ଟାଟା ଷ୍ଟିଲ ମାଇନିଂ ପକ୍ଷରୁ କାର୍ଯ୍ୟକ୍ଷେତ୍ରରେ ଜଳର ସୁପରିଚାଳନା ପାଇଁ ଟେରି ସହଭାଗିତାରେ ପଦକ୍ଷେପ

•ଭୂତ୍ତଳ ଜଳ ଉତ୍ତୋଳନକୁ ଶୂନ୍ୟ ସ୍ତରକୁ ନେବା ପାଇଁ ଯୋଜନା
•୨୦୩୦ ସୁ୍‌ଦ୍ଧା ଭୁପୃଷ୍ଠ ଜଳ ବ୍ୟବହାର ୩୦ ପ୍ରତିଶତ ହ୍ରାସ କରିବା
•ଜଳ ପରିଚାଳନା ପାଇଁ ଡିଜିଟାଲ ଡାସବୋର୍ଡ଼ ବିକଶିତ କରିବାକୁ ଫ୍ଲକ୍ସଜେନ୍ ଇଞ୍ଜିନିୟରିଂ ଟେକ୍‌ନୋଲୋଜିଜ୍ ସହିତ ସହଭାଗିତା
•କଟକସ୍ଥିତ ଫେରୋକ୍ରୋମ୍ କାରଖାନାରେ ଜଳ ବ୍ୟବହାର ୦.୫୦ କ୍ୟୁସେକ୍ ହ୍ରାସ

ଭୁବନେଶ୍ୱର, ଅଗଷ୍ଟ ୨, ୨୦୨୨: ଦୀର୍ଘସ୍ଥାୟିତ୍ୱ ପ୍ରତି ଗ୍ରୁପ୍‌ର ପ୍ରତିଶ୍ରୁତିବଦ୍ଧତା ସହିତ ଜାତିଂସଂଘ (ୟୁଏନ୍‌) ର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ଓ ନିଜର ଦୀର୍ଘସ୍ଥାୟୀ କାର୍ଯ୍ୟପ୍ରଣାଳୀ ମଧ୍ୟରେ ସମନ୍ୱୟ ରକ୍ଷା କରି ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍‌ଏମ୍‌ଏଲ୍‌), ନୂଆଦିଲ୍ଲୀ ସ୍ଥିତ ଦ ଏନର୍ଜି ଆଣ୍ଡ ରିସୋସେର୍ସ ଇଷ୍ଟିଚ୍ୟୁଟ୍ (ଟେରି) ସହିତ ସହଭାଗିତା କରିଛି । ଟେରି ଶକ୍ତିି, ପରିବେଶ ଏବଂ ଦୀର୍ଘସ୍ଥାୟୀ ବିକାଶ ଭଳି କ୍ଷେତ୍ରରେ ବିଶେଷ ଭାବେ କାର୍ଯ୍ୟ କରିଥାଏ । ଟିଏସ୍‌ଏମ୍‌ଏଲ୍ ପକ୍ଷରୁ ଜଳର ସଠିକ୍ ପରିଚାଳନା ଓ ସଂରକ୍ଷଣକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶାରେ ଏହାର ୫ଟି କାର୍ଯ୍ୟକ୍ଷେତ୍ରରେ ଏହି ଗବେଷଣା ଅନୁଷ୍ଠାନର ଜଳ ବ୍ୟବହାରର ସମୀକ୍ଷା ବ୍ୟବସ୍ଥାକୁ ଲାଗୁ କରାଯିବ ।

ଉକ୍ତ ପଦକ୍ଷେପ ଅନ୍ତର୍ଗତ ବିଭିନ୍ନ ଦିଗ ଯଥା ଜଳର ବ୍ୟବହାର ଓ ଜଳର ସନ୍ତୁଳନ, ଜଳ ଗୁଣବତ୍ତାର ରୂପରେଖ, ଜଳ ଅପଚୟ ଏବଂ ଲିକେଜ୍‌କୁ ନେଇ ବ୍ୟାପକ ରୂପେ ଜଳ ବ୍ୟବହାର ସୀମକ୍ଷା ଉପରେ ଗୁରୁତ୍ୱାରୋପ ଦିଆଯାଉଛି । ଏହି ଅଧ୍ୟୟନ ଜଳର ପୁନଃ ବ୍ୟବହାର, ପୁନଃଚକ୍ରଣ ଏବଂ ସଂରକ୍ଷଣ ସହିତ ଜଳ ବ୍ୟବହାର ପରିମାଣ ହ୍ରାସ କରିବା ଦିଗରେ ଜଳର ସୁପରିଚାଳନା ଉପରେ ଦିଆଯିବାକୁଥିବା ସୁପାରିଶଗୁଡ଼ିକୁ ଚିହ୍ନଟ କରିବ । ଏହା ଟିଏସ୍‌ଏମ୍‌ଏଲ୍‌କୁ ଏକ ଅନ୍ତର୍ଭୁକ୍ତକାରୀ ଔଦ୍ୟୋଗିକ ଜଳ ପରିଚାଳନା ରଣନୀତି ବିକଶିତ କରିବାରେ ସକ୍ଷମ କରିବ, ଯାହାଦ୍ୱାରା କମ୍ପାନୀ ଏହାର ବିଭିନ୍ନ ୟୁନିଟ୍‌ଗୁଡ଼ିକରେ ଜଳର ସଠିକ୍ ଉପଯୋଗକୁ ତ୍ୱରାନ୍ୱିତ କରିବା ସହିତ କମ୍ପାନୀର ଜଳର ବ୍ୟବହାରର ପରିମାଣରେ ଉନ୍ନତି ଆଣିପାରିବ । ଏହାସହିତ, ସର୍ବେକ୍ଷଣରୁ ମିଳିଥିବା ଫଳାଫଳ ଜଳର ଉପଯୋଗୀ ବ୍ୟବହାର ପାଇଁ ଜାତୀୟ ଜଳ ମିଶନ୍‌ର ଲକ୍ଷ୍ୟରେ ଯୋଗଦାନ ମଧ୍ୟ କରିପାରିବ ।

ସେହିପରି ଟିଏସ୍‌ଏମ୍‌ଏଲ୍ ପକ୍ଷରୁ ଜଳ ବ୍ୟବହାରକୁ ହ୍ରାସ କରିବା ପାଇଁ ଆକ୍ୱାଜେନ୍ ମେକାନିଜିମ୍ ସ୍ଥାପନ କରିବାକୁ ଜଳ ବ୍ୟବହାର ସାମାଧନ ଉପରେ କାର୍ଯ୍ୟ କରୁଥିବା କର୍ଣ୍ଣାଟକର ଏକ କମ୍ପାନୀ ଫ୍ଲକ୍ସଜେନ୍ ସହିତ ସହଭାଗିତା କରାଯାଇଛି । ଆକ୍ୱାଜେନ୍ ଏକ ସାସ୍ (ଏକ ସେବା ପାଇଁ ସଫ୍ଟୱେୟାର) ମଂଚ, ଯାହା ଜଳ ପ୍ରବାହ, ଜଳ ସ୍ତର ଏବଂ ନଳକୂପ ଜଳସ୍ତର ଭଳି ମାପଦଣ୍ଡରେ ସମଗ୍ର ଜଳ ଭିତ୍ତିଭୂମିର ଡିଜିଟାଲ ତଥ୍ୟ ପ୍ରଦାନ ଦିଗରେ ଏକ ସୁରକ୍ଷିତ ଏକକ ପ୍ରଣାଳୀ । ପ୍ରାରମ୍ଭରେ, କମ୍ପାନୀ ପକ୍ଷରୁ ଓଡ଼ିଶାର ଯାଜପୁରର ସୁକିନ୍ଦା କ୍ରୋମାଇଟ୍ ଖଣି ଏବଂ ଫେରୋକ୍ରୋମ୍ ପ୍ରସ୍ତୁତିର ସମ୍ପୁର୍ଣ୍ଣ ମୂଲ୍ୟ ଶୃଙ୍ଖଳକୁ ନେଇ କଟକ ଜିଲ୍ଲାର ଆଠଗଡ଼ ଫେରୋ ଆଲୟେଜ କାରଖାନାରେ ଆକ୍ୱାଜେନ୍ ବ୍ୟବସ୍ଥାକୁ ସ୍ଥାପନ କରାଯିବ ।

ଏହି ପଦକ୍ଷେପ ସମ୍ପର୍କରେ ଟିଏସ୍‌ଏମ୍‌ଏଲ୍‌ର ପରିଚାଳନା ନିର୍ଦ୍ଦେଶକ ପଙ୍କଜ କୁମାର ସତିଜା କହିଛନ୍ତି ଯେ, “ଜଳ ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ସମ୍ବଳ ହୋଇଥିବାରୁ ଆମେ ଶୂନ୍ୟ ଭୂତ୍ତଳ ଜଳ ଉତ୍ତୋଳନ ଏବଂ ୨୦୩୦ ମସିହା ସୁଦ୍ଧା ଭୂପୃଷ୍ଠ ଜଳ ବ୍ୟବହାର ୩୦ ପ୍ରତିଶତ ହ୍ରାସ ଉପରେ ଗୁରୁତ୍ୱ ଦେଉଛି । ଟିଏସ୍‌ଏମ୍‌ଏଲ୍ ଜଳ ଉତ୍ସଗୁଡ଼ିକର ପୁନରୁଦ୍ଧାର, ପରିଷ୍କାର ପାନୀୟ ଜଳ ଯୋଗାଣ ଏବଂ ଜଳର ଉଚିତ ବ୍ୟବହାର ଉପରେ କାର୍ଯ୍ୟ ଜାରି ରଖିଛି । ଏହାସହିତ କମ୍ପାନୀର ସମସ୍ତ କାର୍ଯ୍ୟକ୍ଷେତ୍ରରେ “ଜଳର ବ୍ୟବହାର ହ୍ରାସ କରିବା, ପୁନଃ ବ୍ୟବହାର ଏବଂ ପୁନଃଚକ୍ରଣ” ର ପ୍ରସାର ସହିତ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସମାନ ପ୍ରକାର କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର କରାଯାଉଛି । ଟେରି ଓ ଫ୍ଲକ୍ସଜେନ୍ ସହ ସହଭାଗିତା ଦ୍ୱାରା କମ୍ପାନୀ ପକ୍ଷରୁ ଏ ଦିଗରେ ଅଧିକ ଯୋଗଦାନ କରାଯାଇପାରିବ ।”

ଶୂନ୍ୟ ବର୍ଜ୍ୟଜଳ ନିଷ୍କାସନ ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିବା ପାଇଁ ଟିଏସ୍‌ଏମ୍‌ଏଲ୍ ପକ୍ଷରୁ ଏହାର ସୁକିନ୍ଦା କ୍ରୋମାଇଟ୍ ଖଣିରେ ଦିନ ପିଛା ୧୦୮ ନିୟୁତ ଲିଟର କ୍ଷମତା ବିଶିଷ୍ଟ ଅନ୍‌ସାଇଟ୍ ସେଣ୍ଟ୍ରାଲ୍ ଇଫଲୁଏଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ (ଇଟିପି) ବିକଶିତ କରାଯାଇଛି । ସେଣ୍ଟ୍ରାଲ୍ ଇଫଲୁଏଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ୧୦୦ ପ୍ରତିଶତ ଜଳକୁ ବିଶୋଧନ କରିବା ସହିତ ଏହାମଧ୍ୟରୁ ୯୫-୯୦ ପ୍ରତିଶତ ପୁନଃଚକ୍ରଣ କରାଯାଇଥିବା ଜଳକୁ ପୁନଃବ୍ୟବହାର କରିବାକୁ ସମର୍ଥ କରିଥାଏ । ସୁକିନ୍ଦା କ୍ରୋମାଇଟ୍ ଖଣିର ଟାଉନ୍‌ସିପ୍‌ରେ ଏକ ସ୍ୱେରେଜ ଜଳ ବିଶୋଧନ କାରଖାନା (ଏସ୍‌ଟିପି) ରହିଛି, ଯାହା ଘରେ ବ୍ୟବହୃତ ହେଉଥିବା ବର୍ଜ୍ୟ ଜଳକୁ ବିଶୋଧନ କରିଥାଏ, ଯାହା ବଗିଚା, ଯନ୍ତ୍ରପାତି ଓ ଯାନବାହନ ଧୋଇବା ଭଳି କାର୍ଯ୍ୟରେ ପୁନଃବ୍ୟବହାର କରାଯାଇଥାଏ । ଯାହାଫଳରେ କମ୍ପାନୀ ପକ୍ଷରୁ କାରଖାନା ବାହାରକୁ ଶୂନ୍ୟ ଜଳ ନିଷ୍କାସନକୁ ସୁନିଶ୍ଚିତ କରାଯାଇପାରିଛି ।

କମ୍ପାନୀ ପକ୍ଷରୁ ଏହାର ସରୁଆବିଲ ଓ କର୍ମଦା କ୍ରୋମାଇଟ୍ ଖଣିରେ ପ୍ରତି ଘଣ୍ଟା ପିଛା ୧୨୦୦ କ୍ୟୁବିକ୍ ମିଟର କ୍ଷମତା ବିଶିଷ୍ଟ ଆଉ ଏକ ସେଣ୍ଟ୍ରାଲ ଇଟିପି ସ୍ଥାପନ କରିବା ପାଇଁ କାର୍ଯ୍ୟ ଜାରି ରହିଛି । ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ଓ କଟକ ଜିଲ୍ଲାର ଆଠଗଡ଼ରେ ଅବସ୍ଥିତ ଟିଏସ୍‌ଏମ୍‌ଏଲ୍‌ର ଦୁଇଟିଯାକ ଫେରୋ ଆଲୟେଜ କାରଖାନାରେ ଅନ୍‌ସାଇଟ୍ ଇଟିପି ଦ୍ୱାରା ଅନ୍‌ସାଇଟ୍ ପ୍ରକ୍ରିୟାଗତ ଜଳକୁ ବିଶୋଧନ କରାଯାଉଛି । ଏହାର ଆଠଗଡ଼ କାରଖାନାରେ ଜଳ ବ୍ୟବହାରକୁ ୦.୫୦ କ୍ୟୁସେକ୍ ହ୍ରାସ କରାଯାଇସାରିଛି ।

କମ୍ପାନୀ ପକ୍ଷରୁ ଏହାର କାରଖାନା ପାଚରେୀ ଚାରିପଟେ ଗାରଲ୍ୟାଣ୍ଡ ଡ୍ରେନ୍ ନିର୍ମାଣ କରାଯାଇଛି ଓ ଜିଗିଙ୍ଗ୍ ଏବଂ ହଟ୍ ମେଟାଲ କୋକ୍ କ୍ୱିନଚିଂ ଅପରେସନ୍ ସହିତ ଭୁପୃଷ୍ଠରୁ ଇଟିପି ପର୍ଯ୍ୟନ୍ତ ବର୍ଜ୍ୟଜଳକୁ ରଖିବା ପାଇଁ ଏକ ସେଟଲିଂ ପିଟ୍‌ର ନିର୍ମାଣ କରାଯାଇଛି । ୧୦୦ ପ୍ରତିଶତ ପୁନଃଚକ୍ରଣ କରାଯାଇଥିବା ଜଳକୁ ମେଟାଲ କୁଲିଂ, ଜିଗିଙ୍ଗ୍‌, ସଡ଼କ ଓ ବଗିଚାରେ ଜଳ ସିଂଚନ ଭଳି କାର୍ଯ୍ୟ ଦ୍ୱାରା ପୁନଃବ୍ୟବହାର କରାଯାଉଛି । ଉତ୍ପାଦନକ୍ଷମ ଥିବା ଉଭୟ କାରଖାନାରେ ଘରୋଇ ବର୍ଜ୍ୟ ଜଳ ପରିଚାଳନା ପାଇଁ ସ୍ୱେରେଜ ଜଳ ବିଶୋଧନ କାରଖାନା ରହିଛି । ବିଶୋଧନ ହୋଇଥିବା ଜଳ ବଗିଚାରେ ପୁନଃବ୍ୟବହାର ହେବା ସହିତ ଉଭୟ କାରଖାନାରୁ ବାହାରକୁ ଶୂନ୍ୟ ଜଳ ନିଷ୍କାସନ କରାଯାଉଛି ।

Leave a Reply

Your email address will not be published. Required fields are marked *