ୱି ମୁଭିଜ ଆଣ୍ଡ ଟିଭି ଆପ ଜରିଆରେ କ୍ରୀଡ଼ା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଓରମାକ୍ସ ମିଡିଆର ଏକ ରିପୋର୍ଟ ଅନୁସାରେ ଭାରତରେ ୬୭.୮ କୋଟି କ୍ରୀଡ଼ା କାର୍ଯ୍ୟକ୍ରମର ଦର୍ଶକ ରହିଥିବା ବେଳେ ସେମାନଙ୍କ ଦୁଇ ପସନ୍ଦର ଖେଳ ହେଉଛି କ୍ରିକେଟ ଓ ଫୁଟବଲ । ଡିଜିଟାଲ ମାଧ୍ୟମରେ କ୍ରୀଡ଼ା କାର୍ଯ୍ୟକ୍ରମକୁ ଦେଖିବା ଲାଗି ଦେଶର ଅଗ୍ରଣୀ ଟେଲିକମ କମ୍ପାନି ୱି ପକ୍ଷରୁ ସହଜ ବ୍ୟବସ୍ଥା କରାଯାଇଛି ।
ଏହି ଋତୁରେ ୱିର ଗ୍ରାହକମାନେ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୪, ୟୁଇଏଫଏ ୟୁରୋ ୨୦୨୪ ଓ କୋପା ଆମେରିକାକୁ ୱି ମୁଭିଜ ଆଣ୍ଡ ଟିଭି ଆପ ଜରିଆରେ ଗୋଟିଏ ସବସ୍କ୍ରିପସନ ନେଇ ଦେଖିପାରିବେ । ସେମାନେ ନିଜର କନେକ୍ଟେଡ ଟିଭି ଜରିଆରେ ତାହାର ଷ୍ଟ୍ରିମିଂ କରିପାରିବେ । ୱି ପକ୍ଷରୁ ଡିଜନି ପ୍ଲସ ହଟ ଷ୍ଟାର ଓ ସୋନି ଲିଭର ସ୍ୱତନ୍ତ୍ର ବଣ୍ଡଲଡ ସବସ୍କ୍ରିପସନ ମଧ୍ୟ ଘୋଷଣା କରାଯାଇଛି ।
ୱି ଗ୍ରାହକମାନେ ମାସିକ ୧୯୯ ଟଙ୍କା (ପୋଷ୍ଟପେଡ) ଏବଂ ୨୦୨ ଟଙ୍କା (ପ୍ରିପେଡ) ୱି ମୁଭିଜ ଆଣ୍ଡ ଟିଭି ପ୍ରୋ ପ୍ଲାନର ସବସ୍କ୍ରିପସନ ନେଇ ବିଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମ ସହିତ ୧୩ରୁ ଅଧିକ ଓଟିଟି ପ୍ଲାଟଫର୍ମ, ୪୦୦ରୁ ଅଧିକ ଟିଭି ଚ୍ୟାନେଲ, ୧୫,୦୦୦ରୁ ଅଧିକ ସିନେମା ଦେଖିବାର ସୁଯୋଗ ପାଇପାରିବେ ।
ଡିଜନି ପ୍ଲାସ ହଟ ଷ୍ଟାର ଓ ସୋନି ଲିଭ ପାଇଁ ୱି ପକ୍ଷରୁ ଓଟିଟି ବଣ୍ଡଲଡ ପ୍ଲାନର ଶୁଭାରମ୍ଭ କରାଯାଇଛି । ୧୬୯ ଟଙ୍କିଆ ପ୍ଲାନରେ ଗ୍ରାହକମାନେ ଟି୨୦ ବିଶ୍ୱକପ ମ୍ୟାଚଗୁଡ଼ିକୁ ଉପଭୋଗ କରିବା ସହ ୩୦ ଦିନ ପାଇଁ ୮ ଜିବି ଡାଟା ଓ ତିନି ମାସ ପାଇଁ ଡିଜନି ପ୍ଲସ ହଟ ଷ୍ଟାର ସବସ୍କ୍ରିପସନ ପାଇପାରିବେ । ୯୦୩ ଟଙ୍କିଆ ୯୦ ଦିନିଆ ପ୍ଲାନରେ ସୋନି ଲିଭ ପ୍ରିମିୟମ ସବସ୍କ୍ରିପସନ ସହ ଦିନକୁ ୨ ଜିବି ଡାଟା ଓ ଅସୀମିତ କଲ ସୁବିଧା ମିଳିବ । ସେହିପରି ୩୬୯ ଟଙ୍କିଆ ପ୍ଲାନରେ ୩୦ ଦିନର ସୋନି ଲିଭ ପ୍ରିମିୟମ ମୋବାଇଲ ସବସ୍କ୍ରିପସନ ଓ ଦିନକୁ ୨ ଜିବି ଡାଟା ଓ ଅସୀମିତ କଲ୍ ସୁବିଧା ମିଳିବ । ୮୨ ଟଙ୍କିଆ ପ୍ଲାନରେ ୨୮ ଦିନ ପାଇଁ ସୋନି ଲିଭ ସବସ୍କ୍ରିପସନ ଓ ୪ ଜିବି ଡାଟା ୧୪ ଦିନ ପାଇଁ ମିଳିବ ।
ପୋଷ୍ଟପେଡ ଗ୍ରାହକମାନଙ୍କ ଲାଗି ୪୯୯ ଟଙ୍କିଆ କ୍ରିକେଟ ପ୍ଲାନ ରହିଛି ଯେଉଁଥିରେ ସେମାନେ ଟି୨୦ ବିଶ୍ୱକପ ମ୍ୟାଚକୁ ଫୋନରେଦେଖିପାରିବେ । ୨୦ ଜିବି ଡାଟା ସହ ବର୍ଷକ ପାଇଁ ଡିଜନି ପ୍ଲସ ହଟ ଷ୍ଟାରକୁ ଉପଭୋଗ କରିପାରିବେ । ୧୦୦ ଟଙ୍କିଆ ଫୁଟବଲ୍ ପ୍ଲାନରେ ୟୁରୋ କପ ଦେଖିହେବ ଏବଂ ସୋନି ଲିଭ ପ୍ରିମିୟମ ସବସ୍କ୍ରିପସନ ସହ ୧୦ ଜିବି ଡାଟା ମିଳିବ ।

Leave a Reply

Your email address will not be published. Required fields are marked *