ଟାଟା ଷ୍ଟିଲ ମାଇନିଂ ପକ୍ଷରୁ ଗ୍ରୀନ୍ ଥେରାପି: ଜୈବ ବିବିଧତା ଓ ମାନବଉଦ୍ଭିଦ ବିଜ୍ଞାନ ସମ୍ପର୍କିତ ପରମ୍ପରାର ସଂରକ୍ଷଣ ଓ ସ୍ମୃତିଚାରଣ ପାଇଁ ଏକ ପଦକ୍ଷେପ
ଏହି ଦିନିକିଆ କାର୍ଯ୍ୟକ୍ରମରେ ୫୦ ପାରମ୍ପାରିକ ଔଷଧୀୟ ବୃକ୍ଷ ବିଶେଷଜ୍ଞଙ୍କ ଅଂଶଗ୍ରହଣ
ସୁକିନ୍ଦା, ଜୁନ୍ ୨୦, ୨୦୨୨: ବୃକ୍ଷମାନଙ୍କ ଔଷଧୀୟ ଗୁଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହିତ ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ସେସବୁର ସଂରକ୍ଷଣ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଟାଟା ଷ୍ଟିଲ ମାଇନିଂ ପକ୍ଷରୁ ଆଜି ଓଡ଼ିଶାର ଯାଜପୁର ଜିଲ୍ଲାରେ ଅବସ୍ଥିତ ସୁକିନ୍ଦା କ୍ରୋମାଇଟ୍ ଖଣିରେ ଗ୍ରୀନ୍ ଥେରାପି ନାମକ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି ।
ଏହାର କାର୍ଯ୍ୟକ୍ଷେତ୍ର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ରହୁଥିବା ଆଦିମ ଅଧିବାସୀଙ୍କ ସମୃଦ୍ଧ ଐତିହ୍ୟ ଓ ସଂସ୍କୃତିର ସଂରକ୍ଷଣ ପାଇଁ ଟାଟା ଷ୍ଟିଲ ମାଇନିଂ ନିଜର କାର୍ଯ୍ୟ ଜାରି ରଖିଛି । ସ୍ଥାନୀୟ ଔଷଧୀୟ ବୃକ୍ଷ ବିଶେଷଜ୍ଞ କିମ୍ବା ବୈଦ୍ୟମାନଙ୍କ ଔଷଧୀୟ ଜ୍ଞାନକୁ ସମ୍ମିଳିତ କରିବା ପାଇଁ କମ୍ପାନୀ ପକ୍ଷରୁ ନିଆଯାଉଥିବା ଅନେକ ପଦକ୍ଷେପ ମଧ୍ୟରୁ ଏହା ଅନ୍ୟତମ ।
କଟକରେ ଅବସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଆୟୁର୍ବେଦ ପ୍ରଫେସର ଡଃ ସଞ୍ଜୀବ ଦାସଙ୍କ ସହିତ ଓଡ଼ିଶାର ବିଭିନ୍ନ ସ୍ଥାନରୁ ୫୦ ଜଣ ପ୍ରତିଷ୍ଠିତ ପାରମ୍ପାରିକ ଔଷଧୀୟ ବୃକ୍ଷ ବିଶେଷଜ୍ଞ ଏହି ଗ୍ରୀନ୍ ଥେରାପି ନାମକ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ । ଏହି ଦିନିକିଆ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ୨୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ । କଟକ ବନଖଣ୍ଡର ବନଖଣ୍ଡ ଅଧିକାରୀ ସଞ୍ଜୟ କୁମାର ସ୍ୱାଇଁ ଏବଂ ଅତିରିକ୍ତ ବନ ସଂରକ୍ଷକ ସୌଭାଗ୍ୟ କୁମାର ସାହୁଙ୍କ ସହିତ ଟାଟା ଷ୍ଟିଲ ମାଇନିଂର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପଙ୍କଜ ସତିଜା ଓ ବରିଷ୍ଠ ମହା ପ୍ରବନ୍ଧକ ସୁଶାନ୍ତ କୁମାର ମିଶ୍ରଙ୍କ ସହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ଏହି ଅବସରରେ ଉଦ୍ବୋଧନ ଦେଇ ସଞ୍ଜୟ କୁମାର ସ୍ୱାଇଁ କହିଛନ୍ତି ଯେ, “ଏଭଳି କାର୍ଯ୍ୟକ୍ରମର ଆୟୋଜନ ପାରମ୍ପାରିକ ମାନବଉଦ୍ଭିଦ ବିଜ୍ଞାନ ସମ୍ପର୍କିତ ଔଷଧୀୟ ଜ୍ଞାନକୁ ସଂରଣକ୍ଷ ପାଇଁ ଟାଟା ଷ୍ଟିଲ ମାଇନିଂର ପ୍ରୟାସକୁ ପ୍ରତିପାଦିତ କରୁଛି । ପାରମ୍ପାରିକ ଜ୍ଞାନ ସହିତ ଆଧୁନିକ ବିଜ୍ଞାନର ମିଶ୍ରଣ ପାଇଁ ପ୍ରୟାସ କରୁଥିବାରୁ ମୁଁ କମ୍ପାନୀକୁ ଶୁଭେଚ୍ଛା ଜଣାଉଛି ।
ପଙ୍କଜ ସତିଜା କହିଛନ୍ତି ଯେ, “ପରମ୍ପରାକୁ ସଂରକ୍ଷିତ କରିବା ଓ ବୃକ୍ଷମାନଙ୍କ ଔଷଧୀୟ ଗୁଣ ସମ୍ପର୍କରେ ଆମର ଜ୍ଞାନର ପରିସୀମାକୁ ବୃଦ୍ଧି କରିବାରେ ସହାୟତା କରିବା ହେଉଛି ଏପରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଜୈବ ବିବିଧତାର ସଂରଣକ୍ଷ ପାଇଁ ଆମର ଯୋଗଦାନ ସ୍ୱରୁପ ନିଆଯାଉଥିବା ବିଭିନ୍ନ ପଦକ୍ଷେପକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି” ।
ଗ୍ରୀନ୍ ଥେରାପି ଜୈବ ବିବିଧତା ଓ ମାନବଉଦ୍ଭିଦ ବିଜ୍ଞାନ ସମ୍ପର୍କୀୟ ପରମ୍ପରା ଉପରେ ଗୁରୁତ୍ୱାରୋପ କରିବା ବ୍ୟତୀତ ଜ୍ଞାନ ଆଦାନ ପ୍ରଦାନ ଭଳି ଅଧିବେସନ ମାଧ୍ୟମରେ ଏ ଦିଗରେ ଜ୍ଞାନ ହାସଲ ପାଇଁ ଏକ ମଂଚ ପ୍ରଦାନ କରିଛି । ଏହାଦ୍ୱାରା ଔଷଧୀୟ ଗୁଣ ସମ୍ପନ୍ନ ବୃକ୍ଷର ଉଚିତ ବ୍ୟବହାର ଓ ରକ୍ଷଣାବେକ୍ଷଣ ଏବଂ ଏକ ସୁସ୍ଥ ସଂସ୍କୃତିର ପ୍ରସାର କରାଯାଇପାରିବ । ଏହାସହିତ ସ୍ଥାନୀୟ ଅଞ୍ଚଳର ଜୈବ ବିବିଧତାରେ ଉନ୍ନତିରେ ଆଣିବା ସହିତ ସ୍ଥାନୀୟ ଲୋକଙ୍କ ଐତିହ୍ୟର ସଂରକ୍ଷଣ ପାଇଁ କମ୍ପାନୀ ପକ୍ଷରୁ ସଚେତନତା ଅଧିବେସନର ଆୟୋଜନ କରାଯାଉଛି ।