ନାବାଳିକା ଅପହରଣ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ : ନାବାଳିକା ଉଦ୍ଧାର

ଖୋର୍ଦ୍ଧା : ୦୩/୦୪/୨୦୨୧ : ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣ ଅଞ୍ଚଳର ଦୁଇ ନାବାଳିକା ଅପହରଣ ଘଟଣାକୁ ୪୮ ଘଣ୍ଟା ନ ପୁରୁଣୁ ପୋଲିସ ଘଟଣାରେ ସମ୍ପୃକ୍ତ ଦୁଇଜଣଙ୍କୁ ସୁଦୂର ଆନ୍ଧ୍ରପ୍ରଦେଶ ରୁ ଗିରଫ କରିଛି।

ଗିରଫ ଦୁଇ ଯୁବକ ସୋରଣ ଅଞ୍ଚଳର ୨୧ ବର୍ଷୀୟ ବିକ୍ରମ ନାୟକ ଏବଂ ପ୍ରତାପ ବେହେରା ବୋଲି ଜଣାପଡିଛି । ଚଳିତ ମାସ ଏକ ତାରିଖ ଦିନ ପ୍ରତାପ ଏବଂ ବିକ୍ରମ ସେହି ଗ୍ରାମର ଦୁଇ ନାବାଳିକାଙ୍କୁ ଅପହରଣ କରିନେଇଥିବା ସମ୍ପର୍କରେ ନାବାଳିକାଙ୍କ ପରିବାର ଲୋକେ ଟାଙ୍ଗୀ ଥାନାରେ ଅଭିଯୋଗ କରିଥିଲେ । ଘଟଣାକୁ ଗମ୍ଭୀରତାର ସହିତ ନେଇ ଟାଙ୍ଗୀ ପୋଲିସ୍ ତାର ପ୍ରାଥମିକ ତଦନ୍ତରେ  ଜାଣିବାକୁ ପାଇଥିଲା  ଉଭୟ ଅଭିଯୁକ୍ତ  କାଳୁପଡ଼ା ଷ୍ଟେସନରୁ ଟିକେଟ୍ କରି ନାବାଳିକା ଦ୍ବୟଙ୍କୁ ସାଥିରେ  ବିଜୟୱାଡ଼ା ନେଇ ଯାଉଥିବା ଜାଣିବାକୁ ପାଇଥିଲା । ଏହା ପରେ ଟାଙ୍ଗୀ ପୁଲିସ ସ୍ଥାନୀୟ ରେଳବାଇ ପୁଲିସକୁ ଏ ସମ୍ପର୍କରେ ସୂଚନା ଦେବାରେ ରେଳବାଇ ପୁଲିସ ଆନ୍ଧ୍ରପ୍ରଦେଶ ରେଳବାଇ ପୁଲିସ ସହାୟତାରେ ବିଶାଖାପାଟଣାମ୍ ଜଙ୍କସନ ଓ ସମଲକୋଟ ଜଙ୍କସନ ମଧ୍ୟରେ ଥିବା ଟୁନୀ ରେଲୱେ ଷ୍ଟେସନରୁ ଉଭୟ ଅଭିଯୁକ୍ତଙ୍କ ସମେତ ଅପହୃତ ଦୁଇ ନାବାଳିକାଙ୍କୁ ଉଦ୍ଧାର କରି ଅଟକ ରଖିବା ସହିତ ଟାଙ୍ଗୀ ପୁଲିସକୁ ହସ୍ତାନ୍ତର କରିଥିଲା ।

ପୋଲିସ ବିକ୍ରମ ଓ ପ୍ରତାପଙ୍କୁ ଗିରଫ କରିବା ସହ ନାବାଳିକା ଅପହରଣ ମାମଲା ସେମାନଙ୍କୁ କୋର୍ଟ ଚାଲାଣ କରିଛି । ତେବେ ଏ ଅପହରଣ ଘଟଣା ପଛରେ ପ୍ରେମ ସମ୍ପର୍କ ଥିବା ଟାଙ୍ଗୀ ଥାନା ଅଧିକାରୀ ସରୋଜ ଉପାଧ୍ୟାୟ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *