ଯୁବ ସମାଜସେବୀ ମନୋଜ କୁମାର ସାହୁଙ୍କୁ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଛାତ୍ରନେତା ତଥା ଯୁବ ସମାଜସେବୀ ମନୋଜ କୁମାର ସାହୁଙ୍କୁ ଭାରତରତ୍ନ ରାଜୀବଗାନ୍ଧୀଙ୍କର ଜନ୍ମବାର୍ଷିକରେ ରାଜୀବ ଗାନ୍ଧୀ ଷ୍ଟୁଡେଣ୍ଟ ଫୋରମ୍ ତରଫରୁ ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ରାଜୀବଗାନ୍ଧୀ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି । ଦେବରାୟ ମହାବିଦ୍ୟାଳୟରେ ପଢୁଥିବା ଶ୍ରୀଯୁକ୍ତ ମନୋଜ ଦୀର୍ଘ ୫ ବର୍ଷ ଧରି ଦେବରାୟ ଏନ୍.ଏସ୍.ଏସ୍., ୟୁଥ୍ ଫର ଭଲ୍ୟୁଣ୍ଟର ୱାର୍କ, ପ୍ରେରଣା, କର ଫାଉଣ୍ଡେସନ୍ ଓ ବିଭିନ୍ନ ସାମାଜିକ ସଂଗଠନ ସହିତ ଜଡ଼ିତ ହୋଇ ନିଶା ନିବାରଣ, ବୃକ୍ଷରୋପଣ, ରକ୍ତଦାନ, ଗରିବ ପିଲାଙ୍କୁ ଶିକ୍ଷାଦାନ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା, ସମାଜସେବା ପ୍ରତି ଯୁବକମାନଙ୍କୁ ମାର୍ଗଦର୍ଶନ କରିବା ଭଳି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିଆସୁଛନ୍ତି । ଆଜି ଏହି ସମ୍ମାନଟିକୁ ଗ୍ରହଣ କରି ଶ୍ରୀଯୁକ୍ତ ମନୋଜ ଆତ୍ମବିଭୋର ହୋଇ ତାଙ୍କର ସମସ୍ତ ଶ୍ରେୟ ଦେବରାୟ ଏନ୍.ଏସ୍.ଏସ୍. ଟିମ୍ର ମୁଖ୍ୟ ପୂର୍ଣ୍ଣ ସାର୍ଙ୍କୁ ପ୍ରଦାନ କରିଥିଲେ । ଏକ ନିମ୍ନ ମଧ୍ୟବିତ୍ତ ପରିବାରରୁ ଆସି ପାଠପଢାରେ ଉତ୍ତମ ପ୍ରଦର୍ଶନ କରିବା ସହ ସମାଜସେବାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମନୋଜଙ୍କର ଉତ୍ତୋରତ୍ତର ଶୁଭେଚ୍ଛା କାମନା କରି ଅନ୍ୟ ଯୁବକମାନେ ମଧ୍ୟ ଏହିଭଳି କାର୍ଯ୍ୟ କରିବାକୁ ନିବେଦନ କରିଛନ୍ତି ଛନ୍ତି ୟୁଥ୍ ଫର ଭଲ୍ୟୁଣ୍ଟର ୱାର୍କର ଅଧ୍ୟକ୍ଷ ମୀର ଅହମ୍ମଦ ଅଲ୍ଲୀ ।