ନାର୍ଭେରାମ କମ୍ପାନୀ ଦ୍ଵାରା ମହା ସମାରୋହରେ ସ୍ବାଧିନତା ଦିବସ ପାଳିତ
ବଡବିଲ ।୧୬ଅଗଷ୍ଟ।କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଟଣ୍ଟ ଗ୍ରାମରେ ଅବସ୍ଥିତ ନର୍ଭେରାମ୍ ପାୱାର ଏଣ୍ଡ ଷ୍ଟିଲ ପ୍ରାଇଭେଟ ଲିମିଟେଡ ଦ୍ୱାରା ୭୭ତମ ସ୍ବାଧିନତା ଦିବସ ପାଳନ ହୋଇଯାଇଛି । କମ୍ପାନୀର ଉପସଭାପତି ସଦାନନ୍ଦ ରଣା ଏହି ପାଳନ ଉତ୍ସବ ରେ ଜାତୀୟ ପତାକା ଉତ୍ତୋଳନ କରି ଦେଶର ପ୍ରଗତିରେ ସମସ୍ତେ ବ୍ୟକ୍ତିଗତ ଭାବରେ ଉଦ୍ୟମ ଆରମ୍ଭ କରିବା ଆବଶ୍ୟକ ବୋଲି ମତ ରଖିଥିଲେ । ଟଣ୍ଟ ସମେତ ପାଖ ଗ୍ରାମର ସହସ୍ରାଧିକ ଗ୍ରାମବାସୀ ଓ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସମେତ ଗାଁ ର ଉନ୍ନତି ରେ ସହଯୋଗ ର ହାତ ବଢ଼େଇଥିବା ଗ୍ରାମବାସୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା । କମ୍ପାନୀ ମହିଳା କ୍ଳବ୍ ର ସଦସ୍ୟା ଓ ସୁରକ୍ଷା କର୍ମୀ ମାନଙ୍କୁ ମଧ୍ୟ ପୁରସ୍କୃତ କରା ଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଖଣି ପ୍ରବନ୍ଧକ ପ୍ରଶାନ୍ତ ମହାନ୍ତି , ସୁରକ୍ଷା ଓ ଖଣି ପ୍ରବନ୍ଧକ ଘନଶ୍ୟାମ୍ ବେରା,ବିଜୟ ସାହୁ,ସୂର୍ଯ୍ୟ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । କମ୍ପାନୀର ମାନବ ସମ୍ବଳ ବିଭାଗ ଅଫିସର ସୌଭାଗ୍ୟ ବେହେରା ,ସଂପର୍କ ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ