ଟେକ୍ନୋ ପକ୍ଷରୁ “ପିଓଭିଏ ୪’ ସ୍ମାର୍ଟଫୋନ୍ ଉନ୍ମୋଚିତ, ଦାମ୍ ୧୧,୯୯୯ ଟଙ୍କା

ଭୁବନେଶ୍ୱର: ବିଶ୍ୱସ୍ତରୀୟ ପ୍ରିମିୟମ୍ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଟେକ୍ନୋ ମୋବାଇଲ୍ ପକ୍ଷରୁ ପିଓଭିଏ (ପୋଭା) ସିରିଜ୍ର ନୂଆ ସ୍ମାର୍ଟଫୋନ୍ ପିଓଭିଏ ୪କୁ ଉନ୍ମୋଚନ କରାଯାଇଛି । ଅତୁଳନୀୟ ଶକ୍ତି ଏବଂ ସ୍ପିଡ୍ ସହିତ ଉତ୍କୃଷ୍ଟ ପ୍ରଦର୍ଶନ ଲାଗି ଏହି ସିରିଜର ସ୍ମାର୍ଟଫୋନ୍ଗୁଡ଼ିକ ପରିଚିତ । ବିବିଧ କାର୍ଯ୍ୟ କରୁଥିବା ବ୍ୟକ୍ତି ଏବଂ ଗେମରମାନେ ଏହା ଦ୍ୱାରା ବିଶେଷ ଭାବେ ଉପକୃତ ହେବେ ।
ଏଥିରେ ୬ ଏନ୍ଏମ୍ ହେଲିଓ ଜି୯୯ ପ୍ରୋସେସର୍, ଏକ ଇନ୍-ବିଲ୍ଟ ଡୁଆଲ୍ ଗେମିଂ ଇଞ୍ଜିନ୍ ସହିତ ହାଇପର୍-ଇଞ୍ଜିନ୍ ୨.୦ ଲାଇଟ୍ ଏବଂ ପାନ୍ଥର୍ ଇଞ୍ଜିନ୍ ଆଦି ରହିଛି ।
ଡିଜିଟାଲ୍ ମାଧ୍ୟମରେ ସକ୍ରିୟ କରୁଥିବା ଜେଡ୍ ପିଢି଼ର ଗ୍ରାହକମାନଙ୍କ ଲାଗି ଏହି ସ୍ମାର୍ଟଫୋନ୍କୁ ପ୍ରସ୍ତୁତ କରାଯାଇଛି । ଗ୍ରାହକମାନଙ୍କ ଆବଶ୍ୟକତା ଲାଗି ଏଥିରେ ୧୩ ଜିବି ରାମ୍ ସହିତ ଫ୍ୟୁଜନ୍ ପ୍ରଯୁକ୍ତି, ୧୨୮ ଜିବି ଷ୍ଟୋରେଜ୍, ୬୦୦୦ ଏମ୍ଏଏଚ୍ ବ୍ୟାଟେରି ରହିଛି ଯାହା ୧୮ ୱାଟ୍ ଫାଷ୍ଟ ଚାର୍ଜିଂକୁ ସମର୍ଥନ କରୁଛି ଏବଂ ଏଥିରେ ୬.୮ ଇଂଚ୍ ସହିତ ୯୦ ହର୍ଜ ରିଫ୍ରେସ୍ ଡିସ୍ପ୍ଲେ ରହିଛି । ଏହା କ୍ରିୟୋଲାଇଟ୍ ବ୍ଲୁ, ଉରାନୋଲିଥ୍ ଗ୍ରେ ଏବଂ ମାଗ୍ମା ଅରେଂଜ୍ ଭଳି ତିନିଟି ରଙ୍ଗରେ ଉପଲବ୍ଧ ହୋଇଛି ।ଏହି ସ୍ମାର୍ଟଫୋନ୍ରେ ୫୦ ଏମ୍ପି ହାଇ ରିଜଲ୍ୟୁସନ୍ କ୍ୟାମେରା ଏବଂ ବହୁ ପ୍ରକାର ବ୍ୟବହାରକାରୀ ମିତବ୍ୟୟୀ ସୁବିଧା ରହିଛି ।


ଟେକ୍ନୋ ମୋବାଇଲ୍ ଇଣ୍ଡିଆର ସିଇଓ ଅରିଜିତ୍ ତାଳପାତ୍ରା କହିଛନ୍ତି ଯେ, “ଗ୍ରାହକମାନେ ଆଗକୁ ବଢ଼ୁଥିବା ବେଳେ ଅଧିକରୁ ଅଧିକ ଡିଜିଟାଲ୍ ସକ୍ଷମ ହେଉଥିବାରୁ ସ୍ମାର୍ଟଫୋନ୍ରୁ ସେମାନଙ୍କ ଆଶା ଦ୍ରୁତ ଗତିରେ ବଦଳିବାରେ ଲାଗିଛି ଏବଂ କାର୍ଯ୍ୟ, ଶିକ୍ଷାରୁ ମନୋରଂଜନ ପର୍ଯ୍ୟନ୍ତ ତାହାର ବ୍ୟବହାର ବଢ଼ିଛି । ପରସ୍ପର ସହ ଯୋଡ଼ିହୋଇ ରହିବା ଲାଗି ଲୋକମାନେ ସ୍ମାର୍ଟଫୋନ୍ରେ ଅଧିକ ସମୟ ବିତାଉଥିବାରୁ ଗେମିଂ ଗୋଷ୍ଠୀ ବୃଦ୍ଧି ପାଇବାରେ ଲାଗିଛି ଏବଂ ଉଚ୍ଚ ପ୍ରଦର୍ଶନକାରୀ ସୁଲଭ ଗେମିଂ ସ୍ମାର୍ଟଫୋନ୍ର ଚାହିଦା ବୃଦ୍ଧି ପାଉଛି ।

ପିଓଭିଏ ଉତ୍ପାଦଗୁଡ଼ିକ ଜରିଆରେ ଆମେ ଗ୍ରାହକମାନଙ୍କୁ ଶକ୍ତିଶାଳୀ ସିରିଜ୍ ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରଛୁ ଯାହା ସେମାନଙ୍କୁ ସ୍ପିଡ୍, ପ୍ରଦର୍ଶନ ଏବଂ ଉତ୍କର୍ଷତା ପ୍ରଦାନ କରିବ । କ୍ଷେତ୍ରର ପ୍ରଥମ ନବସୃଜନକୁ ନେଇ ଆମର ରହିଥିବା ଆଭିମୁଖ୍ୟ ଅନୁସାରେ ଆମେ ପିଓଭିଏ ୪କୁ ଏକମାତ୍ର ସ୍ମାର୍ଟଫୋନ୍ ଭାବେ ଉନ୍ମୋଚନ କରି ଆନନ୍ଦିତ ଯେଉଁଥିରେ ୧୫ ହଜାର ଟଙ୍କାରୁ କମ୍ ମୂଲ୍ୟର ଏକ ଫୋନ୍ରେ ରହିଛି ହେଲିଓ ଜି୯୯ ପ୍ରୋସେସର ସହିତ ୧୩ ଜିବି ରାମ୍ । ଆମର ବିଶ୍ୱାସ ରହୌଛି ଯେ ଏହା ବେଶ ସଫଳ ହେବ ଏବଂ ଏକ ମାନଦଣ୍ଡ ଧାର୍ଯ୍ୟ କରିବ ଯାହାକୁ ଅନ୍ୟମାନେ ଅନୁସରଣ କରିବେ ।’’
ଟେକ୍ନୋ ପିଓଭିଏ ୪ର ମୂଲ୍ୟ ୧୧,୯୯୯ ଟଙ୍କାରୁ ଆରମ୍ଭ ହୋଇଛି । ଏହାର ବିକ୍ରି ଆମାଜନ ଏବଂ ଜିଓ ମାର୍ଟରେ ଡିସେମ୍ବର ୧୩ରୁ ଆରମ୍ଭ ହୋଇଛି ।