ଶିରଡ଼ି ସାଇ ଟ୍ରଷ୍ଟ, ବସନ୍ତପୁର ତରଫରୁ ପ୍ରତୀଭା ସମ୍ମାନ

ଗରଦପୁର, ପ୍ରବାହ ନ୍ୟୁଜ୍ : ଗରଦପୁର ଅଧିନ ବସନ୍ତପୁର ଗ୍ରାମରେ ଥିବା ଶ୍ରୀ ଶ୍ରୀ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ଆୟୋଜିତ ପ୍ରତୀଭା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଫଜଲ ହକ୍ ଉଚ୍ଚ ବିଦ୍ୟାଳୟ, ତେଣ୍ଡାକୁଡାର ଛାତ୍ର ଦେବେନ୍ଦ୍ରପାତ୍ର ଓ କଳିଙ୍ଗଭାରତୀ ସ୍କୁଲ ର ତେଣ୍ଡାକୁଡା ଛାତ୍ରୀ ଭାଗ୍ୟଶ୍ରୀ ମହାନ୍ତି ବ୍ଲକ ସ୍ତରରେ ଏ -୧ ଗ୍ରେଡ ରେ କୃତିତ୍ଵର ସହ ଉତ୍ତୀର୍ଣ୍ଣ ହୋଇଥିବାରୁ ଟ୍ରଷ୍ଟ ର ପରିଚାଳନା ଟ୍ରଷ୍ଟି ଡ.ରୁଦ୍ର ମହାନ୍ତି ଙ୍କ ଆବାହକତ୍ଵରେ ଅନୁଷ୍ଠିତ ସମାରୋହରେ ସଂପାଦକ ସୁନିଲ ମହାନ୍ତି ଓ ରବୀନ୍ଦ୍ର ମହାପାତ୍ର ଉତ୍ତରୀୟ ଓ ଟ୍ରଫି ଦେଇ ସମ୍ମାନିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କିଶୋର ମହାନ୍ତି, ଚଣ୍ଡି ପ୍ରସାଦ ମହାନ୍ତି, ରଂଜିତ ମହାନ୍ତି ,ସ୍ୱରୂପ ମହାନ୍ତି କମଳ ମହାନ୍ତି, ସଂଯୁକ୍ତା ବିଶ୍ୱାଳ ଓ ନଳିନି ମହାନ୍ତି ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *