ଟାଟା ଷ୍ଟିଲ ମାଇନିଂ ମର୍ଜ୍ୟାଦାଜନକ ଏନର୍ଜି ଓ ଏନ୍‌ଭେୟାରମେଣ୍ଟ ଫାଉଣ୍ଡେସନ୍ ଗ୍ଲୋବାଲ ସିଏସ୍‌ଆର ପୁରସ୍କାର ୨୦୨୨ରେ ସମ୍ମାନିତ

ସିଏସ୍‌ଆର କାର୍ଯ୍ୟକ୍ରମରେ ଉତ୍କର୍ଷତା ପାଇଁ ପ୍ଲାଟିନମ୍ ବିଭାଗରେ ପୁରସ୍କୃତ

ସୁକିନ୍ଦା, ଫେବୃଆରୀ ୧୭, ୨୦୨୨: ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍‌ଏମ୍‌ଏଲ୍‌) ଆଉ ଏକ ବଡ଼ ସଫଳତା ହାସଲ କରିବା ସହିତ ପ୍ଲାଟିନମ୍ ବିଭାଗରେ “ମର୍ଜ୍ୟାଦାଜନକ ଏନର୍ଜି ଓ ଏନ୍‌ଭେୟାରମେଣ୍ଟ ଫାଉଣ୍ଡେସନ୍ ଗ୍ଲୋବାଲ ସିଏସ୍‌ଆର ପୁରସ୍କାର ୨୦୨୨” ରେ ସମ୍ମାନିତ ହୋଇଛି । ନିଜ କାର୍ଯ୍ୟକ୍ଷେତ୍ରରେ ସ୍ଥାନୀୟ ଲୋକମାନଙ୍କ କଲ୍ୟାଣ ଓ ଅନ୍ତର୍ଭୁକ୍ତକାରୀ ବିକାଶକୁ ସୁନିଶ୍ଚିତ କରିବା ଦିଗରେ ନିଜର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କମ୍ପାନୀକୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି ।


ଭର୍ଚୁଆଲ ମଂଚ ମାଧ୍ୟମରେ ଆୟୋଜିତ ଏହି ପୁରସ୍କାର ବିତରଣୀ ସମାରୋହରେ ଟାଟା ଷ୍ଟିଲ ମାଇନିଂର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପଙ୍କଜ ସତିଜା ଓ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଟିଏସ୍‌ଏମ୍‌ଏଲ୍ ଫେରୋକ୍ରୋମ ବିଭାଗ ବରିଷ୍ଠ ମହା ପ୍ରବନ୍ଧକ ଶ୍ରୀ ବିଭୁଦତ୍ତ ମହାନ୍ତି କମ୍ପାନୀ ତରଫରୁ ଏହି ପୁରସ୍କାର ଗ୍ରହଣ କରିଥିଲେ ।
ଆୟୋଜକମାନଙ୍କୁ ଧନ୍ୟବାଦ ଜଣାଇ ଶ୍ରୀ ମହାନ୍ତି କହିଛନ୍ତି ଯେ, “ଉଭୟ ବ୍ୟବସାୟ ଓ ସମାଜ ଉପରେ ସକରାତ୍ମକ ପ୍ରଭାବ ପକାଉଥିବା ଆମର ପ୍ରୟାସ ଯୋଗୁଁ ଏନର୍ଜି ଓ ଏନ୍‌ଭେୟାରମେଣ୍ଟ ଫାଉଣ୍ଡେସନ୍ ଦ୍ୱାରା ସ୍ୱୀକୃତି ହାସଲ କରିଥିବାରୁ ଆମେ ନିଜକୁ ଭାଗ୍ୟଶାଳୀ ଅନୁଭବ କରୁଛୁ । ସିଏସ୍‌ଆର କାର୍ଯ୍ୟକ୍ରମଗୁଡ଼ିକୁ ନିଜ କାରବାର ବ୍ୟବସ୍ଥାରେ ଏକ ପ୍ରମୁଖ ସ୍ଥାନ ଦେବା ଫଳରେ ଆମକୁ ଏହି ସ୍ୱୀକୃତି ମିଳିଛି । ଏହା ଆମକୁ ସ୍ଥାନୀୟ ଲୋକଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ ଜାରି ରଖିବା ପାଇଁ ପ୍ରେରଣା ଯୋଗାଇବ ।
ଏହି ଅବସରରେ ଶ୍ରୀ ସତିଜା କହିଛନ୍ତି ଯେ, “ଏହି ପୁରସ୍କାର ସମାଜର ସେବା ଓ ସ୍ଥାନୀୟ ଲୋକମାନଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଟାଟା ଷ୍ଟିଲ ମାଇନିଂର ନିରନ୍ତର ଉଦ୍ୟମକୁ ସ୍ୱୀକତି ପ୍ରଦାନ କରିଛି । ଏହି ପୁରସ୍କାର ପାଇ ଆମେ ନିଜକୁ ଗୌରବାନ୍ୱିତ ଅନୁଭବ କରୁଛୁ । ଏହି ପୁରସ୍କାର ଆମକୁ ଏହି ଦିଗରେ କାର୍ଯ୍ୟ ଜାରି ରଖିବା ପାଇଁ ପ୍ରେରଣା ଯୋଗାଇବ । ଆମ କାର୍ଯ୍ୟକ୍ଷେତ୍ର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନଙ୍କ ଜୀବନରେ ଦୀର୍ଘସ୍ଥାୟୀ ପରିବର୍ତ୍ତନ ଆଣିବା ସହିତ ଅଭିନବ ସାମାଜିକ-ଅର୍ଥନୈତିକ ପଦକ୍ଷେପ ମାଧ୍ୟମରେ ସାମଗ୍ରିକ ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ରହିଛୁ” ।

Leave a Reply

Your email address will not be published. Required fields are marked *