ୱାର୍ଲଡ୍‌ଷ୍ଟିଲ୍ ପକ୍ଷରୁ ଟାଟା ଷ୍ଟିଲ୍ ଲିମିଟେଡ୍ ଓ ଟାଟା ଷ୍ଟିଲ୍ ୟୁରୋପକୁ ୨୦୨୨ ଷ୍ଟିଲ୍ ସଷ୍ଟେନେବିଲିଟି ଚାମ୍ପିଆନ୍‌ସ ଭାବେ ମାନ୍ୟତା

ଭୁବନେଶ୍ୱର: ବିଶ୍ୱ ଇସ୍ପାତ ସଂଘ ପକ୍ଷରୁ ଟାଟା ଷ୍ଟିଲ୍ ଲିମିଟେଡ୍ ଓ ଟାଟା ଷ୍ଟିଲ ୟୁରୋପକୁ ୨୦୨୨ ଷ୍ଟିଲ୍ ସଷ୍ଟେନେବିଲିଟି ଚାମ୍ପିଆନ୍‌ସିପ୍ ମାନ୍ୟତା ଦିଆଯାଇଛି । ଲଗାତାର ପଂଚମ ବର୍ଷ ପାଇଁ ଏହି ମାନ୍ୟତା ମିଳିଛି । ୨୦୧୮ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପରଠାରୁ ପ୍ରତିବର୍ଷ ୱାର୍ଲଡ୍‌ଷ୍ଟିଲ୍ ପକ୍ଷରୁ ଉଭୟ ସଂସ୍ଥାକୁ ଏହି ମାନ୍ୟତା ଦିଆଯାଉଛି । ସଷ୍ଟେନେବିଲିଟି (ନିରବଚ୍ଛିନ୍ନତା)ର ନୀତି ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ ରହି ବିଶ୍ୱ ଶ୍ରେଣୀର ଇସ୍ପାତ ନିର୍ମାତା ହୋଇ ରହିବା ଲାଗି ଟାଟା ଷ୍ଟିଲ୍ କରୁଥିବା ଉଦ୍ୟମ ଯୋଗୁଁ ଏହି ସମ୍ମାନଜନକ ମାନ୍ୟତା ହାସଲ କରୁଛି । ୱାର୍ଲଡ ଷ୍ଟିଲ୍ ପକ୍ଷରୁ ୨୦୨୧ ବର୍ଷ ପାଇଁ ୧୦ଟି ସଂସ୍ଥାକୁ ସେମାନଙ୍କ କାର୍ଯ୍ୟ ଲାଗି ଷ୍ଟିଲ୍ ସଷ୍ଟେନେବିଲିଟି ଚାମ୍ପିଆନ ଭାବେ ଘୋଷଣା କରାଯାଇଛି ।


ଟାଟା ଷ୍ଟିଲ୍‌ର ଏମ୍‌ଡି ଓ ସିଇଓ ଟିଭି ନରେନ୍ଦ୍ରନ କହିଛନ୍ତି ଯେ, “ଲଗାତାର ପଂଚମ ବର୍ଷ ଲାଗି ୱାର୍ଲଡ୍‌ଷ୍ଟିଲ୍ ପକ୍ଷରୁ ସଷ୍ଟେନେବିଲିଟି ଚାମ୍ପିଆନ୍ ଭାବେ ମାନ୍ୟତା ପାଇଥିବାରୁ ଆମେ ଗର୍ବିତ । ଟାଟା ଷ୍ଟିଲ୍‌ରେ ଏକ ନିରନ୍ତର ସଂସ୍ଥା ଗଠନ କରିବା ଓ ଏକ ଉତମ ଭବିଷ୍ୟତ ଲାଗି ସମ୍ଭାବନାକୁ ସନ୍ଧାନ କରିବା ପାଇଁ ଆମ ସନ୍ଧାନର ମୂଳରେ ରହିଛି ନବସୃଜନ ଓ ଦାୟିତ୍ୱବୋଧତା । ପ୍ରଦୂଷଣର ମୁକାବିଲା କରିବା ଲାଗି ଆମେ ଉନ୍ନତ ପ୍ରଯୁକ୍ତିରେ ନିବେଶ କରୁଥିବା ବେଳେ ସମ୍ବଳ ଦକ୍ଷତାକୁ ବଢ଼ାଉଛୁ, ସ୍ୱଳ୍ପ ଦାମ୍‌ରେ ସ୍ୱଚ୍ଛ ଶକ୍ତି ହାସଲ କରୁଛୁ ଏବଂ ଚକ୍ରାକାର ଅର୍ଥନୀତି ସମାଧାନ ପ୍ରଦାନ କରୁଥିବା ବେଳେ ନୂତନ ମାନଦଣ୍ଡ ଧାର୍ଯ୍ୟ କରି ନିରନ୍ତରତା କ୍ଷେତ୍ରରେ ଶିଳ୍ପର ଅଗ୍ରଣୀ ହେବା ଲାଗି ଆମ ସନ୍ଧାନରେ ଆମେ ଦ୍ରୁତ ଗତିରେ ଆଗକୁ ବଢ଼ୁଛୁ ।’’


ଚଳିତ ବର୍ଷ ମାର୍ଚ୍ଚରେ ଟାଟା ଷ୍ଟିଲ୍‌କୁ ୱାର୍ଲଡ୍‌ଷ୍ଟିଲ୍‌ର ୨୦୨୨ ନିରନ୍ତରତା ଚାପ୍ଟରର ସଦସ୍ୟ ଭାବେ ଚୟନ କରାଯାଇଥିଲା । ଟାଟା ଷ୍ଟିଲ ଏହାର ନିରନ୍ତରତା ପ୍ରଦର୍ଶନକୁ ସ୍ୱଚ୍ଛତାର ସହ ପ୍ରକାଶ କରୁଛି । ଭାରତରେ ପ୍ରଥମ କଂପାନି ଭାବେ ଟାଟା ଷ୍ଟିଲ୍ ଗ୍ଲୋବାଲ ରିପୋର୍ଟିଂ ଅଭିଯାନ ଫ୍ରେମ୍‌ୱର୍କ ଅଧୀନରେ ନିରନ୍ତରତା ରିପୋର୍ଟ ପ୍ରକାଶ କରୁଛି । ଡାଓ ଜୋନସ ସଷ୍ଟେନେବିଲିଟି ଇଣ୍ଡିସେସ୍ ପକ୍ଷରୁ ଟାଟା ଷ୍ଟିଲକୁ ବିଶ୍ୱର ଶ୍ରେଷ୍ଠ ୧୦ ଇସ୍ପାତ କଂପାନି ଭାବେ ମାନ୍ୟତା ପ୍ରଦାନ କରାଯାଇଛି । ପରିବେଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଶ୍ୱର ଅଗ୍ରଣୀ ଦାତବ୍ୟ ଅନୁଷ୍ଠାନ ସିଡିପି ପକ୍ଷରୁ ୨୦୨୧ “ସପ୍ଲାୟାର ଏନଗେଜମେଂଟ୍ ଲିଡର’ ଭାବେ “ଏ’ ରେଟିଂ ପ୍ରଦାନ କରାଯାଇଛି ।


ୱାର୍ଲଡ୍‌ଷ୍ଟିଲ୍ ଅନୁସାରେ ବାର୍ଷିକ ସଷ୍ଟେନେବିଲିଟି ଚାମ୍ପିଆନ୍ ମାନ୍ୟତା କାର୍ଯ୍ୟକ୍ରମ ଇସ୍ପାତ କଂପାନିଗୁଡ଼ିକୁ ଉଚ୍ଚ ମାନ ଧାର୍ଯ୍ୟ କରିବା ଏବଂ ନିରନ୍ତରତା ଲକ୍ଷ୍ୟ ହାସଲ କରିବା ଦିଗରେ ପ୍ରଗତି ଜାରି ରଖିବା ପାଇଁ ଉଦ୍ୟମକୁ ବଢ଼ାଇବା ଲାଗି ଉତ୍ସାହିତ କରିବ । ଏହି କାର୍ଯ୍ୟକ୍ରମ ହେଉଛି ନିରନ୍ତର ବିକାଶ ଦିଗରେ ଶିଳ୍ପର ପ୍ରତ୍ୟକ୍ଷ ଯୋଗଦାନ ଓ ଦୃଢ଼ ପ୍ରତିବଦ୍ଧତା ପ୍ରଦର୍ଶନ କରିବା ଲାଗି ହେଉଛି ଏକ ପ୍ରଭାବୀ ଯାନ ।

Leave a Reply

Your email address will not be published. Required fields are marked *

You may have missed