ପ୍ଲାଷ୍ଟିକ ମୁକ୍ତ ସାମଗ୍ରୀର ବ୍ୟବହାର ବାର୍ତ୍ତା ନେଇ ଷ୍ଟେଟ୍ ବ୍ୟାଙ୍କ୍ ଗ୍ରୀନ ମାରାଥନ ୨୦୨୫
ପ୍ରବାହ ନ୍ୟୁଜ୍ : ଗତ ଫେବୃଆରୀ ୨ ତାରିଖ ଦିନ ଭୁବନେଶ୍ଵର ସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ପାଖାପାଖି ୫୦୦୦ ଉତ୍ସାହୀ ଦୌଡାଳୀଙ୍କ ଉପସ୍ଥିତିରେ ପରିବେଶ ଚଲଚଞ୍ଚଳ ହୋଇଉଠିଥିଲା। ଚାକିରିଆ , ଡାକ୍ତର , ବୃତ୍ତିଗତ ପେଶାଦାର, ବ୍ୟାପାରୀ ଆଦି ସମସ୍ତ ଶ୍ରେଣୀ ଓ ସମସ୍ତ ବୟସର ଲୋକ ଏହି ମାରାଥନରେ ଯଥାକ୍ରମେ ୨୧ କି. ମି. , ୧୦ କି.ମି. ଓ ୫ କି.ମି. ଦୌଡ଼ରେ ଅଂଶଗ୍ରହଣ କରିଥିଲେ ।
ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ, ଓଡ଼ିଶା ପୋଲିସ ଡ଼ିି. ଜି. ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ, ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱରର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ସାରଦା ପ୍ରସାଦ ମହାନ୍ତି ଓ ଖ୍ୟାତନାମା ଚଳଚିତ୍ର କଳାକାର ତଥା ସିଦ୍ଧାର୍ଥ ଚ୍ୟାନେଲର ନିର୍ଦ୍ଦେଶକ ତମନ୍ନା ବ୍ୟାସ ଆଦି ଅତିଥି ବୃନ୍ଦ ଉପସ୍ଥିତ ରହି ସମସ୍ତ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଷ୍ଟେଟ୍ ବ୍ୟାକ ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଦିନେଶ ପରୁଥି , ମହାପ୍ରବନ୍ଧକ ନେଟୱର୍କ ୧ ଶ୍ରୀ ପୋନ୍ନମବଲମ୍ ଏମ, ମହାପ୍ରବନ୍ଧକ ନେଟୱର୍କ ୨ ଶ୍ରୀ କୌଶଳ କିଶୋର ସିଂ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଶ୍ରୀ ପରୁଥି ବିଜୟୀ ଧାବକ ମାନଙ୍କୁ ପୁରସ୍କୃତ କରିବା ସହ ସମସ୍ତ ପ୍ରତିଯୋଗୀଙ୍କୁ ସକ୍ରିୟ ଅଂଶଗ୍ରହଣ ପାଇଁ ଧନ୍ୟବାଦ ଜଣାଇଥିଲେ । ଶ୍ରୀ ପରୁଥି ସମସ୍ତଙ୍କୁ ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରଖିବା ପାଇଁ ନିରନ୍ତର ପ୍ରୟାସରତ ରହିବାକୁ ଆହ୍ଵାନ ଦେଇଥିଲେ ।