ବିଭାଗୀୟ ମନ୍ତ୍ରୀଙ୍କୁ ଭେଟି ୭ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କଲେ ରାଜ୍ୟ ମେଟ୍ରୋନ୍ ମହାସଂଘ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌ : ଓଡ଼ିଶା ଅନୁସୂଚିତ ଜନଜାତି ଓ ଜାତି ମହିଳା ମେଟ୍ରୋନ୍ ମହାସଂଘ ପକ୍ଷରୁ ସରକାରୀ ବାସଭବନଠାରେ ମହାସଂଘର ଆବାହକ ଶ୍ରୀଯୁକ୍ତ ଦିଗମ୍ବର ଜେନାଙ୍କ ନେତୃତ୍ୱରେ ରାଜ୍ୟସ୍ତରୀୟ କର୍ମକର୍ତ୍ତା ପ୍ରତିନିଧି ଦଳ ମାନ୍ୟବର ଅନୁସୂଚିତ ଜନଜାତି ଓ ଜାତି ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡଙ୍କ ସାକ୍ଷାତ କରି ସମ୍ବର୍ଦ୍ଧନା ଜଣାଇଥିଲେ । ତା’ସହିତ ୭ ଦଫା ସମ୍ବଳିତ ଦାବି ପତ୍ର ଯଥା- (୧) ଦରମା ବୃଦ୍ଧି ଏବଂ ହଷ୍ଟେଲ୍‌ରେ ପିଲାମାନଙ୍କର ଆକସ୍ମିକ ଦୁର୍ଘଟଣାରେ ମୃତ୍ୟୁବରଣ କଲେ ମେଟ୍ରୋନ୍ ମାନଙ୍କୁ ବହିସ୍କାର କରାଯିବା ବନ୍ଦ କରାଯାଉ । (୨) ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପରି ମେଟ୍ରୋନ୍ ମାନଙ୍କୁ ଯଥାଶୀଘ୍ର ସ୍ଥାୟୀ ନିଯୁକ୍ତି ଦିଆଯାଉ । (୩) ଆପଏଣ୍ଟମେଣ୍ଟରେ ଥିବା ଅର୍ଡର ମୁତାବକ ଛାତ୍ରୀ ନିବାସର ସମସ୍ତ କାଗଜପତ୍ର ଏବଂ ହଷ୍ଟେଲ୍ ମେସ୍ ମ୍ୟାନେଜ୍‌ମେଣ୍ଟ ମେଟ୍ରୋନ୍ ମାନଙ୍କୁ ହସ୍ତାନ୍ତର କରାଯାଉ । (୪) ଇପିଏଫ୍ କଟାଯାଉ । (୫) ୨୪ ଘଣ୍ଟା ଡିଉଟି ବଦଳରେ ସିପ୍‌ଟି ଡ୍ୟୁଟି ଦିଆଯାଉ । (୬) ପ୍ରତ୍ୟେକ ମେଟ୍ରୋନ୍ ମାନଙ୍କୁ ହଷ୍ଟେଲ୍ ପରିସରରେ କ୍ୱାର୍ଟର ଯୋଗାଇ ଦିଆଯାଉ । (୭) ଚାକିରିର ବୟସ ସୀମା ୬୨ ବର୍ଷକୁ ବୃଦ୍ଧି କରାଯାଉ ଆଦି ପ୍ରଦାନ କରାଯାଇ ୨୦୧୫ ମସିହାରୁ କାର୍ଯ୍ୟରତ ୩ହଜାର ମେଟ୍ରୋନ୍‌ମାନେ ୨୪ ଘଣ୍ଟା ଧରି କାର୍ଯ୍ୟ କରୁଛନ୍ତି ଏବଂ ପିଲାମାନଙ୍କର ହଠାତ୍ ମେଡିକାଲ୍‌ରେ ମୃତ୍ୟୁବରଣ କଲେ ମେଟ୍ରୋନ୍ ମାନଙ୍କୁ ଡିସ୍‌ମିସ୍ କରାଯାଉଛି । ଏହି ଦୁଇବର୍ଷ ଭିତରେ ୫ଜଣ ମେଟ୍ରୋନ୍‌ଙ୍କୁ ବହିଷ୍କାର କରାଯାଇଛି । ଏ ବାବଦରେ ସଂଘ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କରାଯାଇନାହିଁ । ଏ ବାବଦରେ ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ମନ୍ତ୍ରୀ ସମସ୍ତ ବିଷୟ ବୁଝି ଖୁବ୍‌ଶୀଘ୍ର ବିଧିବଦ୍ଧ ବ୍ୟବସ୍ଥା କରାଯିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଂଘର ସଭାନେତ୍ରୀ ମମତା ସାହୁ, ରାଜ୍ୟ ସାଧାରଣ ସମ୍ପାଦିକା ପ୍ରଭାତି ପାତ୍ର, ସମ୍ପାଦିକା ଅନୁପମା ବେହେରା, ପ୍ରମିଳା ମହାନ୍ତ, ବାସନ୍ତୀ ଦାସ, ମଞ୍ଜୁଲତା ରାଉତ, ସୁଜାତା ସେଠୀ, ମଞ୍ଜୁ ଜିନୁଫା ଖାଲ୍‌କୋ ପ୍ରମୁଖ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *