ଆଇଏନ୍ଏସ୍ ଚିଲିକାର ନୂଆ କମାଣ୍ଡିଂ ଅଫିସର୍ଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ଭାରତୀୟ ନୌସେନାର ଆଇଏନ୍ଏସ୍ ଚିଲିକାରେ ୨୩ତମ କମାଣ୍ଡିଂ ଅଧିକାରୀ ଓ ଷ୍ଟେସନ୍ କମାଣ୍ଡର୍ ଭାବେ କୋମୋଡର୍ ବି ଦୀପକ ଅନୀଲ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ୭୮ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସେ ବିଦାୟୀ କୋମୋଡର ଏନ.ପି ପ୍ରଦୀପଙ୍କ ଠାରୁ ଏକ ଆନୁଷ୍ଠାନିକ ପରେଡ୍ ସମାରୋହରେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଠାରେ ପ୍ରଶିକ୍ଷଣ ନେଉଥିବା ଏବଂ କର୍ତ୍ତବ୍ୟରତ ନୌସେନା ଅଧିକାରୀମାନେ ତାଙ୍କୁ ଆନୁଷ୍ଠାନିକ ପରେଡ଼ ମାଧ୍ୟମରେ ସ୍ୱାଗତ ଜଣାଇଥିଲେ। ଆଇଏନଏସ୍ ଚିଲିକାର ନୂଆ ଷ୍ଟେସନ କମାଣ୍ଡର ଓଡ଼ିଶାରେ ଭାରତୀୟ ନୌସେନାର ଭାରପ୍ରାପ୍ତ ଅଧିକାରୀ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିବେ ।