ନଭେମ୍ବର ୨୩ ରେ ଟାଟା ଷ୍ଟିଲ୍ ଯୋଡ଼ା ରନ୍‌-ଏ-ଥନ୍ ର ଦ୍ୱିତୀୟ ସଂସ୍କରଣ

  • ମୋଟ ପୁରସ୍କାର ରାଶି ୫.୬୭ ଲକ୍ଷ ଟଙ୍କା
  • ପ୍ରତ୍ୟେକ ପ୍ରତିଯୋଗୀଙ୍କ ପାଇଁ ଟାଟା ଷ୍ଟିଲ ଦ୍ୱାରା ଗୋଟିଏ ଚାରାରୋପଣ ଯୋଜନା

ଯୋଡ଼ା, ପ୍ରବାହ ନ୍ୟୁଜ୍ : ଟାଟା ଷ୍ଟିଲ୍ ପକ୍ଷରୁ ଟାଟା ଷ୍ଟିଲ୍ ଯୋଡ଼ା ରନ୍‌-ଏ-ଥନ୍‌ର ଦ୍ୱିତୀୟ ସଂସ୍କରଣ ଘୋଷଣା କରାଯାଇଛି । ଚଳିତ ବର୍ଷର ବିଷୟବସ୍ତୁ ହେଉଛି “ପ୍ରତି ପାଦ ଏକ ସବୁଜ ଭବିଷ୍ୟତ ଆଡ଼କୁ’ ।

ରନ୍‌-ଏ-ଥନ୍ ର ଦ୍ୱିତୀୟ ସଂସ୍କରଣ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଯୋଡ଼ା ଠାରେ ଆୟୋଜିତ ହେବ।

ଟାଟା ଷ୍ଟିଲ୍ ଓର୍ ମାଇନ୍ସ ଆଣ୍ଡ୍ କ୍ୱାରିଜ୍ (ଓଏମ୍‌କ୍ୟୁ) ଡିଭିଜନର ଏହି ସିଗ୍ନେଚର କାର୍ଯ୍ୟକ୍ରମ ନଭେମ୍ବର ୨୩ ସକାଳ ୬ଟାରୁ କେନ୍ଦ୍ରୀୟ ଖେଳ ପଡ଼ିଆରେ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମରେ ୧୦ କିମି ଓ ୭ କିମି (ପୁରୁଷ ଓ ମହିଳା), ୫ କିମି (ବାଳକ ଓ ବାଳିକା) ଏବଂ ଏକ ଅଣପ୍ରତିଯୋଗିତାମୂଳକ ୨ କି.ମି. (ଦିବ୍ୟାଙ୍ଗ) ଭଳି ୩ଟି ପ୍ରତିଯୋଗିତାମୂଳକ ଦୌଡ଼ ରହିଛି।

ଏହି ଦୌଡରେ ମୋଟ ପୁରସ୍କାର ରାଶି ୫.୬୭ ଲକ୍ଷ ଟଙ୍କା ରଖାଯାଇଛି । ଏଥିସହ ପ୍ରତ୍ୟେକ ପ୍ରତିଯୋଗୀଙ୍କ ପାଇଁ ଟାଟା ଷ୍ଟିଲ ଦ୍ୱାରା ଗୋଟିଏ ଚାରାରୋପଣ ଯୋଜନା ରହିଛି।

ଓଏମ୍‌କ୍ୟୁର ମହାପ୍ରବନ୍ଧକ ଅତୁଲ୍ କୁମାର ଭଟ୍ଟନାଗର କହିଛନ୍ତି ଯେ, “ଯୋଡ଼ା ରନ୍‌-ଏ-ଥନ୍ ୨୦୨୫ରେ ସାଧାରଣଲୋକଙ୍କୁ ଏକତ୍ରିତ କରିବା ସହ ଫିଟ୍‌ନେସ୍ ଏବଂ ପରିବେଶ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବ। ମୁଁ ସମସ୍ତ ଦୌଡ଼ପ୍ରେମୀମାନଙ୍କୁ ଏଥିରେ ଅଂଶଗ୍ରହଣ କରିବା ସହ ଏକ ଦୀର୍ଘସ୍ଥାୟୀ ଓ ପରିବେଶ ଅନୁକୂଳ ଭବିଷ୍ୟତ ଦିଗରେ ଯୋଗଦାନ ଦେବାକୁ ଅନୁରୋଧ କରୁଛି। ଏଥିସହିତ ପ୍ରତ୍ୟେକ ପ୍ରତିଯୋଗୀ ପାଇଁ ଟାଟା ଷ୍ଟିଲ ଦ୍ୱାରା ଗୋଟିଏ ଚାରା ରୋପଣ କରାଯିବ।”

ଟାଟା ଷ୍ଟିଲ୍‌ରେ କ୍ରୀଡ଼ା ହେଉଛି ଏକ ଜୀବନଶୈଳୀ। ଆରମ୍ଭରୁ ହିଁ କମ୍ପାନୀ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ କ୍ରୀଡ଼ାରେ ଉତ୍କର୍ଷତା ସୃଷ୍ଟି କରିବାର ସୁଯୋଗ ସୃଷ୍ଟି କରି ଏକ ସ୍ୱାସ୍ଥ୍ୟ ସଚେତନ ସମାଜ ଗଢ଼ିବାକୁ ପ୍ରୋତ୍ସାହିତ କରିଆସିଛି । ଟାଟା ଷ୍ଟିଲ୍ ଜାମସେଦପୁର, କୋଲକାତା, ନୁଆମୁଣ୍ଡି ଏବଂ ମେରାମଣ୍ଡଳୀ ଭଳି ନିଜର କାର୍ଯ୍ୟକ୍ଷେତ୍ରରେ ଦୌଡ଼ ଆୟୋଜନ କରୁଛି ।

ଏହି ଅବସରରେ ଟାଟା ଷ୍ଟିଲ ଯୋଡ଼ା ଚିଫ ରାଜେଶ କୁମାରଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *