ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ବନ୍ୟା ପ୍ରଭାବିତ ବାଲିଆପାଳ ଓ ବସ୍ତା ଅଞ୍ଚଳର ଗ୍ରାମବାସୀଙ୍କୁ ସହାୟତା ପ୍ରଦାନ

୧୦ଟି ଗ୍ରାମର ୩୦୦୦ରୁ ଊର୍ଦ୍ଧ୍ୱ ପରିବାର ଉପକୃତ

ବାଲିଆପାଳ, ସେପ୍ଟେମ୍ବର ୧୪, ୨୦୨୨: ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ ଲିମିଟେଡ଼ (ଏସ୍‌ପିପିଏଲ୍‌) ପକ୍ଷରୁ ବାଲେଶ୍ୱର ଜିଲ୍ଲାର ବନ୍ୟା ପ୍ରଭାବିତ ବାଲିଆପାଳ ଓ ବସ୍ତା ବ୍ଲକ୍‌ର ଲୋକମାନଙ୍କୁ ସହାୟତା ପ୍ରଦାନ କରାଯାଇଛି । ବାଲେଶ୍ୱର ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି କମ୍ପାନୀ ପକ୍ଷରୁ ଏହି ବ୍ଲକ୍‌ଗୁଡ଼ିକର ୧୦ଟି ବନ୍ୟା ପ୍ରଭାବିତ ଗ୍ରାମର ୩୦୦୦ ରୁ ଊର୍ଦ୍ଧ୍ୱ ପରିବାରକୁ ରିଲିଫ ସାମଗ୍ରୀ ପ୍ରଦାନ କରାଯାଇଛି ।


ଚଳିତ ବର୍ଷ ଅଗଷ୍ଟ ମାସରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ପ୍ରାରମ୍ଭିକ ଦିନଗୁଡ଼ିକରେ ଲୋକମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ପ୍ରଶାସନର ସହାୟତାରେ ଏସ୍‌ପିପିଏଲ୍ ପକ୍ଷରୁ ରିଲିଫ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଜିଲ୍ଲା ପ୍ରଶାସନର ପରାମର୍ଶକ୍ରମେ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଓ ବ୍ଲିଚିଂ ପାଉଡ଼ର ପ୍ରଦାନ କରାଯାଇଥିଲା । ବନ୍ୟା ଯୋଗୁଁ ଗୁରୁତର ଭାବେ ପ୍ରଭାବିତ ୧୦ଟି ଜିଲ୍ଲାରେ ବଣ୍ଟନ ପାଇଁ ସରକାରୀ ଅଧିକାରୀମାନଙ୍କୁ ୧୫,୨୦୦ରୁ ଊର୍ଦ୍ଧ୍ୱ ବିସ୍କୁଟ୍ ପ୍ୟାକେଟ୍‌, ୩୫୦୦ ପ୍ୟାକେଟ୍ ପାଣି ବୋତଲ, ଏବଂ ଖାଦ୍ୟ (ଚୂଡ଼ା, ଗୁଡ଼), ମହମବତୀ, ମ୍ୟାଚ୍ ବକ୍ସ ଓ ସାବୁନକୁ ମିଶାଇ ୧୦୦୦ ପ୍ୟାକେଟ୍ ଜରୁରୀ ସାମଗ୍ରୀ ହସ୍ତାନ୍ତର କରାଯାଇଥିଲା ।


ଏହାବ୍ୟତୀତ ବର୍ଷା ଓ ବନ୍ୟାରେ ଛପର ଘର ସମ୍ପୁର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିବା ପରିବାରମାନଙ୍କ ମଧ୍ୟରେ ବଣ୍ଟନ କରିବା ପାଇଁ ବାଲିଆପାଳ ତହସିଲ କାର୍ଯ୍ୟାଳୟକୁ ୧୦୦୦ରୁ ଊର୍ଦ୍ଧ୍ୱ ୱାଟରପ୍ରୁଫ୍ ଏବଂ ଉନ୍ନତମାନର ତାରପୋଲିନ୍ ହସ୍ତାନ୍ତର କରାଯାଇଥିଲା ।
ଏଭଳି ଏକ କଠିନ ପରିସ୍ଥିତିରେ ବାଲିଆପାଳ ଓ ବସ୍ତା ଅଞ୍ଚଳର ଲୋକମାନଙ୍କ ସେବା ପାଇଁ ସୁବର୍ଣ୍ଣରେଖା ବନ୍ଦର ଟିମ୍‌କୁ ସମସ୍ତ ସହାୟତା ଯୋଗାଇ ଦେଇଥିବାରୁ ଜିଲ୍ଲା ପ୍ରଶାସାନକୁ କୃତଜ୍ଞତା ଜଣାଇ ଏସ୍‌ପିପିଏଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ପ୍ରକାଶ ସିଂହ କହିଛନ୍ତି ଯେ, “ଜିଲ୍ଲା କର୍ତ୍ତୃପକ୍ଷଙ୍କ ମାର୍ଗଦର୍ଶନରେ ଆମେ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସହାୟତା ଯୋଗାଇ ଦେଇଛୁ । ଆମେ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ ରହିଛୁ ଓ ଆମେ ନିଜର କର୍ପୋରେଟ୍ ସାମାଜିକ ଦାୟିତ୍ୱ ଅନ୍ତର୍ଗତ ସେମାନଙ୍କ ପାଇଁ କାର୍ଯ୍ୟ କରିବା ଜାରି ରଖିବୁ ।


ଏସ୍‌ପିପିଏଲ୍ ପକ୍ଷରୁ ଏହାର ପ୍ରସ୍ତାବିତ ପ୍ରକଳ୍ପ ସ୍ଥାନ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଯୁବବର୍ଗଙ୍କୁ ସହାୟତା, ସ୍ଥାନୀୟ ଲୋକମାନଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା ଓ ଏଭଳି ବିଭିନ୍ନ କାର୍ଯ୍ୟକ୍ରମମାନ ଜାରି ରହିଛି ।

Leave a Reply

Your email address will not be published. Required fields are marked *