ଜିଲ୍ଲା ଶିକ୍ଷାଧିକାରୀଙ୍କ ସ୍ୱେଚ୍ଛାଚାରୀ ନିଷ୍ପତି ଓ କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହର ପାଇଁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଆର୍‌ଡିସିଙ୍କ ଜରିଆରେ ନିବେଦନ କଲା ଶିକ୍ଷା ବଞ୍ଚାଅ ଅଭିଯାନ

ବ୍ରହ୍ମପୁର,ପ୍ରବାହ ନ୍ୟୁଜ୍‌ : ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଜଣେ କନିଷ୍ଠ କିରାଣୀ ପଙ୍କଜ କୁମାର ପାଣିଗ୍ରାହୀଙ୍କୁ ଚାକିରୀରୁ ବହିଷ୍କାର କରି ଗଂଜାମ ଜିଲ୍ଲା ଶିକ୍ଷାଧିକାରୀ ଏକ ଗରୀବ ପରିବାରକୁ ଦାଣ୍ଡର ଭିକାରୀ କରିଦେଇଛନ୍ତି । ସମସ୍ତ ଅ ।ବେଦନ ନିବେଦନ ସତ୍ତ୍ୱେ ଅମାନବୀୟ ଭାବେ ଜଣେ ସ୍ୱଳ୍ପ ବେତନ ଭୋଗୀ କର୍ମଚାରୀଙ୍କୁ ଚାକିରୀରୁ ବହିଷ୍କାର କରିବା ବିରୁଦ୍ଧରେ ଗଞ୍ଜାମ ଜିଲ୍ଲା ଶିକ୍ଷା ବଞ୍ଚାଅ ଅଭିଯାନ ତରଫରୁ ବିଭିନ୍ନ ପତ୍ର ପତ୍ରିକା ମାଧ୍ୟମରେ ନିଜର ଅସନ୍ତୋଷ ପ୍ରକାଶ କରାଯାଇଛି । ଜଣକୁ ଚାକିରୀ ଦେଇ ନପାରିବା ବେଳେ ନିଜର ସ୍ୱେଚ୍ଛାଚାରୀ ନିଷ୍ପତ୍ତି ଦ୍ୱାରା କିଭଳି ଗୋଟିଏ ପରିବାରକୁ ସର୍ବସ୍ୱାନ୍ତ କରାଯାଇପାରେ ତାର ଜ୍ୱଳନ୍ତ ଉଦାହରଣ ହେଉଛି ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟକଳାପ । ତାଙ୍କର ଏହି ନିଷ୍ପତ୍ତି ପ୍ରତ୍ୟାହାର କରି କନିଷ୍ଠ କିରାଣୀ ପଙ୍କଜ କୁମାର ପାଣିଗ୍ରାହୀଙ୍କୁ ପୁନଃ ଅବସ୍ଥାପିତ କରିବାପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ଅଦ୍ୟ ଗଞ୍ଜାମ ଜିଲ୍ଲା ଶିକ୍ଷା ବଞ୍ଚାଅ ଅଭିଯାନ ତରଫରୁ ମହାମହିମ ରାଜ୍ୟପାଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ନିବେଦନ ପତ୍ର ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଜରିଆରେ ପ୍ରଦାନ କରାଯାଇଛି । ସଭାପତି ରବି ରଥଙ୍କ ନେତୃତ୍ୱରେ କାର୍ଯ୍ୟକାରୀ ସଭାପତି ତଥା ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚର ସଭାପତି ରାଜେନ୍ଦ୍ର କୁମାର ପଣ୍ଡା, ଉପସଭାପତି ତଥା ରାଜ୍ୟ ସେବାନିବୃତ୍ତ ବିକାଶ ମଞ୍ଚର ସଂପାଦକ ଶ୍ୟାମସୁନ୍ଦର ଖାଡ଼ଙ୍ଗା, ଓଷ୍ଟାର ଗଞ୍ଜାମର ପୂର୍ବତନ ସଂପାଦକ ତଥା ଅଭିଯାନର ସାଧାରଣ ସମ୍ପାଦକ କାମରାଜୁ ମହାରଣାଙ୍କ ସମେତ ଶିକ୍ଷକ ମହାସଂଘର ସଂପାଦକ ଅଶୋକ କୁମାର ଦଳାଇ, ସମାଜସେବୀ ମାନସ ରଞ୍ଜନ ତ୍ରିପାଠୀ, ସାମ୍ବାଦିକ ରଞ୍ଜନ କୁମାର ସାହୁ, ସୁଶାନ୍ତ କର, ପବିତ୍ର କୁମାର ଚୌଧୁରୀ, ସମାଜସେବୀ ରାମକୃଷ୍ଣ ପାତ୍ର, କାଳୀ ଦାସ ପ୍ରମୁଖ ଉପସ୍ଥିତ ରହି ଆର୍‌ଡିସିଙ୍କୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଅବଗତ କରାଇଥିଲେ ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *