ନିର୍ବାଚନୀ ବଣ୍ଡ୍‌ ସଂକ୍ରାନ୍ତ ତଥ୍ୟ ସାର୍ବଜନୀନ କଲେ ନିର୍ବାଚନ ଆୟୋଗ

ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ପାଳନ କରି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ନିର୍ବାଚନୀ ବଣ୍ଡ୍‌ ସଂକ୍ରାନ୍ତ ତଥ୍ୟକୁ ଆଜି ଭାରତୀୟ ନିର୍ବାଚନ ଆୟୋଗ ‘‘ଯଥା ସ୍ଥିତି’’ ନିଜ ୱେବସାଇଟ୍‌ରେ ଅପଲୋଡ୍‌ କରିଛନ୍ତି । ଏସବିଆଇ ଠାରୁ ମିଳିଥିବା ତଥ୍ୟ ନିର୍ବାଚନ ଆୟୋଗଙ୍କ ୱେବସାଇଟ୍‌ https://www.eci.gov.in/candidate-politicalparty ୟୁଆରଏଲ୍‌ରେ ଉପଲବ୍ଧ ରହିଛି ।

୨୦୨୪ ଫେବ୍ରୁଆରି ୧୫, ମାର୍ଚ୍ଚ ୧୧ ଏବଂ ମାର୍ଚ୍ଚ ୧୮ ତାରିଖରେ (୨୦୧୭ର ଡବ୍ଲ୍ୟୁପିସି ନଂ-୮୮୦ ମାମଲାରେ) ଦିଆଯାଇଥିବା ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଆଜି ଅର୍ଥାତ୍ ୨୧ ମାର୍ଚ୍ଚ, ୨୦୨୪ରେ ନିର୍ବାଚନୀ ବଣ୍ଡ ସମ୍ବନ୍ଧୀୟ ତଥ୍ୟ ନିର୍ବାଚନ ଆୟୋଗ (ଇସିଆଇ)କୁ ପ୍ରଦାନ କରିବା ପରେ ଏହାକୁ ସାର୍ବଜନୀନ କରାଯାଇଛି।

Leave a Reply

Your email address will not be published. Required fields are marked *