ଟାଟା ଷ୍ଟିଲର ଏଫ୍ଏଏମଡିକୁ ପ୍ଲାଟିନମ୍ ଓ ଗୋଲ୍ଡ ବର୍ଗରେ କଳିଙ୍ଗ ସୁରକ୍ଷା ଉତ୍କର୍ଷ ପୁରସ୍କାର
-୧୫ତମ ଜାତୀୟ ସୁରକ୍ଷା ସମ୍ମିଳନୀରେ ୬ଟି ପୁରସ୍କାର
ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୱାଲିଟି ଆଣ୍ଡ ଏନଭାଇରନମେଂଟ ମ୍ୟାନେଜମେଂଟ ସର୍ଭିସେସ୍ (ଆଇକ୍ୟୁଇଏମଏସ) ପକ୍ଷରୁ ଆୟୋଜିତ ଜାତୀୟ ସୁରକ୍ଷା ସମ୍ମିଳନୀ-୨୦୨୪ରେ ଟାଟା ଷ୍ଟିଲର ଫେରୋ ଆଲଏଜ୍ ପ୍ଲାଂଟ (ଏଫ୍ଏପି), ଲୁହାପଥର, ମାଙ୍ଗାନିଜ୍ ଓ କ୍ରୋମାଇଟ୍ ଖଣିକୁ ପ୍ଲାଟିନମ୍ ଓ ଗୋଲ୍ଡ ବର୍ଗରେ ସମ୍ମାନଜନକ କଳିଙ୍ଗ ସୁରକ୍ଷା ଉତ୍କର୍ଷ ପୁରସ୍କାର ପ୍ରଦାନ କରାଯାଇଛି। କମ୍ପାନିର ଏହି କାରଖାନା ଏବଂ ଖଣିଗୁଡ଼ିକ ୨୦୨୩ ମସିହା ପ୍ରଦର୍ଶନ ବର୍ଷ ପାଇଁ ପୁରସ୍କାର ପାଇଛନ୍ତି।
ଟାଟା ଷ୍ଟିଲର ଫେରୋ ଆଲଏଜ୍ ଆଣ୍ଡ ମିନେରାଲସ ଡିଭିଜନ (ଏଫ୍ଏଏମଡି) ଅଧୀନରେ କାର୍ଯ୍ୟ କରୁଥିବା ଏଫ୍ଏପି ଆଠଗଡ଼ ଓ ଏଫ୍ଏପି ଯାଜପୁର ପ୍ଲାଟିନମ୍ ବର୍ଗରେ ପୁରସ୍କୃତ ହୋଇଥିବା ବେଳେ ଏଫ୍ଏପି ବ୍ରାହ୍ମଣୀପାଲ ଓ ଏଫ୍ଏପି ଯାଜପୁର ଗୋଲ୍ଡ ବର୍ଗରେ ପୁରସ୍କୃତ ହୋଇଛନ୍ତି।ସେହିପରି ପ୍ଲାଟିନମ୍ ବର୍ଗରେ ଯୋଡ଼ାୱେଷ୍ଟ ଆଇରନ୍ ଓ ମାଙ୍ଗାନିଜ୍ ଖଣି ଏବଂଗୋଲ୍ଡ ବର୍ଗରେ ସାରୁଆବିଲ କ୍ରୋମାଇଟ୍ ଖଣି ପୁରସ୍କାର ପାଇଛି। କାରଖାନା ଓ ଖଣିଗୁଡ଼ିକ ସୁରକ୍ଷା ଓ ପରିଚାଳନାରେ ଉଚ୍ଚତର ମାନ ବଜାୟ ରଖିଥିବାରୁ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି।
ଲେସୋଥୋର ହାଇ କମିଶନର ଲେବୋହାଙ୍ଗ ଭାଲେଣ୍ଟାଇନ୍ ମୋକାବାଙ୍କ ଉପସ୍ଥିତିରେ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ପୁରସ୍କାର ପ୍ରଦାନ କରିଥିଲେ। ସୁରକ୍ଷା ମୁଖ୍ୟ (ଖଣି) ଠାକୁର ଅଜୟ କୁମାର ବିଶ୍ୱମ୍ଭରନାଥ, ସୁରକ୍ଷା ମୁଖ୍ୟ (ଏଫ୍ଏପି ଓ ଷ୍ଟେନଲେସ୍ଷ୍ଟିଲ୍ ପ୍ଲାଣ୍ଟ୍) କିଶୋର ବରଣ ମାଇତି, ଏଫ୍ଏପି ଆଠଗଡ଼ ମୁଖ୍ୟ ସର୍ବେଶ୍ୱର ନାୟକ, ଏରିଆ ମ୍ୟାନେଜର ସୁରକ୍ଷା (ଯାଜପୁର ଓ ବିଷ୍ଣୁପୁର) ଜଗଦୀଶ ପାଢୀ, ଯୋଡ଼ାୱେଷ୍ଟ ଆଇରନ ଆଣ୍ଡ ମାଙ୍ଗାନିଜ ମାଇନର ଏରିଆ ମ୍ୟାନେଜର (ଖଣି) ସପ୍ତର୍ଷି ଦତ୍ତ, ଖଣ୍ଡବନ୍ଧର ସୁରକ୍ଷା ବିଭାଗ ସିନିୟର ମ୍ୟାନେଜର ଅଙ୍କିତ ଶର୍ମା, ଏଫ୍ଏଏମଡିର ସାରୁଅବିଲ କ୍ରୋମାଇଟ୍ ଖଣିର ସିନିୟର ଏରିଆ ମ୍ୟାନେଜର (ଖନନ) ନିରଞ୍ଜନ କୁମାର ପ୍ରମୁଖ କମ୍ପାନୀ ତରଫରୁ ପୁରସ୍କାର ଗ୍ରହଣ ଥିଲେ।
ଏହି ଅବସରରେ ଟାଟା ଷ୍ଟିଲର କାର୍ଯ୍ୟନିର୍ବାହୀ ଭାରପ୍ରାପ୍ତ ଅଧିକାରୀ (ଏଫ୍ଏଏମଡି) ପଙ୍କଜ ସତିଜା କହିଛନ୍ତିଯେ, “ଠିକା କର୍ମଚାରୀଙ୍କ ସମେତ ଆମ କାର୍ଯ୍ୟସ୍ଥଳୀ ପରିସରରେ ସମସ୍ତଙ୍କ ପାଇଁ ସୁରକ୍ଷା ବଜାୟ ରଖିବାରେ ଆମେ ସର୍ବଦା ବିଶ୍ୱାସ କରୁଛୁ। ଏହି ପୁରସ୍କାର ଆମ ସମସ୍ତଙ୍କୁ ଅଧିକ ଦାୟିତ୍ୱ ପ୍ରଦାନ କରିଛି, ଯାହାଫଳରେ ଆମେ ଲୋକଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ଦିଗରେ ଅଧିକ ଯୋଗଦାନ କରିପାରିବୁ।’’
ଟାଟା ଷ୍ଟିଲ ପାଇଁ ସବୁବେଳେ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ କମ୍ପାନି ଏହାର କାର୍ଯ୍ୟର ପ୍ରତ୍ୟେକ ଦିଗରେ ବ୍ୟାପକ ସୁରକ୍ଷା କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବାକୁ ପ୍ରତିଶ୍ରୁତିବଦ୍ଧ।