛି

ଛତ୍ରପୁର 21.07.23 : ଆର୍ମି ଏୟାର ଡିଫେନ୍ସ ଅଗ୍ନିଭର୍ସ ଙ୍କ ଅଗ୍ରଗାମୀ ବ୍ୟାଚ୍ ଗୋପାଳପୁର ଆର୍ମି ଏୟାର ଡିଫେନ୍ସ ସେଣ୍ଟରରେ ପ୍ରଶିକ୍ଷଣ ନେଉଥିବା ସୈନିକ ମାନଙ୍କର ତାଲିମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଅବସରରେ ଆଜି ଗୋପାଳପୁର ସମୁଦ୍ର କୂଳରେ ଫାୟାରିଂ ରେଞ୍ଜ ପ୍ରଶିକ୍ଷଣ ଦିଆୟାଇଥିଲା । ସମସ୍ତ ଅଗ୍ନିଭର୍ସ ସୈନିକଗଣ ଫାୟାରିଂ ପ୍ରଶିକ୍ଷଣଟିକୁ ସଫଳ କରାଇ ଏକ ମାଇଲ ଖୁଣ୍ଟରେ ପହଞ୍ଚିଛନ୍ତି । ଦୀର୍ଘଦିନଧରି ସେମାନେ ଗ୍ରହଣ କରୁଥିବା ପ୍ରଶିକ୍ଷଣ ଆଗାମୀ ଅଗଷ୍ଟ 5 ତାରିଖ ଦିନ ଶ୍ଷ ହେବାକୁ ଯାଉଛି । ସମସ୍ତ ଅଗ୍ନିଭର୍ସ ସୈନିକଗଣ ପାସ୍ ଆଉଟ୍ ହୋଇ ନିଜନିଜ ଗନ୍ତବ୍ୟରେ ସକ୍ରିୟ ଯୋଗଦାନ କରିବା ନିମନ୍ତେ ପ୍ରସ୍ତୁତ ଅଛନ୍ତି ବୋଲି ଆର୍ମି ଅଧିକାରୀ ରୋହିତ ଦାଶ ବ୍ଯକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *