ସହରାଅଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ସ୍ବଚ୍ଛ ଭାରତ ଅଭିଯାନ

ବଡ଼ବିଲ : ( ଧରଣୀଧର ମହାନ୍ତ )ଆଜି ସ୍ୱାସ୍ଥ୍ୟ ବିଭାଗ,ବଡ଼ବିଲ ଶାଖା ଓ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓସ୍କା ଦ୍ୱାରା ସହରାଞ୍ଚଳ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ନଲଦା ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରର୍ମରେ ସ୍ଥାନୀୟ ୧ ନମ୍ବର ୱାର୍ଡର କାଉସିଲ ଆନନ୍ଦ ସାଣ୍ଡିଲ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ହିମାଂଶୁ ଝା ଓ ସମସ୍ତ କର୍ମକର୍ତ୍ତା, ମହିଳା ଆରୋଗ୍ୟ ସମିତିର ସମସ୍ତ ସଦସ୍ୟ, ସଦସ୍ୟ ଉପସ୍ଥିତ ରହି ହୀରାକୁଦ କଲୋନୀ ଠାରୁ ଓଡ଼ିଆ ବସ୍ତି ଯାଏଁ ସଫେଇ କରିଥିଲେ।

ଏହି ଅବସର ରେ ସାଧାରଣ ଜନତାଙ୍କୁ ସୁସ୍ଥ ପରିବେଶ ର ଉପକାରିତା ବିଷୟରେ ସଚେତନ କରାଇବା ସହିତ ସ୍ଥାନୀୟ ଅଞ୍ଚଳକୁ ସ୍ୱଚ୍ଛ ଓ ନିର୍ମଳ ରଖିବାକୁ ଅନୁରୋଧ କରିଥିଲେ । ଅନୁଷ୍ଠାନର ଏହି ମହତ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଅଛି। ଏହି କାର୍ଯ୍ୟକ୍ରମରେ ଛବିରାଣୀ ମହାନ୍ତ, ସାଗରିକା ସ୍ୱାଇଁ, ଅନୀଲ କୁମାର ବିଶ୍ବାଳ, ଭବେଶ କୁମାର ସେନାପତି, ଶ୍ରୀନିବାସ ଦାସ, ଗୀତା କରୁଆ, ଆଦିତ୍ୟ ମୁଖୀ, ସିତୁ ବେହେରା, ମେଡିଜିନ ଲୁଗୁନ, ଅମୂଲ୍ୟ କାରୁଆ, ସୀମା କାରୁଆ, ତରାନାମ ଖାତୁନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

