ବ୍ରାହ୍ମଣୀପାଳଠାରେ ୪ ଦିନିଆ ମେଗା ସ୍ୱାସ୍ଥ୍ୟ ଶିବିର

ବ୍ରାହ୍ମଣୀପାଳ, ଫେବୃଆରୀ ୨୩, ୨୦୨୪: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ବ୍ରାହ୍ମଣୀପାଳଠାରେ ମା ତାରିଣୀ ଟ୍ରିପର୍ସ ଏବଂ ଟ୍ରକ୍ ମାଲିକ ସଂଘର ମିଳିତ ଆନୁକୂଲ୍ୟରେ ୪ ଦିନିଆ ମେଗା ସ୍ୱାସ୍ଥ୍ୟ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ବ୍ରାହ୍ମଣୀପାଳ ଟାଟା ଷ୍ଟିଲ୍ ଏଫଏପି ପ୍ଲାଂଟ୍ ମୁଖ୍ୟ ଲଭ୍‌ଲିନ ସ୍ୱାଇଁ ଓ ବ୍ରାହ୍ମଣୀପାଳସ୍ଥିତ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ୟୁନିଟ ମୁଖ୍ୟ ଡ. ଜୟନ୍ତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଶିବିରରେ ୫୪୬ରୁ ଅଧିକ ବ୍ୟକ୍ତିଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା, ଯେଉଁଥିରେ ଅଧିକାଂଶ ଟ୍ରକ୍ ଡ୍ରାଇଭର ଥିଲେ ଏବଂ ସେମାନଙ୍କ ମଧ୍ୟରୁ ୪୫୮ ଜଣଙ୍କର ରିଫ୍ରାକ୍ସନ ସମସ୍ୟା ଚିହ୍ନଟ କରାଯାଇ ଉନ୍ନତ ଦୃଷ୍ଟି ଶକ୍ତି ଏବଂ ସଡ଼କ ସୁରକ୍ଷା ପାଇଁ ସେମାନଙ୍କୁ ଚଷମା ଯୋଗାଇ ଦିଆଯାଇଥିଲା । ଜାମସେଦପୁରର ଏକ ଡାକ୍ତରୀ ଟିମ୍ ସହାୟତାରେ ଶିବିରରେ ରୋଗ ନିରାକରଣ ପାଇଁ ସ୍ୱାସ୍ଥ୍ୟ ଯାଂଚ ଏବଂ ପରାମର୍ଶ ପ୍ରଦାନ କରାଯାଇଥିଲା ।

ଏହାବ୍ୟତୀତ, ଅଂଶଗ୍ରହଣକାରୀମାନଙ୍କୁ ମୌଳିକ ଜୀବନ ସହାୟତା ପ୍ରଶିକ୍ଷଣ ଦିଆଯାଇଥିଲା, ଯେଉଁଥିରେ ମାନେକ୍ୱିନ୍ ମଡେଲ୍ ବ୍ୟବହାର କରି କାର୍ଡିଓ-ପଲମୋନାରୀ ରିସସିଟେସନ୍ (ସିପିଆର) କୌଶଳ ଅନ୍ତର୍ଭୁକ୍ତ ଥିଲା ।

Leave a Reply

Your email address will not be published. Required fields are marked *