ମିଥ୍ୟାର ମୂଲ୍ୟ ଓ ଅପପ୍ରଚାରର ପ୍ରଭାବ

ଇନ୍‌ଶା ୱାରସି

ଏପରି ଏକ ଯୁଗ ଯେଉଁଠି ସୂଚନା କ୍ଷଣକ ଭିତରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପହଂଚିପାରେ ଭଲ ସୂଚନାର ପ୍ରସାର ବିଶ୍ୱ ସମସ୍ୟାରେ ପରିଣତ ହୋଇଛି କୌଶଳରେ ପରିବର୍ତିତ ପ୍ରତିଛବି, ମନଗଢା ଖବର କାହାଣୀ ଏବଂ ବିଭିନ୍ନ ଷଡଯନ୍ତ୍ର ସିଦ୍ଧାନ୍ତରୁ ପ୍ରେରିତ ଅପପ୍ରଚାର ଜନସାଧାରଣଙ୍କ ବିଶ୍ୱାସକୁ ଦୁର୍ବଳ କରେ, ଜୀବନକୁ ବିପଦରେ ପକାଏ ଏବଂ ସମାଜକୁ ଅସ୍ଥିର କରେ । ଅପପ୍ରଚାରର ଦୃତ ପ୍ରସାରଣ ଏହାର ପ୍ରଭାବକୁ ବୃଦ୍ଧି କରେ ଏବଂ ଏହାର ସଂଶୋଧନ କାର୍ଯ୍ୟକୁ ଅଧୀକ ଜଟିଳ କରେ । ବେଳେ ବେଳେ ଗଣତାନ୍ତ୍ରିକ ଫଳାଫଳକୁ ପ୍ରଭାବିତ କରିବା, ହିଂସା ସୃଷ୍ଟି କରିବା ପାଇଁ ମିଥ୍ୟା ସୂଚନା ଗୁଡିକୁ ବ୍ୟବହାର କରାଯାଇଥାଏ । ଅନ୍ୟପକ୍ଷରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷକୁ ନିୟନ୍ତ୍ରଣ କରିବା ଏବଂ ସେମାନଙ୍କ ଚିନ୍ତାଧାରାକୁ ପ୍ରଭାବିତ କରିବା ପାଇଁ ନିରଙ୍କୁଶବାଦୀ ସରକାର ମାନେ ମିଥ୍ୟାକୁ ସାଧନ ରୂପେ ବ୍ୟବହାର କରନ୍ତି ଯାହା ଦ୍ୱାରା ସତ୍ୟର ବଳି ପଡିଥାଏ ।
ଭୁଲ ତଥ୍ୟ ବିଭିନ୍ନ ଉତ୍ସରୁ ଉପନ୍ନ ହୋଇପାରେ । ବେଳେବେଳ ଏହା ଅଜ୍ଞାନତା କିମ୍ବା ଭଲ୍ ବ୍ୟାଖ୍ୟା ଯୋଗୁଁ ସୃଷ୍ଟି ହୋଇଥାଏ । କିନ୍ତୁ ଏଥିରୁ ଅଧିକାଂଶ ଉଦ୍ଦେଶ୍ୟମୂଳକ ଏବଂ କେତେକ ନିହୀତ ସାର୍ଥକୁ ଦେଖି ପ୍ରସାରିତ କରାଯାଇଥାଏ । ରାଜନୈତିକ ବ୍ୟକ୍ତିମାନେ ଜନମତକୁ ନିୟନ୍ତ୍ରଣ କରିବା ଏବଂ ବିରୋଧୀଙ୍କୁ ବଦନାମ୍ କରିବା ପାଇଁ ଭଲ ତଥ୍ୟର ବ୍ୟବହାର କରିଥାଆନ୍ତି । ବିଦେଶୀ ସଂସ୍ଥା ଗୁଡିକ ଅନ୍ୟଦେଶକୁ ଅସ୍ଥିର କରିବା ପାଇଁ ଭଲ ତଥ୍ୟର ସାହାଯ୍ୟ ନେଇଥାଆନ୍ତି । ପ୍ରଭାବଶାଳୀ ଏବଂ ନକଲି ବିଶେଷଜ୍ଞ ସମେତ ସୁଯୋଗବାଦୀ ମାନେ ଖ୍ୟାତି, ପ୍ରଭାବ ଏବଂ ଆର୍ôଥକ ଲାଭ ପାଇଁ ଭୁଲ ସୂଚନା ପ୍ରଚାର କରନ୍ତି । ଅପପ୍ରଚାର କରୁଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟ ଭିନ୍ନ ଭିନ୍ନ ହୋଇପାରେ କିନ୍ତୁ ଏହାର ଫଳାଫଳ ସମାନ କାରଣ ଭୁଲ ସୂଚନା ବାସ୍ତବତା ଏବଂ ଜୀବନକୁ କ୍ଷତି ପହଂଚାଇ ଗଣତନ୍ତ୍ରକୁ ଦୁର୍ବଳ କରେ ।
ଏକ ରାଷ୍ଟ୍ର ଭାବରେ ଭାରତ ମଧ୍ୟ ଏହି ସମସ୍ୟାର ସମୁଖୀନ ହୋଇଥିଲା ଯେତେବେଳେ ଏପ୍ରିଲ ୨୨, ୨୦୨୫ରେ ପହଲଗାମ ଆକ୍ରମଣର ପରବର୍ତ୍ତୀ ସମୟରେ, ବିଭିନ୍ନ ଘଟଣାକୁ ମୁସଲମାନ ଏବଂ କାଶ୍ମୀର ଅଧୀବାସୀ ମାନଙ୍କ
ଉପରେ ପ୍ରତିଶୋଧ ଆକ୍ରମଣ ବୋଲି ଇଣ୍ଟରନେଟ୍‌ରେ ଭଲ ସୂଚନା ପ୍ରସାରିତ ହୋଇଥିଲା । ଅନେକ ସାମାଜିକ ଗଣମାଧ୍ୟମ, ସମ୍ବାଦ ସଂସ୍ଥା, ସଂଗଠନ ଏବଂ ପ୍ରଭାବଶାଳୀ ବ୍ୟକ୍ତି ଦେଶବ୍ୟାପୀ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଉପରେ ଆକ୍ରମଣର ମିଥ୍ୟା ଖବର ପ୍ରସାରଣ କରି ଆମ ଦେଶର ଏକ ନକାରାତ୍ମକ ପ୍ରତିଛବି ପ୍ରତିପାଦନ କରିଥିଲେ । ବିଭିନ୍ନ ଉତ୍ସ ମାଧ୍ୟମରେ ଏହି ଘଟଣାଗୁଡିକର ସତ୍ୟତା ମାଂଚ କରିବା ପରେ ସେମାନଙ୍କ ମଧ୍ୟରୁ ଅଧୀକାଂଶ ଘଟଣା ମିଥ୍ୟା ବୋଲି ସାମନାକୁ ଆସିଛି । ଏଥିରୁ ଅନେକ ଘଟଣାର କାରଣ ବ୍ୟକ୍ତିଗତ ଏବଂ ଆପରାଧିକ ପ୍ରକୃତିର ଥିଲା ଓ ଯାହାର ଆତଙ୍କ ବାଦୀ ଘଟଣା ସହ କୌଣସି ସମ୍ପିକ ନଥିଲା।
ସାଧୀନ ବକ୍ତବ୍ୟ ଏବଂ କ୍ଷତିକାରକ ମିଥ୍ୟା ସୂଚନା ମଧ୍ୟରେ ବ୍ୟବଧାନ ଅତି କ୍ଷୀଣ ହୋଇପାରେ । ସମାଜକୁ କ୍ଷତି ପହଂଚାଇବା ପାଇଁ ଜାଣିଶୁଣି ଅପପ୍ରଚାର କରୁଥିବା ବ୍ୟକ୍ତି ଏବଂ ସଂଗଠନ ଗୁଡିକୁ ସାର୍ବଜନୀକ ସ୍ତରରେ ନିନ୍ଦା କରାଯିବା ଆବଶ୍ୟକ । ମିଥ୍ୟା ସୂଚନା ପ୍ରସାର କରି ସାର୍ବଜନୀନ ଏବଂ ଜାତୀୟ ସୁରକ୍ଷାକୁ ହାନି ପହଂଚାଉଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରିବା ପ୍ରକ୍ରିୟାରେ ସରକାର ଏବଂ ନ୍ୟାୟିକ ବ୍ୟବସ୍ଥା ଉଚିତ୍ ଭୂମିକା ଗ୍ରହଣ କରିପାରିବେ । ଏହାକୁ ଅତିସର୍ତକତାର ସହ କରାଯିବା ଆବଶ୍ୟକ ଯେଉଁଠି ବ୍ୟକ୍ତିର ନିଜକୁ ପ୍ରକାଶିତ କରିବାର ଅଧୀକାର ଓ ବ୍ୟକ୍ତିର ଆଚରଣ ଦ୍ୱାରା ଯେପରି ଅନ୍ୟର ହାନୀ ନ ଘଟେ ତାହା ମଧ୍ୟରେ ସନ୍ତୁଳନ ରକ୍ଷା କରାଯିବା ଆବଶ୍ୟକ ।
ତଥ୍ୟର ବିକୃତ ଏକ ଗୌଣ ସମସ୍ୟା ନୁହେଁ ବରଂ ଏହା ଗଣତନ୍ତ୍ର ଏବଂ ସମାଜ ପାଇଁ ଏକ ବିପଦ ଅଟେ । ପ୍ରକୃତ ପ୍ରଗତି ପାଇଁ ଆମକୁ ସେହି ବ୍ୟକ୍ତି ବିଶେଷ ଏବଂ ବ୍ୟବସ୍ଥାର ମୁକାବିଲା କରିବାକୁ ପଡିବ ଯେଉଁମାନେ ଏହି ମିଥ୍ୟା ସୂଚନାକୁ ପ୍ରସାର କରିଥାଆନ୍ତି । ଭୁଲ ସୂଚନା ଦେଉଥିବା ଅପରାଧୀଙ୍କୁ ନିନ୍ଦା କରି ଆମେ ସତ୍ୟ ରକ୍ଷା ପାଇଁ ଏକ ପ୍ରତିରକ୍ଷା ବଳୟ ସୃଷ୍ଟି କରିଥାଉଁ । ଏପରି କରିବା ଦ୍ୱାରା ଆମେ କେବଳ ତଥ୍ୟ ନୁହେଁ ବରଂ ସେମାନଙ୍କ ଉପରେ ନିର୍ଭର କରୁଥିବା ମୁଲ୍ୟବୋଧର ରକ୍ଷା କରିଥାଉଁ ।

Leave a Reply

Your email address will not be published. Required fields are marked *