ଟାଟା ଷ୍ଟିଲ କଳିଙ୍ଗନଗର ଓ ନୀଳାଚଳ ଇସ୍ପାତ ନିଗମ ପକ୍ଷରୁ ୩୩୦୦ରୁ ଉର୍ଦ୍ଧ୍ବ ଚାରା ରୋପଣ

0
Pic-2

କଳିଙ୍ଗନଗର, ଜୁନ୍ ୫, ୨୦୨୬: ମିଳିତ ଜାତିସଂଘର ଚଳିତ ବର୍ଷର  ବିଷୟବସ୍ତୁ (ଇନସ୍ପାୟାର୍ଡ ବାଇ ନେଚର୍। ଫର୍ କ୍ଲାଇମେଟ୍। ଫର୍ ଆଓର୍ ଫ୍ୟୁଚର୍) ପ୍ରକୃତି ସହ ଯୋଡ଼ି ହେବା, ଜଳବାୟୁ ସୁରକ୍ଷା ଏବଂ ଏକ ସୁରକ୍ଷିତ ଭବିଷ୍ୟତ ଗଠନ କରିବା ଏବଂ ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ଗଠନ ଦିଗରେ ନିଜର ପ୍ରତିବଦ୍ଧତାକୁ ଦୋହରାଇ, ଟାଟା ଷ୍ଟିଲ କଳିଙ୍ଗନଗର (ଟିଏସ୍‌କେ) ଏବଂ ନୀଳାଚଳ ଇସ୍ପାତ ନିଗମ (ଏନ୍‌ଆଇଏନ୍‌ଏଲ୍‌) ପକ୍ଷରୁ ଶୁକ୍ରବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି।

ଏହି ଅବସରରେ ଟିଏସ୍‌କେ ପକ୍ଷରୁ ପ୍ଲାଣ୍ଟ ପରିସରରେ  ୨୨୦୦ରୁ ଅଧିକ ଚାରାରୋପଣ କରାଯାଇଛି। ବ୍ୟାପକ ଚାରାରୋପଣ ବ୍ୟତୀତ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ସପ୍ତାହ ଆରମ୍ଭରୁ ସ୍କୁଲ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ପରିବାରବର୍ଗଙ୍କ ପାଇଁ ଚିତ୍ରାଙ୍କନ, ହସ୍ତଶିଳ୍ପ ଓ ପ୍ରବନ୍ଧ ପ୍ରତିଯୋଗିତା ସହିତ କର୍ମଚାରୀଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ, କୁଇଜ୍ ଓ ଫଟୋଗ୍ରାଫି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହାବ୍ୟତୀତ କାରଖାନା ପରିସରରେ ପ୍ଲାଷ୍ଟିକ୍ ଆବର୍ଜନା ସଫେଇ ଅଭିଯାନ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

ଏହି ସମାରୋହର ଉଦ୍‌ଯାପନୀ କାର୍ଯ୍ୟକ୍ରମ ଟ୍ରେନିଂ ସେଣ୍ଟର ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଟିଏସ୍‌କେର ମେକାନିକାଲ ମେଣ୍ଟେନାନ୍ସ ଚିଫ୍ ଶଙ୍କର ବିଶ୍ୱାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଇଲେକ୍ଟ୍ରିକାଲ ମେଣ୍ଟେନାନ୍ସ ଚିଫ୍ ପଙ୍କଜ ଏଚ୍. ଭୁରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ ଟାଟା ଷ୍ଟିଲ କଳିଙ୍ଗନଗରର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ଅତିଥିମାନେ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ।

ଏନ୍‌ଆଇଏନ୍‌ଏଲ୍‌ ପକ୍ଷରୁ କାରଖାନା ପରିସରସ୍ଥ ଟ୍ରାନ୍ସପୋର୍ଟ ପାର୍କ ନିକଟରେ କର୍ମଚାରୀ ଓ ଠିକା କର୍ମଚାରୀମାନଙ୍କ ଦ୍ୱାରା ୧୧ ୦୦ ଚାରାରୋପଣ କରାଯାଇଥିଲା। ଏହା ବ୍ୟତୀତ ସପ୍ତାହ ଆରମ୍ଭରୁ କର୍ମଚାରୀ ଓ ସେମାନଙ୍କ ପରିବାର ପାଇଁ ପୋଷ୍ଟର ପ୍ରସ୍ତୁତି ଓ କୁଇଜ୍ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।

ସେହିପରି ଟାଟା ଷ୍ଟିଲ ଫାଉଣ୍ଡେସନ୍‌ ପକ୍ଷରୁ ଗୋବରଘାଟି ଫେଜ୍-୧ର ଛାତ୍ରଛାତ୍ରୀମାନଙ୍କ ପାଇଁ କମ୍ୟୁନିଟି ସେଣ୍ଟରଠାରେ ସଚେତନତା କାର୍ଯ୍ୟକ୍ରମ, କୁଇଜ୍ ଏବଂ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ୧୨୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। କୁଇଜ୍ ପ୍ରତିଯୋଗିତାର ବିଜେତାମାନଙ୍କୁ ସେଠାରେ ପୁରସ୍କୃତ କରାଯାଇଥିବାବେଳେ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତାର ବିଜେତାମାନଙ୍କୁ ପ୍ଲଟ୍-୨ ଅଡିଟୋରିୟମରେ ଆୟୋଜିତ ମେଗା କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା।

ଟାଟା ଷ୍ଟିଲ ଏବଂ ଏନ୍‌ଆଇଏନ୍‌ଏଲ୍‌ ପକ୍ଷରୁ ଜୁନ୍ ମାସକୁ ‘ସଷ୍ଟେନେବିଲିଟି ମନ୍ଥ’ (ଦୀର୍ଘସ୍ଥାୟୀତ୍ୱ ମାସ) ଭାବେ ପାଳନ କରାଯାଉଥିବାରୁ ଏହି କାର୍ଯ୍ୟକ୍ରମଗୁଡ଼ିକ ମାସବ୍ୟାପୀ ଚାଲିବ। ଏହି ମାସବ୍ୟାପୀ ପାଳନର ଅଂଶବିଶେଷ ଭାବେ ସଚେତନତା ଅଭିଯାନ, ୱେବିନାର ଏବଂ ଅନଲାଇନ୍ କୁଇଜ୍ ଭଳି ଅନେକ କାର୍ଯ୍ୟକ୍ରମ ହେବା ନେଇ ଯୋଜନା ରହିଛି।

Leave a Reply

Your email address will not be published. Required fields are marked *