ଭାରତ ମାତାର ସୁଯୋଗ୍ୟ ସନ୍ତାନ ସ୍ବାମୀ ବିବେକାନନ୍ଦ

ମୋ’ ଭାରତ ମାଟିର ପ୍ରାଣ ପୁରୁଷ
ସ୍ବାମୀଜୀ ବିବେକାନନ୍ଦ
ମା ‘ ଭୁବନେଶ୍ଵରୀ ପିତା ବିଶ୍ଵନାଥ
ଥିଲେ ଦତ୍ତ ମୁଖବନ୍ଧ ।

ବାଲ୍ୟ ନାମ ଯେ’ ନରେନ୍ଦ୍ରନାଥ ଦତ୍ତ
ଡାକୁଥିଲେ ସ୍ନେହେଁ ତାଙ୍କୁ
ବିଲେ ପୁଣି କେହି ନରେନ୍ ବୋଲାନ୍ତି
ବିତ୍ତଶାଳୀ ବିବେକଙ୍କୁ ।

ତୀବ୍ର ବୁଦ୍ଧି ଆଉ ଆଧ୍ୟାତ୍ମ୍ୟ ଚେତନା
ଦର୍ଶନ ଶାସ୍ତ୍ରରେ ଭରା
ବେଦ ଉପନେଷଦର ଦୃଢ଼ନୁଗାମୀ
ସେବୁଥିଲେ ବ୍ୟାଧି ଜରା ।

ସ୍ବାମୀ ରାମକୃଷ୍ଣ ପରମହଂସ ତାଙ୍କ
ଥିଲେ ଶିକ୍ଷ୍ୟା ଦୀକ୍ଷା ଗୁରୁ
ସବୁ ଧରମର ସମନ୍ଵୟ ଲାଗି
ପିନ୍ଧୁଥିଲେ ବସ୍ତ୍ର ଗେରୁ ।

ସାଧୁ ସନ୍ଥ ହୋଇ ଭ୍ରମିଲେ ଭାରତ
ସାଜିଲେ, ବିଶ୍ଵ ପରିବ୍ରାଜକ
ବେଦାନ୍ତ , ଯୋଗକୁ ପାଶ୍ଚାତ୍ୟେ ମିଶାଇ
ହେଲେ ସେ ମହା ନାୟକ ।

ଆମେରିକା ଚିକାଗୋରେ ଆୟୋଜିତ
ବିଶ୍ଵଧର୍ମ ମହାସଭା
ଭାରତ ଧର୍ମଗୁରୁ ପ୍ରତିନିଧିତ୍ୱେ
ଦଣ୍ଡେ ହୋଇଥିଲେ ଉଭା ।

ସେଦିନର ତର୍କ ଓଜସ୍ୱୀ ଭାଷଣ
ରହିଲା ଜାଯୋଲ୍ୟ ହୋଇ
ଆଧ୍ୟାତ୍ମିକ ଗୁରୁ ବିଖ୍ୟାତ ହୋଇଲେ
ବିଶ୍ଵ ଦରବାରରେ ଯାଇ ।

ସତ୍ୟ,ଧର୍ମ,ନ୍ୟାୟ ଦୃଢ଼ତା ଓ ପ୍ରେମ
ଥିଲା ତାଙ୍କ ଶିକ୍ଷା ନିତି
ସୁପ୍ତ ଆତ୍ମା ଜାଗ୍ରତ ଓ କର୍ମ ବିଶ୍ୱାସ
ବାଣ୍ଟି ବୁଲୁଥିଲେ ମତି ।

ତାଙ୍କ ପରି ଜ୍ଞାନୀ ବିଦ୍ୱାନଙ୍କୁ ପାଇ
ମୋ’ ଦେଶ ହୋଇଛି ଧନ୍ୟ
ବେଲୁର ମଠେ ତାଙ୍କ ଦାନା ର ବ୍ୟବସ୍ଥା
କରେ ଉଜ୍ଜୀବିତ ମାନ ।

ଛବି ରାଣୀ ପତି, ମଧ୍ୟ ଶାସନ ବିରିଡ଼ି , ଜଗତସିଂହପୁର ।।
ଫୋନ୍ -୯୩୩୭୯୬୦୦୬୦

Leave a Reply

Your email address will not be published. Required fields are marked *