ସରିଲା ପ୍ରଚାର, ୨୫ରେ ଭୋଟବୁଥକୁ ଗଲେ ପୋଲିଂ ଅଧିକାରୀ

ଖୋର୍ଦ୍ଧା : ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ଥିଲା ନିର୍ବାଚନର ଶେଷ ପ୍ରଚାର । ଶେଷ ଦିବସରେ ସମସ୍ତ ପ୍ରାର୍ଥୀ ଯୋରଦାର କ୍ୟାମ୍ପେନ କରିଛନ୍ତି । ୨୫ତାରିଖରେ ହେବ ଏମାନଙ୍କ ଭାଗ୍ୟ । ମତଦାନ ପାଇଁ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ୧୯୨୩ ବୁଥ କେନ୍ଦ୍ରରେ ୧୯ଲକ୍ଷରୁ ଉଦ୍ଦ୍ୱର୍ ଭୋଟର ମତଦାନ ସାବ୍ୟସ୍ତ କରିବେ । ସେପଟେ ନିର୍ବାଚନରେ ନିୟୋଜିତ ପୋଲିଂ ଓ ପ୍ରିଜାଇଡିଂ ଅଫିସର ମାନେ ବୁଥ କେନ୍ଦ୍ର କୁ ଯାତ୍ରା କରିଛନ୍ତି । କଡା ସୁରକ୍ଷା ବଳୟ ଭିତରେ ପୋଲିଂ ଅଧିକାରୀ ମାନେ ସାରଞ୍ଜାମ ଧରି ବୁଥ କେନ୍ଦ୍ରରେ ପହଂଚିଥିଲେ । ଜିଲା ପାଇଁ ୩ଟି ସ୍ଥାନରେ ଷ୍ଟଙ୍ଗରୁମ କରାଯାଇଛି । ଖୋର୍ଦ୍ଧା ଓ ବେଗୁନିଆ ପାଇଁ ଜିଲା ପଣ୍ୟାଗାର, ଚିଲିକା ପାଇଁ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ଭୁବନେଶ୍ୱର ଏକାମ୍ର, ମଧ୍ୟ, ଉତର, ଜୟଦେବ ଓ ଜଟଣୀ ପ୍ରଭୃତି ୫ ନିର୍ବାଚନ ମଣ୍ଡଳୀ ପାଇଁ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଷ୍ଟଙ୍ଗରୁମ କରାଯାଇଛି । ଆଜି ଏହି ସ୍ଥାନରୁ ପୋଲିଂ ଅଧିକାରୀ ମାନେ ଇଭିଏମ, ଭିଭିପାର୍ଟ ଧରି ନିର୍ଦ୍ଧାରିତ ବୁଥ କେନ୍ଦ୍ରକୁ ଯାତ୍ରା କରିଛନ୍ତି । ସମସ୍ତ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ମାନେ ଉପସ୍ଥିତ ରହି ମନିଟରିଙ୍ଗ କରିଥିଲେ । ଜିଲା ପଣ୍ୟାଗାରରେ ଖୋର୍ଦ୍ଧା ରିଟର୍ଣ୍ଣିଂ ଅଫିସର ଦିପ୍ତିରଞ୍ଜନ ସେଠୀ, ବେଗୁନିଆ ର ପିଡି ବାଦଲ ମହାନ୍ତି, ପିଏନ କଲେଜ ଠାରେ ଚିଲିକା ର ରିଟର୍ଣ୍ଣିଂ ଅଫିସର ଅତିରିକ୍ତ ଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ଏବଂ ଭୁବନେଶ୍ୱର ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜୟଦେବର ଭୁବନେଶ୍ୱର ଆଡିସିନାଲ ଉପଜିଲାପାଳ ନିତିଶ ତ୍ରିପାଠୀ, ଭୁବନେଶ୍ୱର(ମଧ୍ୟ) ଅତିିରିକ୍ତ ଜିଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଉତର ଓ ଏକାମ୍ରର ରିଟର୍ଣ୍ଣିଂ ଅଫିସର ଭୁବନେଶ୍ୱର ଉପଜିଲାପାଳ ଚିନ୍ମୟ ଆଚାର୍ଯ୍ୟ, ଜଟଣୀ ର ଅତିରିକ୍ତ ଜିଲାପାଳ ରୁଦ୍ରନାରାୟଣ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ ।
ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଚଂଚଳ ରାଣା କହିଲେ ଯେ, ଆଜି ୧୧୧-ଜୟଦେବ, ୧୧୫-ଜଟଣୀ, ୧୧୬-ବେଗୁନିଆ ଓ ୧୧୮-ଚିଲିକା ପୋଲିଂ ଅଧିକାରୀ ମାନେ ନିଜ ବୁଥ କେନ୍ଦ୍ରରେ ପହଂଚିଛନ୍ତି । ଆସନ୍ତାକାଲି (୨୪ତାରିଖ)ରେ ୧୧୨-ଭୁବନେଶ୍ୱର(ମଧ୍ୟ),୧୧୩-ଭୁବନେଶ୍ୱର(ଉତର), ୧୧୪-ଭୁବନେଶ୍ୱର(ଏକାମ୍ର) ଓ ୧୧୭-ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ପୋଲିଂ ଅଧିକାରୀ, ଏଥିସହିତ ସଖୀ ମତଦାନ କେନ୍ଦ୍ର ମହିଳା, ଦିବ୍ୟାଙ୍ଗ ମତଦାନ କେନ୍ଦ୍ରର ଦିବ୍ୟାଙ୍ଗ ପୋଲିଂ ଅଧିକାରୀ ମାନେ ନିଜ ବୁଥକୁ ଯିବେ ବୋଲି ଜିଲାପାଳ କହିଛନ୍ତି ।

Leave a Reply

Your email address will not be published. Required fields are marked *