ସୂର୍ଯ୍ୟବଂଶୀଙ୍କୁ ସାକ୍ଷାତ କଲେ ମିଶନ୍ ଜ୍ୟୋତି ଟ୍ରଷ୍ଟର ପ୍ରତିନିଧି ଦଳ

ଦାବୀ କଲେ ସ୍ଥାୟୀ ସମାଧାନ, ମନ୍ତ୍ରୀ ଦେଲେ ପ୍ରତିଶୃତି
ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ଦୀର୍ଘ ଦିନ ପରେ ସରକାର ପରିବର୍ତନ ହେଇଛି। ଓଡିଶା ରାଜ୍ୟରେ ନୂଆ ବିଜେପି ସରକାର ଆସିଛି । ୟାରୀ ଭିତରେ ଅନେକ ନୂଆ ମୁହଁ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଛନ୍ତି। ଏଇ ନୂଆ ମନ୍ତ୍ରୀ ମାନଙ୍କ ମଧ୍ୟରୁ ଅନ୍ୟତମ ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା କ୍ଷେତ୍ରର ବିଧାୟକ ସୂର୍ଯ୍ୟବଂଶୀ ସୁରଜ। ନୂତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ସୂର୍ଯ୍ୟବଂଶୀ ସୁରଜ ଙ୍କ ଉପରେ ଆସ୍ତା ପ୍ରକଟ କରି ଉଚ୍ଚଶିକ୍ଷା,କ୍ରୀଡ଼ା ଏବଂ ଯୁବ ସେବା,ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଗୁରୁ ଦାଇତ୍ୱ ଦେଇଛନ୍ତି।
ଦୀର୍ଘ ୭୭ ବର୍ଷ ହେଵ ଆମ ଦେଶ ସ୍ୱାଧୀନ ହେଇଛି, ଆଉ କେଇଟା ଦିନପରେ ୭୮ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛେ। କିନ୍ତୁ ସେଥିରୁ ବାଦ୍ ପଡି ଯାଇଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ, ଚିଙ୍ଗୁଡ଼ିପାଳ ପଞ୍ଚାୟତ ର ନଗଡ଼ା ଗ୍ରାମ। ଏହି ” ନଗଡା ” ସାରା ରାଜ୍ୟରେ ସବୁବେଳେ ସମସ୍ୟା ଘେରରେ ରହିଥାଏ। ଭୋଟ୍ ଆସେ ପୁଣି ଭୋଟ୍ ଯାଏ କିନ୍ତୁ ଏ ନଗଡାବାସୀଙ୍କ ଦୁଃଖ ସବୁବେଳେ ଯେମିତି ସେମିତି ହୋଇ ରହିଥାଏ।

କେତେବେଳେ ଅପପୃଷ୍ଟିରେ ଏକ ନମ୍ବର ତ ପୁଣି କେତେବେଳେ ଖାଇବାକୁ ନ ପାଇ ଅକାଳ ବିୟୋଗ, ଏମିତି ସବୁବେଳେ ସମସ୍ୟା ଲାଗି ରହିଥାଏ। ଆମେ ବିଳାସ ପୂର୍ଣ୍ଣ ଜୀବନ ଜାପାନ କରୁଥିବା ବେଳେ ସେମାନେ କିନ୍ତୁ ସ୍ୱାସ୍ଥ୍ୟ ସମସ୍ୟା, ଶିକ୍ଷା ସମସ୍ୟା, ସେହିପରି ପିଇବା ପାଣିର ସମସ୍ୟା, ରାସ୍ତା ସମସ୍ୟା, ବିଦ୍ୟୁତ ସମସ୍ୟା ଭଳି ଅନେକ ଦିନଚର୍ଯ୍ୟ ରେ ବି ସମସ୍ୟା ଦେଇ ଗତି କରୁଛନ୍ତି । ଏହି ସବୁ ସମସ୍ୟା ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରଶ୍ମିଲତା ବଳ ନାମକ ଜଣେ ମହିଳାଙ୍କୁ ଏହି ଦୁଃଖଦ,ହୃଦୟ ବିଦାରକ ଘଟଣା ଆଶ୍ଚର୍ଯ୍ୟ କରିଥିଲା,ପରବର୍ତୀ ସମୟରେ ଶ୍ରୀମତୀ ବଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସମାଜ ସେବା କରୁଥିବା ଯୁବକ ଓ ଯୁବତୀ ମାନଙ୍କୁ ଏକତ୍ରିତ କରି ‘ ମିଶନ ଜ୍ୟୋତି ଟ୍ରଷ୍ଟ, ଓଡିଶା ‘ ନାମରେ ଏକ ଅନୁଷ୍ଠାନ ଠିଆ କରିଥିଲେ । ଏହି ଅନୁଷ୍ଠାନ ର ରେଜିଷ୍ଟ୍ରସନ ନମ୍ବର – ୪୧୧୩୨୪୦୩୩୬୭ ଅଟେ।

ଶ୍ରୀମତୀ ରଶ୍ମିଲତା ବଳଙ୍କ ଅଧକ୍ଷତା ରେ ଏହି ମିଶନ୍ ଜ୍ୟୋତି ଟ୍ରଷ୍ଟ ଟିମ୍ ବହୁବାର ନଗଡା ଗ୍ରସ୍ତ କଲାଣି। ସମାଜକୁ ‘ ପ୍ରୟାସ ଏକ ପରିବର୍ତ୍ତନ ର ‘ ବାର୍ତ୍ତା ଦେଇ ନଗଡାବାସୀଙ୍କୁ ପରିବର୍ତ୍ତନ କରାଇବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ହାତକୁ ନେଉଛନ୍ତି। ଯେମିତିକି ପ୍ରାଥମିକ ସ୍ୱାସ୍ଥ୍ୟ ଶିବିର, ବିଭିନ୍ନ ପ୍ରକାରର ଖାଦ୍ୟ, ଆଶାବାବପତ୍ର ଆଦି ଜଙ୍ଗଲ ରାସ୍ତାରେ ୫ କିଲୋମିଟର ଉର୍ଦ୍ଧ ବାଟ ଚାଲି ପହଞ୍ଚାଉଛନ୍ତି। କିନ୍ତୁ ନଗଡା ବାସୀଙ୍କ ସ୍ଥାୟୀ ସମାଧାନ ନିମନ୍ତେ ୨ ଥର ଯାଜପୁର ଜିଲ୍ଲାପାଳଙ୍କୁ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ବିଭିନ୍ନ ଗଣମାଧ୍ୟମ ଓ ତର୍କ ବିତର୍କ ଜରିଆରେ ମଧ୍ୟ ଲୋକ ଲୋଚନ କୁ ଆଣୁଛନ୍ତି।ଏହି ଧାରାରେ ତା ୩୧. ୦୭. ୨୪ ରିଖରେ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା,କ୍ରୀଡ଼ା ଏବଂ ଯୁବ ସେବା,ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ତଥା ଧାମନଗର ର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ସେଠି ଙ୍କୁ ଭୁବନେଶ୍ୱର ସ୍ଥିତ ତାଙ୍କ ସରକାରୀ ବାସ ଭବନରେ ପହଞ୍ଚି ପ୍ରଥମେ ଉତ୍ତରୀୟ ଓ ବୃକ୍ଷ ଦେଇ ସମ୍ବର୍ଦ୍ଧନା କରିଥିଲେ। ପରେ ନଗଡ଼ାର ଚିତ୍ର ଉପସ୍ଥାପନ କରିଥିଲେ ଓ ନଗଡା ବାସୀଙ୍କ ତଥ୍ୟା ପ୍ରଦାନ କରିଥିଲେ। ଶ୍ରୀଯୁକ୍ତ ମନ୍ତ୍ରୀ ସବୁ ଶୁଣିବା ପରେ ସେ ପୂର୍ଣ୍ଣ ସହଯୋଗ କରିବେ ଓ ନିଜେ ନଗଡା କୁ ଗ୍ରସ୍ତ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଏହି ସାକ୍ଷାତକାର କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଦସ୍ୟ ଓ ସଦସ୍ୟା ଓ ଅନ୍ୟ ସମାଜସେବୀ ବନ୍ଧୁ ଗଣ ଯୋଡ଼ି ହୋଇଥିଲେ। ଦେଖିବାକୁ ବାକି ରହିଲା କଥା ଦେଇ କେବେ କଥା ରକ୍ଷା କରୁଛନ୍ତି ଶ୍ରୀଯୁକ୍ତ ମନ୍ତ୍ରୀ ମହୋଦୟ l