ଝାରସୁଗୁଡ଼ାରେ ଅତ୍ୟାଧୁନିକ କ୍ୟାଲସିୟମ ଆଲୁମିନିୟମ ପ୍ଲାଂଟ ଉଦଘାଟିତ

ଭୁବନେଶ୍ୱର, ୧୬ ଏପ୍ରିଲ,୨୦୨୪: ରୁନୟା ଆଜି ଝାରସୁଗୁଡାରେ ଏହାର ଅତ୍ୟାଧୁନିକ କ୍ୟାଲସିୟମ୍ ଆଲୁମିନିଟ୍ ପ୍ଲାଂଟର ଉଦଘାଟନ ଘୋଷଣା କରିଛି । ଶିଳ୍ପାଂଚଳରେ ପରିବେଶ ନେତୃତ୍ୱ ତଥା ବୈଷୟିକ ପ୍ରଗତି ଦିଗରେ ରୁନାୟାର ଯାତ୍ରାରେ ଏହି ଉନ୍ମୋଚନ ଏକ ପ୍ରମୁଖ ମୁହୂର୍ତ ଅଟେ ।

ଏହାର ମୂଳରେ ସ୍ଥିରତା ବଜାୟ ରଖିବା ଓ ରୁନୟାର ସବୁଜ ଆଲୁମିନିୟମ୍ ପୁନରୁଦ୍ଧାର କାରଖାନା ଟେକ୍ନୋଲୋଜି-ସକ୍ଷମ ନବସୃଜନ କେନ୍ଦ୍ରରେ ଅବସ୍ଥାପିତ । ବାର୍ଷିକ ୧୨,୦୦୦ ମେଟ୍ରିକ୍ ଟନ୍ କ୍ଷମତା ସହିତ ଏହି ସୁବିଧା ଇସ୍ପାତ ଶିଳ୍ପରେ ଗ୍ରାହକଙ୍କୁ ସବୁଜ ପ୍ରିମିୟମ୍ ଉତ୍ପାଦ ବିତରଣ କରିବାକୁ ସକ୍ଷମ ହେବ । ସବୁଜ କଂଚାମାଲ ବିନିଯୋଗରେ ଏକ ବୃତାକାର ଅର୍ଥନୀତି ଆଡ଼କୁ ଅଗ୍ରସର ହେବା ସହିତ କାର୍ବନ ଫୁଟ ପ୍ରିଂଟକୁ କମ କରିବ ।

କ୍ୟାଲସିୟମ ଆଲୁମିନିୟମ ପ୍ଲାଂଟ ରୁନୟାର ଗ୍ରୀନ ଆଲୁମିନିୟମ ପୋର୍ଟଫୋଲିଓର ଏକ ରଣନୀତିକ ବିସ୍ତାରକୁ ପ୍ରତିପାଦିତ କରେ । ଆର୍ଥିକ ବର୍ଷ ୨୫ରେ ୧୦୦ ପ୍ରତିଶତ ସବୁଜ ଏବଂ ଅକ୍ଷୟ ଶକ୍ତି ଉତ୍ସ ଉପରେ କାର୍ଯ୍ୟ କରିବାକୁ, ଏହି ସୁବିଧା ଶିଳ୍ପ ମଧ୍ୟରେ ସ୍ଥିରତା ପାଇଁ ଏକ ନୂତନ ମାନଦଣ୍ଡ ସ୍ଥିର କରିଛି ।

କ୍ୟାଲସିୟମ ଆଲୁମିନେଟ ପ୍ଲାଂଟର ମୁଖ୍ୟ ବିଶେଷତ୍ୱ ଗୁଡିକ ହେଲା:

ପ୍ରଯୁକ୍ତିଗତ ଉନ୍ନତି: ରୁନୟାର ଇଲେକ୍ଟ୍ରିକ ଆର୍କ ଫର୍ନେସ, ଭାରତର ବୃହତ କ୍ୟାଲସିୟମ ଆଲୁମିନେଟ ପ୍ଲାଂଟ ଏହା ସ୍ୱୟଂ ଚାଳିତ ଭାବରେ କାର୍ଯ୍ୟ କରୁଥିବାରୁ ଉପଯୁକ୍ତ ଦକ୍ଷତା ଓ ଉତ୍ପାଦକତାକୁ ସୁନିଶ୍ଚିତ କରିବ ।

ଉତ୍ପାଦନ କ୍ଷମତା: ୨.୫ଏକର ଜମିରେ କାରଖାନା ବର୍ତମାନ କାର୍ଯ୍ୟ କରିବ । ବ୍ରିକେଟ ଓ କ୍ୟାଲସିୟମ ସହ ସ୍ଲାଗ କଣ୍ଡିସନର ବାର୍ଷିକ ୩୦,୦୦୦ଟନ କ୍ଷମତା ସୃଷ୍ଟି ହେବ ।

ଅନନ୍ୟ ବିକ୍ରୟ ପଏଂଟ: ରୁନୟାର କ୍ୟାଲସିୟମ ଆଲୁମିନେଟ ଉତ୍ପାଦ ଗୁଡ଼ିକ ପରିବେଶ ଉପଯୋଗୀ ସଚେତନତା ଓ ସ୍ଥିରତାକୁ ପୋତ୍ସାହିତ କରିବ । ଏହା ଛଡା ଏକକ-ଉତ୍ସ କଂଚାମାଲର ବ୍ୟବହାର ଉତ୍ପାଦର ଏକତାକୁ ସୁନିଶ୍ଚିତ କରିବା ସହିତ ଗ୍ରାହକଙ୍କ ନିର୍ଦ୍ଦିଷ୍ଟ ଆବଶ୍ୟକତା ସମାଧାନଗୁଡିକ ମଧ୍ୟ ପୂରଣ କରିବା ପାଇଁ ପ୍ରସ୍ତୁତ ।

ରୁନୟା ବର୍ଜ୍ୟବସ୍ତୁ ଧନ ସୃଷ୍ଟି ପଦକ୍ଷେପ: ରୁନୟା ସକ୍ରିୟ ଭାବରେ ଏକ ବର୍ଜ୍ୟବସ୍ତୁରୁ ସମ୍ପଦ ଉଦ୍ୟମରେ ଅଂଶଗ୍ରହଣ କରେ,ଡ୍ରୋସକୁ ଇସ୍ପାତ ତିଆରି ପାଇଁ ଅତ୍ୟାବଶ୍ୟକ ମୂଲ୍ୟଯୁକ୍ତ ଉତ୍ପାଦରେ ପରିଣତ କରେ, ଏକ ଶୂନ୍ୟ ବର୍ଜ୍ୟବସ୍ତୁ ଏବଂ ଶୂନ-ନିଷ୍କାସନ କୌଶଳ ସହିତ ସମାନ୍ତରାଳ ଭାବରେ ପରିଚାଳିତ ।

ଅନନ୍ୟା ଅଗ୍ରୱାଲ, ସିଇଓ ତଥା ରୁନୟାର ସହପ୍ରତିଷ୍ଠାତା କହିଛନ୍ତି ଯେ ରୁନୟାରେ ଆମେ ସବୁବେଳେ ନୂତନତା ଓ ସ୍ଥିରତା ଉପରେ ଗୁରୁତ୍ୱ ଦେଇଥାଉ । ଆମର କ୍ୟାଲସିୟମ ଆଲୁମିନେଟ ପ୍ଲାଂଟ ଶୁଭାରମ୍ଭ ହେଉଛି ଧାତୁ ଶିଳ୍ପରେ ପରିବେଶ ଅନୁକୂଳ ସମାଧାନ ଲାଗି ଆମ ପ୍ରତିବଦ୍ଧତାର ପ୍ରମାଣ । ଏହି ଅତ୍ୟାଧୁନିକ ସୁବିଧା ଆମର ସବୁଜ ପୁନଃରୁଦ୍ଧାର ପଦକ୍ଷେପ ଗୁଡ଼ିକରେ ଏକ ମହତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦର୍ଶନ କରେ, ଯାହା ଏକ ସବୁଜ, ଅଧିକ ସ୍ଥାୟୀ ଭବିଷ୍ୟତ ପାଇଁ ଆମର ଦୃଷ୍ଟିକୁ ଦୃଢ କରେ । ଅତ୍ୟାଧୁନିକ ଜ୍ଞାନ କୌଶଳ ଓ ଇକୋ ସଚେତନ ଅଭ୍ୟାସ ମାଧ୍ୟମରେ ଆମେ କେବଳ ଏକ ପ୍ଲାଂଟ ତିଆରି କରୁ ନାହୁଁ ବରଂ ଭବିଷ୍ୟତ ଲାଗି ମାର୍ଗ ପ୍ରଶସ୍ତ କରିଥାଉ ।

ଧାତୁ କ୍ଷେତ୍ରରେ ରୁନାୟା ଅଗ୍ରଣୀ ନବସୃଜନ, ପ୍ରଯୁକ୍ତିବିଦ୍ୟା ଓ ସ୍ଥିରତାକୁ ନେଇ କାର୍ଯ୍ୟ କରେ । ଶୂନ୍ୟ ବର୍ଜ୍ୟ ଓ ସବୁଜ ସାମଗ୍ରୀ ଭଳି ପଦକ୍ଷେପ ସହିତ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏହା କାର୍ଯ୍ୟ କରେ । ଲାଇସେନସପ୍ରାପ୍ତ ମାଲିକାନା ପେଟେଂଟଯୁକ୍ତ ବୈଷୟିକୀ ଆଧାରିତ ଅପରେସନ ସହ ରୁନୟା ଛୋଟ ଧାତୁ ପୁନରୁଦ୍ଧାର ସହିତ ବିବିଧ ଏଣ୍ଡ ଟୁ ଏଣ୍ଡ ସବୁଜ ସମାଧାନ କ୍ଷେତ୍ରରେ ଆଗରେ ରହିଛି । ଏକ ନୂଆ ଯୁଗର କମ୍ପାନି ଭାବରେ ରୁନୟା ଉଦୀୟମାନ ଖଣି ପ୍ରଯୁକ୍ତି ଉପରେ ଧ୍ୟାନ ଦେଇ ଓ ଉଦୀୟମାନ ବ୍ୟବସାୟିକ ଆବଶ୍ୟକତା ପୂରଣ କରି ଶିଳ୍ପରେ ଏକ ଗୁରୁତ୍ୱପୂର୍ଣ୍ଣ ସମାଧାନ ପ୍ରଦାନ କରୁଛି ।

Leave a Reply

Your email address will not be published. Required fields are marked *