ଜେକେ କାଗଜ କଳ ପକ୍ଷରୁ ଥଣ୍ଡା ଜଳ ବିଶୋଧନ ଯନ୍ତ୍ର ପ୍ରଦାନ

ରାୟଗଡ଼ା ସ୍ଥିତ ଜେକେ କାଗଜ କଳ ର ମହିଳା ମଣ୍ଡଳ ର ସଭାପତି ଶ୍ରୀମତୀ ଶ୍ୱେତା ଦ୍ୱିବେଦୀ ଓ ଉପସଭାପତି ଶ୍ରୀମତୀ ନୀତା ଦ୍ୱିବେଦୀ ଙ୍କ ଦ୍ୱାରା ତା ୨୦-୦୫-୨୪ ଦିନ କୋଲନରା ବ୍ଲକ୍‌, ଦୁନ୍ଦୁଲୀ ଗ୍ରାମ ପଞ୍ଚାୟତ ସ୍ଥିତ ପାର୍ବତୀ ନଗର ଏଡୁକେସନାଲ୍ କମ୍ପେ୍ଲକ୍ସ ,କସ୍ତୁରବା ଗାନ୍ଧୀ ମେମୋରିଆଲ ଟ୍ରଷ୍ଟକୁ ଥଣ୍ଡା ଜଳ ବିଶୋଧନ ଯନ୍ତ୍ର ପ୍ରଦାନ କରାଯାଇଛି ।ଆଗାମୀ ଗ୍ରୀଷ୍ମ ପ୍ରବାହ କୁ ଆଖି ରେ ରଖି ଉକ୍ତ ଜଳ ବିଶୋଧନ ଯନ୍ତ୍ର କୁ ପ୍ରଦାନ କରାଯାଇଥିଲା । ଏହା ଦ୍ୱାରା ୧୫୬ ଜଣ ଛାତ୍ର ଛାତ୍ରୀ ଉପକୃତ ହେବେ ।ଏଡୁକେସନାଲ୍ କମ୍ପେ୍ଲକ୍ସ ର ସୁପରିଟେଣ୍ଡେଣ୍ଟ କୁମାରୀ ଅହଲ୍ୟା ନାଥ ଭୂରି ଭୂରି ପ୍ରଶଂସା କରିବା ସହ ମହିଳା ମଣ୍ଡଳ ର କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ୍ ଦେଇଥିଲେ ।

Leave a Reply

Your email address will not be published. Required fields are marked *

You may have missed