ଓଡିଶାରେ ଷ୍ଟେଟ ବ୍ଯାଙ୍କର ୯୦୦ତମ ଶାଖା ନିଶ୍ଚିନ୍ତକୋଇଲି ଠାରେ ଉଦ୍ଘାଟିତ

ପ୍ରବାହ ନ୍ୟୁଜ୍‌ : ଭାରତୀୟ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳ ଦ୍ଵାରା ଓଡିଶାର ୯୦୦ ତମ ଶାଖା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଠାରେ ଉଦ୍ଘାଟିତ ହୋଇଯାଇଛି । ଶାଖା ପରିଚାଳକ ଶ୍ରୀ ଅଶୋକ ନାହକଙ୍କ ସଭାପତିତ୍ଵରେ ଓ ମହାପ୍ରବନ୍ଧକ ଶ୍ରୀ ପୋନ୍ନମବଲମ ଏମ , ଉପ ମହାପ୍ରବନ୍ଧକ ଶ୍ରୀ ପ୍ରଶାନ୍ତ କୁମାର, ଆଞ୍ଚଳିକ ପରିଚାଳକ ଶ୍ରୀ ଭବାନୀ ଶଙ୍କରମହାନ୍ତି ଆଦି ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଦିନେଶ ପରୁଥି ନୂତନ ଶାଖାର ଉଦ୍ଘାଟନ କରିଥିଲେ । ଏହି ଅବସରରେ ଶ୍ରୀ ପରୁଥି ଗ୍ରାହକ ସେବା, ଡିଜିଟାଲ ବ୍ୟାଙ୍କିଙ୍ଗ  ଏବଂ ବ୍ୟାଙ୍କରେ ଉପଲବ୍ଧ ବିଭିନ୍ନ ସେବା ବିଷୟରେ ଆଲୋକପାତ କରିଥିଲେ । ନିଶ୍ଚିନ୍ତକୋଇଲି ଶାଖା ଖୋଲିବା ଦ୍ଵାରା ପରିପାର୍ଶ୍ଵରେ ଥିବା ବୁହାଳ , ସରପଡା , କଟରପତା , ବାଳିପଡା , ବଢିକିରି , ନତକାଇ, ବନ୍ଧକାଳିଆ ,ରାମାକୃଷ୍ଣପୁର ଆଦି ପଞ୍ଚାଯତର କୃଷକ ,ବ୍ୟବସାୟୀ ଓ ଜନସାଧାରଣ ଉପକୃତ ହେବେ ।

Leave a Reply

Your email address will not be published. Required fields are marked *