ଟିସିଏସ୍ର କ୍ରିଷ୍ଣନ ରାମାନୁଜମ ଗ୍ରହଣ କଲେ ନାସ୍କମ୍ ଅଧ୍ୟକ୍ଷ ଦାୟିତ୍ୱ

ଭୁବନେଶ୍ୱର: ଟିସିଏସ୍ର ସଭାପତି-ଏଟଂରପ୍ରାଇଜ୍ ଗ୍ରୋଥ୍ ବିଜନେସ୍, କ୍ରିଷ୍ଣନ ରାମାନୁଜମ ୨୦୨୨-୨୩ ବର୍ଷ ପାଇଁ ନାସକମ୍ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି । ୨୦୨୧-୨୨ରେ ସେ ନାସକମ୍ର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ ।
ସଫ୍ଟଓୟାର ଓ ସେବା କଂପାନିଗୁଡ଼ିକର ଜାତୀୟ ସଂଘ (ନାସକମ୍) ହେଉଛି ଭାରତରେ ପ୍ରଯୁକ୍ତି ଶିଳ୍ପର ପ୍ରମୁଖ ବ୍ୟବସାୟ ସଂଘ ଓ ଚାମ୍ବର ଯାହା ଅଧୀନରେ ୩୦୦୦ରୁ ଅଧିକ ସଦସ୍ୟ ରହିଛନ୍ତି । ଏହାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ କ୍ରିଷ୍ଣନ କହିଛନ୍ତି ଯେ, ଆମେ ଯେଉଁ ଧରଣର ନବସୃଜନ ଦେଖୁଛେ ସେହି ଅନୁସାରେ ୨୦୨୫ ସୁଦ୍ଧା ୩୫୦ ବିଲିଅନ ଡଲାର ଶିଳ୍ପ ହେବା ଲାଗି ଭାରତ ଯେଉଁ ଲକ୍ଷ୍ୟ ରଖିଛି ତାହା ହାସଲ ସମ୍ଭବପର ମନେ ହେଉଛି । ନାସକମ୍ର ସଦସ୍ୟ କଂପାନି, ସରକାର ଓ ଅନ୍ୟାନ୍ୟ ଅଂଶୀଦାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କରି ଅଭିବୃଦ୍ଧିକୁ ଆହୁରି ଦୃଢ଼ କରିବାକୁ ମୁଁ ଚାହିରହିଛି ।’’
ନାସକମ୍ରେ ଷ୍ଟାର୍ଟଅପ୍ ସଂସ୍ଥାଠାରୁ ଆରମ୍ଭ କରି ବହୁଦେଶୀୟ କଂପାନି ପର୍ଯ୍ୟନ୍ତ ଓ ଉତ୍ପାଦ, ସେବା, ଗ୍ଲୋବାଲ କାପାବିଲିଟି ସେଂଟରରୁ ଇଞ୍ଜିନିୟରିଂ ସଂସ୍ଥା ପର୍ଯ୍ୟନ୍ତ ବିବିଧ ବର୍ଣ୍ଣାଳିର ସଦସ୍ୟ ରହିଛନ୍ତି ।
ଟିସିଏସ୍ର ସଭାପତି ଭାବେ କ୍ରିଷ୍ଣନ କଂପାନିର କନସଲଟିଂ ଆଣ୍ଡ୍ ସର୍ଭିସ୍ ଇଂଟିଗ୍ରେସନ, କଗ୍ନିଟିଭ୍ ବିଜନେସ୍ ଅପରେସନ, କ୍ଲାଉଡ୍ ପ୍ଲାଟଫର୍ମ ସେବା ଓ ସମାଧାନ ଓ ଡିଜିଟାଲ୍ ରୂପାନ୍ତରଣ ସେବାର ନେତୃତ୍ୱ ନେଉଛନ୍ତି । କ୍ରିଷ୍ଣନ ଗତ ତିନି ଦଶନ୍ଧୀ ଧରି ଟିସିଏସ୍ର ଅଂଶ ହୋଇରହିଛନ୍ତି ଏବଂ ବ୍ୟବସାୟ ଓ ପ୍ରଯୁକ୍ତି କନସଲଟିଂରେ ତାଙ୍କର ଗଭୀର ଅଭିଜ୍ଞତା ରହିଛି । ସେ କଂପାନିର ବହୁ ବଡ଼ ବଡ଼ ପଦପଦବୀ ଯଥା କନସଲଟିଂ ଏଟଂରପ୍ରାଇଜେ ସଲ୍ୟୁସନ୍ସର ବିଶ୍ୱ ମୁଖ୍ୟ, ଟିସିଏସ୍ ଫାଇନାନ୍ସିଆଲ ସଲ୍ୟୁସନ୍ସର ଚିଫ୍ ଅପରେଟିଂ ଅଫିସର, ଏସବିଆଇ କୋର ବ୍ୟାଙ୍କିଙ୍ଗ ପ୍ଲାଟଫର୍ମର ନିର୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି । କିଛି ଦିନ ପାଇଁ ସେ ଟାଟା ଇଟଂରନେଟ୍ ସର୍ଭିସେସ୍ର ଚିଫ ଟେକ୍ନୋଲୋଜି ଅଫିସର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।
୧୯୯୧ରେ କ୍ରିଷ୍ଣନ ଟିସିଏସ୍ରେ ଯୋଗ ଦେଇଥିଲେ । ଆମେରିକାର ଇଣ୍ଡିଆନା ସ୍ଥିତି ରୋଜ୍-ହୁଲମାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ସେ ଇଲେକ୍ଟ୍ରିକାଲ୍ ଆଣ୍ଡ୍ କମ୍ପ୍ୟୁଟର ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରି ହାସଲ କରିଛନ୍ତି । ସେ କୋଏମ୍ବାଟୁରର ସରକାରୀ ପ୍ରଯୁକ୍ତି କଲେଜରେ ଇନଷ୍ଟ୍ରୁମେଂଟେସନ ଆଣ୍ଡ୍ କଂଟ୍ରୋଲ୍ ଇଞ୍ଜିନିୟରିଂରେ ବ୍ୟାଚେଲର ଡିଗ୍ରି ମଧ୍ୟ ହାସଲ କରିଛନ୍ତି ଏବେ ସେ ମୁମ୍ବାଇରେ ନିଜ ପତ୍ନୀ ଓ ଦୁଇ ଝିଅଙ୍କ ସହ ବାସ କରୁଛନ୍ତି ଓ ସେ ପୁସ୍ତକ ପଢ଼ିବାକୁ ବହୁତ ଭଲ ପାଆନ୍ତି ଓ ସିନେମା, ସଙ୍ଗୀତ ଓ ଟେନିସ୍ରେ ମଧ୍ୟ ତାଙ୍କର ରୁଚି ରହିଛି ।