ଟାଟା ଷ୍ଟିଲ ମାଇନିଂ ପକ୍ଷରୁ ସୁକିନ୍ଦାରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଯୌନ ଉତ୍ପୀଡ଼ନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ସୁକିନ୍ଦା, ଜୁନ୍ ୨୨, ୨୦୨୨: ଟାଟା ଷ୍ଟିଲ ମାଇନିଂ ପକ୍ଷରୁ ଏହାର ସୁକିନ୍ଦା କ୍ରୋମାଇଟ୍ ଖଣିରେ ପିଲାମାନଙ୍କ ପାଇଁ ଯୌନ ଉତ୍ପୀଡ଼ନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ପିଲାମାନଙ୍କୁ କୌଣସି ପରିଚିତ କିମ୍ବା ଅପରିଚିତ ବ୍ୟକ୍ତିଙ୍କ ଦ୍ୱାରା କରାଯାଉଥିବା ଭଲ ସ୍ପର୍ଶ ଓ ଖରାପ ସ୍ପର୍ଶ ମଧ୍ୟରେ ଥିବା ତଫାତ୍ ବିଷୟରେ ସୂଚନା ପ୍ରଦାନ କରାଯାଇଥିଲା । କମ୍ପାନୀର କର୍ମଚାରୀମାନଙ୍କ ୫୦ରୁ ଊର୍ଦ୍ଧ୍ୱ ଜଣ ପିଲା ଓ ସେମାନଙ୍କ ଅଭିଭାବକ ଏବଂ ସ୍ଥାନୀୟ ଲୋକମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ପିଲାମାନଙ୍କ ବୟସ ବଢିବା ସହିତ ଜଣେ ପିଲାର ଭାବନାତ୍ମକ, ସାମାଜିକ ଓ ଶାରୀରିକ ବିକାଶ ସେମାନଙ୍କ ପରିଚିତ ଓ ଅପରିଚିତ ବ୍ୟକ୍ତିଙ୍କ ଅନୁପଯୁକ୍ତ ସ୍ପର୍ଶ ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏହି କାରଣରୁ ପିଲାମାନଙ୍କୁ ଭଲ ସ୍ପର୍ଶ ଓ ବନାମ ଖରାପ ସ୍ପର୍ଶ ବିଷୟରେ ଶିକ୍ଷା ଦେବା ଅତ୍ୟନ୍ତ ଜରୁରୀ । ପିଲାମାନେ ଜାଣିବା ଉଚିତ ଯେ କୌଣସି ବ୍ୟକ୍ତି ସ୍ପର୍ଶ କରିବା ଦ୍ୱାରା ଅସହଜ ଅନୁଭବ କରିବା କ୍ଷେତ୍ରରେ ସେମାନେ ନିଜ ପିତା ମାତା କିମ୍ବା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହ ଏ ବିଷୟରେ କଥା
ହୋଇପାରିବେ ।


ବଚପନ୍ ବଚାଓ ଆନ୍ଦୋଳନ ସହ ଜଡ଼ିତ ଏବଂ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ପିଲାମାନଙ୍କ ଉତ୍‌ଥାନ ପାଇଁ କାର୍ଯ୍ୟ କରୁଥିବା ବିକାଶ ଦୋଦ୍ରଜକା ସୁକିନ୍ଦା କ୍ରୋମାଇଟ୍ ଖଣିରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଉଦ୍‌ବୋଧନ ଦେଇ ସେ କହିଛନ୍ତି ଯେ, “ଭଲ ସ୍ପର୍ଶ ଓ ଖରାପ ସ୍ପର୍ଶ ବ୍ୟକ୍ତିଗତ ସୁରକ୍ଷା ଉପରେ
ପିଲାମାନଙ୍କ ଭାବନା ଶକ୍ତି ବୃଦ୍ଧି କରିବା ସହିତ ସେମାନଙ୍କୁ ସୁରକ୍ଷିତ ଅନୁଭବ କରାଇଥାଏ । ସମସ୍ତ ପିଲା ଓ ସେମାନଙ୍କ ପିତା ମାତା ଏହା ବିଷୟରେ ଜାଣିବା ଉଚିତ” । ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କୁ ସୁରକ୍ଷିତ ରହିବାର ଉପାୟ ସହିତ ଅସୁରକ୍ଷିତ ଅନୁଭବ କରିବା କ୍ଷେତ୍ରରେ ପିତା ମାତା ଓ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ଏହା ବିଷୟରେ ଜଣାଇବା ସଂକ୍ରାନ୍ତରେ ଆବଶ୍ୟକ ପରାମର୍ଶ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ପିଲାମାନଙ୍କୁ ଏକ ଭିଡ଼ିଓ ମଧ୍ୟ ଦେଖାଯାଇଥିଲା । ପିଲାମାନଙ୍କ ପାଇଁ ଏହି
କାର୍ଯ୍ୟକ୍ରମ ବ୍ୟତୀତ ପିତା ମାତାଙ୍କ ପାଇଁ ଆୟୋଜିତ ଏକ ପୃଥକ କାର୍ଯ୍ୟକ୍ରମରେ ବିକାଶ ଦୋଦ୍ରଜକା ପିତା ମାତାଙ୍କୁ କିଛି
ଉପଯୋଗୀ ପରାମର୍ଶ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *