ଭାଜପା ଯୁବ ସଙ୍ଗଠନ ପକ୍ଷରୁ ସହାୟତା ଓ ସାଙ୍ଗଠନିକ ଆଲୋଚନା
ଧର୍ମଶାଳା, ପ୍ରବାହ ନ୍ୟୁଜ୍ : ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ନିର୍ଦ୍ଦେଶକ୍ରମେ ଆଜି ଭାଜପା ଯୁବ ସଙ୍ଗଠନ ପକ୍ଷରୁ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅଧିନ ବିଭିନ୍ନ ଗ୍ରାମକୁ ଗସ୍ତକରି ସାଙ୍ଗଠନିକ ଆଲୋଚନା କରିବା ସହ ଅସହାୟମାନଙ୍କୁ ସହାୟତା ଯୋଗାଇଦେଇଛନ୍ତି । ବିଧାୟକ ଶ୍ରୀ ସାହୁଙ୍କ ନେିର୍ଦ୍ଦେଶକ୍ରମେ ଯୁବସଙ୍ଗଠକ ରାଜେଶ କୁମାର ପାଳଙ୍କ ନେତୃତ୍ୱରେ ଭାଜପା ଯୁବମୋର୍ଚ୍ଚାର କର୍ଯ୍ୟକର୍ତାମାନେ ଚହଟା ଗ୍ରାମପଞ୍ଚାୟତ ରେ ପହଂଚି ଜନସାଧାରଣ ଓ ଯୁବ ସାଥି ମାନଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମ ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବା ସହ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ। ଏହା ସହ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ତରଫରୁ ପାରାଲିସ୍ ରୋଗରେ ପୀଡିତ ଥିବା ଏହି ଗ୍ରାମର ବିଦ୍ୟାଧର ସେଠୀ , ବିନୟ ମଲିକଙ୍କ ର ଆଖି ଅପରେସନ, ରତ୍ନାକର ମଲ୍ଲିକଙ୍କ ର ଟ୍ୟୁମର ଅପରେସନ, କାର୍ତିକ ସେଠୀଙ୍କ ର ହାର୍ଟ ଅପରେସନ , ଅର୍ଚ୍ଚନା ମହାନ୍ତି ପାରାଲିସ୍ ରୋଗରେ ଆକ୍ରାନ୍ତ , ଶଙ୍କର୍ଷଣ ମହାନ୍ତି କିଡନୀ ରୋଗରେ ଆକ୍ରାନ୍ତ ଭଳି ସମସ୍ୟା ରେ ଥିବା ଅସହାୟ ଲୋକ ମାନଙ୍କ ନିକଟରେ ପହଂଚି ସେମାନଙ୍କୁ ଟ୍ରଷ୍ଟ ପକ୍ଷରୁ ଆର୍ôଥକ ସହାୟତା ପ୍ରଦାନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଶରତ ଓଝା ଜାରକା ମଣ୍ଡଳ ସଭାପତି ଦେବଦତ ପଣ୍ଡା, ବାରବାଟୀ ମଣ୍ଡଳ ସଭାପତି ତୀର୍ଥରାଜ ପଣ୍ଡ. ବିଶ୍ୱଜିତ ପୃଷ୍ଟି, ଲୋକନାଥ ମହାନ୍ତି, ରମେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
