ସଂଘର୍ଷ ଜୀବନରେ ସଫଳତା ଦିଏ

ଗାଁ ବିଦ୍ୟାଳୟରେ ଭୋଳା ନାମରେ ଏକ ଶିଶୁ ପଢୁଥିଲା। ପାଠ ପଢିବା ସହିତ ଖେଳକୁଦ ରେ ଆଗ୍ରହ ରଖୁଥିଲା। ବିଦ୍ୟାଳୟ ର ସମସ୍ତ ପ୍ରତିଯୋଗିତାରେ ଭାଗ ନେଉଥିଲା। ଭାଗ ନେଉଥିଲେ ମଧ୍ୟ ସଫଳତା ମିଳୁ ନଥିଲା। ଯଦିବି ପୁରସ୍କୃତ ହେଉନଥିଲା କିନ୍ତୁ ନିରାଶ ହେଉ ନଥିଲା। ସେମିତି ବି ଖରାପ ପ୍ରଦର୍ଶନ କରୁନଥିଲା। କିନ୍ତୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ରଖିବାରେ ବିଫଳ ହେଉଥିଲା।
ଏଥିପାଇଁ ଗୋଟାଏ ଦିନ ଗୁରୁଜୀଙ୍କୁ ପଚାରିଲା ଗୁରୁଜୀ ମୁଁ ତ ପରିଶ୍ରମ କରୁଛି ଓ ଚେଷ୍ଟା ମଧ୍ୟ କରୁଛି। ସମସ୍ତ ପ୍ରତିଯୋଗିତାର ପୂର୍ବରୁ ପ୍ରସ୍ତୁତ କରୁଛି। ହେଲେ କାହିଁକି ସଫଳତା ମିଳୁନାହିଁ।
ଗୁରୁଜୀ ଶିଶୁ କୁ ସଫଳତା ର ମନ୍ତ୍ର ବାବଦରେ କହିଲେ ସଂଘର୍ଷ ହିଁ ସଫଳତା ଦେବ। ବିଫଳତା ଯୋଗୁଁ ସଂଘର୍ଷ କୁ ହାର୍ ନ ମାନୀ ଆଗକୁ ସଂଘର୍ଷ ଜାରୀରଖିଲେ ସଫଳତା ମିଳିଥାଏ। “ବିଫଳତା ହିଁ ସଫଳତାର ଚାବିକାଠି ଅଟେ”।
ଗୁରୁଜୀଙ୍କ କଥାକୁ ଗ୍ରହଣ କରି ସମସ୍ତ କ୍ଷେତ୍ରରେ ଭଲ କରିବା ପାଇଁ ଚେଷ୍ଟା ରେ ଲାଗି ପଡିଥିଲା।
ଯେତେବେଳେ ପୁଣି ବିଭିନ୍ନ ପ୍ରତିଯୋଗିତାର ସମୟ ଆସିଲା ସେତେବେଳେ ଭାଗ ନେଇ ସମସ୍ତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିବାର ଗୌରବ ଆଣିପାରିଥିଲା।
ଏଣୁ ସଫଳତା ହାସଲ ପାଇଁ ନିରନ୍ତର ପ୍ରୟାସ ଓ ଚେଷ୍ଟା ଜାରୀରଖିବା ଏକାନ୍ତ ଆବଶ୍ୟକ ଅଟେ।
ଯାହାକି ଭୋଳା ନାମରେ ଶିଶୁ ଟି କରି ଦେଖାଇ ପାରିଥିଲା।