ଆଦାନୀ ଧାମରା ପୋର୍ଟ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ୧୦୦୦ ଚାରା ରୋପଣ

0
10f2e8dd-c471-429d-91f3-e5fe21fd57b4

ଧାମରା, ୫.୦୬.୨୦୨୬: ବିଶ୍ୱ ପରିବେଶ ଦିବସ ଅବସରରେ ଧାମରା ପୋର୍ଟ ପକ୍ଷରୁ ‘ପ୍ରକୃତି ଦ୍ୱାରା ଅନୁପ୍ରାଣିତ, ଜଳବାୟୁ ଓ ଆମ ଭବିଷ୍ୟତ ପାଇଁ’ ବିଷୟବସ୍ତୁ ଆଧାରିତ ବିଭିନ୍ନ ସଚେତନତାମୂଳକ କାର୍ଯକ୍ରମ ଆୟୋଜିତ ହୋଇଯାଇଛି । ପରିବେଶ ଓ ଉଦ୍ୟାନ ବିଭାଗ ଶିଶୁ, କର୍ମଚାରୀ, ଶ୍ରମିକ ଏବଂ ସ୍ଥାୟୀ ବାସିନ୍ଦାଙ୍କ ମଧ୍ୟରେ ପରିବେଶ ସୁରକ୍ଷା ସଚେତନତା ବୃଦ୍ଧି ପାଇଁ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ପରିବେଶ ଦିବସ ପାଳନ ଅଧିନରେ ସାଇଟ୍ କର୍ମଚାରୀମାନଙ୍କ ପାଇଁ ସ୍ପଟ୍ କୁଇଜ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ପିଲାମାନେ ଉତ୍ସାହର ସହ ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ କୁଇଜ୍‌ରେ ଅଂଶଗ୍ରହଣ କରତ ନିଜର ସୃଜନଶୀଳତା ଏବଂ ପ୍ରକୃତି ସଂରକ୍ଷଣ ପ୍ରତି ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିଥିଲେ ।

ପରିବେଶଗତ ସ୍ଲୋଗାନ ସହିତ ରାଲି ଆୟୋଜନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଗଣ ବୃକ୍ଷରୋପଣ ଅଭିଯାନ, ଯେଉଁ ସମୟରେ କର୍ମଚାରୀମାନେ ପରିବେଶକୁ ସବୁଜ କରିବା ପାଇଁ ସାମୂହିକ ପ୍ରତିବଦ୍ଧତାର ପ୍ରତୀକ ଭାବରେ ପୋର୍ଟ ପରିସରରେ ପ୍ରାୟ ୧୦୦୦ ଚାରା ରୋପଣ କରିଥିଲେ । ଦୀର୍ଘସ୍ଥାୟୀ ଅଭ୍ୟାସ ସହିତ, ପ୍ଲାଷ୍ଟିକ ବ୍ୟବହାରକୁ ହ୍ରାସ କରିବା ପାଇଁ କର୍ମଚାରୀମାନଙ୍କୁ ପରିବେଶ ଅନୁକୂଳ ବ୍ୟାଗ୍ ବଣ୍ଟନ କରାଯାଇଥିଲା । ଏହି ଅବସରରେ ଧାମରା ପୋର୍ଟ ସିଇଓ ଶ୍ରୀ ଦେବେନ୍ଦ୍ର ଠକର ପରିବେଶ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ସମସ୍ତଙ୍କୁ ଅକ୍ଷୟ ଶକ୍ତିର ବ୍ୟବହାର କରିବାକୁ ନିଜ ଅଭିଭାଷଣରେ କହିଥିଲେ । ପରିବେଶ ସୁରକ୍ଷା ଏବଂ ସବୁଜ ଓ ସ୍ଥାୟୀ ଭବିଷ୍ୟତ ଗଠନ ପ୍ରତି ଧାମରା ପୋର୍ଟର ଦୃଢ ପ୍ରତିବଦ୍ଧତାକୁ ପୁନଃ ବ୍ୟକ୍ତି କରିଥିଲେ ।

Leave a Reply

Your email address will not be published. Required fields are marked *