କେନ୍ଦୁଝର ରେ ପାଳିତ ହେଲା ଇଦ ଉଜ ଜୁହା
ଆଲ୍ଲାଙ୍କ ପ୍ରତି ନିଜର ସମର୍ପଣ ଭାବ ପ୍ରକଟ କରିବା ପାଇଁ ପ୍ରତିବର୍ଷ ମୁସଲମାନ ସମାଜ ଦ୍ୱାରା ପର୍ବ ଇଦ ଉଜ ଜୁହା ପାଳନ କରାଯାଏ। ଇସଲାମିକ କ୍ୟାଲେଣ୍ଡର ର ଦ୍ୱାଦଶ ବା ଶେଷ ମାସ ‘ଜୁଲ୍-ହିଜ୍ଜା’ ର ୧୦ ତାରିଖରେ ଏହି ପର୍ବ ପାଳନ କରାଯାଏ। ଏହି ପର୍ବ କେବଳ ଏକ ରୀତିନୀତି ନୁହେଁ, ବରଂ ଏହା ମାନବ ସମାଜକୁ କିଛି ମହତ୍ତ୍ୱପୂର୍ଣ୍ଣ ଶିକ୍ଷା ଦିଏ:ତ୍ୟାଗ ଓ ଧୈର୍ଯ୍ୟ: ଆବଶ୍ୟକ ପଡ଼ିଲେ ନିଜର ପ୍ରିୟ ଜିନିଷକୁ ସମାଜ କିମ୍ବା ଈଶ୍ୱରଙ୍କ ପାଇଁ ଉତ୍ସର୍ଗ କରିବାର ପ୍ରେରଣା ଦିଏ।ଦୟା ଓ ଦାନ ସମାଜର ଅବହେଳିତ ଓ ଗରିବ ଶ୍ରେଣୀର ଲୋକଙ୍କୁ ନିଜର ଆନନ୍ଦରେ ସାମିଲ କରିବା ଏହାର ମୂଳ ଲକ୍ଷ୍ୟ।ଏକତା ଓ ଭାଇଚାରା।
ଜାତି, ଧର୍ମ ନିର୍ବିଶେଷରେ ସମସ୍ତଙ୍କ ସହ ସଂପ୍ରୀତି ରକ୍ଷା କରିବାକୁ ଏହା ପ୍ରେରିତ କରେ। ଏହି ପର୍ବକୁସମଗ୍ର ବିଶ୍ବରେ ଅତ୍ୟନ୍ତ ଶ୍ରଦ୍ଧା, ଉତ୍ସାହ ଏବଂ ଶାନ୍ତିପୂର୍ଣ୍ଣ ଭାବରେ ପାଳନ କରାଯାଏ।ନିଜ ତକରିର ରେ ଏହା ପ୍ରକାଶ କରିଛନ୍ତି କେନ୍ଦୁଝର ପୁରୁଣା ସହର ସୁନ୍ନୀ ଜୁମମା ମସଜିଦ ର ଇମାମ ମୌଲନା ଇର୍ସାଦ ଫଇଜି , ସମବେତ ଶହଶହ ମୁସଲିମ ସମାଜ ଆଲ୍ଲା ଙ୍କ ନିକଟରେ ଶାନ୍ତି ଭାଇଚାରା ର ଦୁଆ କରିଥିଲେ , ଏହାପରେ ପରସ୍ପରକୁ ଆଲିଙ୍ଗନ କରି ଇଦ ମୁବାରକ ଅଭିନନ୍ଦନ ଜଣାଇଥିଲେ ,ସକ୍ଷମ ପରିବାର ଆଲ୍ଲା ଙ୍କ ଉଦ୍ଦେଶ୍ୟ ରେ କୁରବାନୀ କରିଥିଲେ ସମଗ୍ର ଜିଲ୍ଲାରେ ଶାନ୍ତି ସୌହାର୍ଦୟ ରେ ଶୃଙ୍ଖଳିତ ଭାବେ ଇଦ ପାଳିତ ହୋଇଯାଇଛି ।
