ଏସପି ଶ୍ରୀ ରାହୁଲ ଜୈନଙ୍କ ପ୍ରଚେଷ୍ଟାରେ ଯୋଡି ହେଲା ବହୁ ଯୁଗାନ୍ତ କlରି ପଦକ୍ଷେପ

ଭାପୁର, ପ୍ରବାହ ନ୍ୟୁଜ୍ : ନୟାଗଡ ପୋଲିସ ଏସପି ଶ୍ରୀ ରାହୁଲ ଜୈନ ଙ୍କ ଦାୟିତ୍ୱ ଗ୍ରହଣ ଦିନ ଠାରୁ ନୟାଗଡ ପୋଲିସ ବିଭାଗ ରେ ବହୁ ଉନତି ମୂଳକ ପଦକ୍ଷେପ ନେବା ସହ ଆଇନ ଶୃଙ୍ଖଳା ପରିସ୍ଥିତି କୁ ସଠିକ ରୂପେ ପରିଚାଳନା ପାଇଁ ବହୁତ କ୍ଷେତ୍ରରେ ପରିବର୍ତନ ଦେଖା ଯାଇଛି l ସେଇ ଭଳି ଏକ ନିଆରା ପଦକ୍ଷେପ ନୟାଗଡ ପୋଲିସ କିଛି ଦିନ ତଳେ ହଜି ଯାଇଥିବା ମୋବାଇଲ ଵା ଚୋରି ହୋଇଯାଇଥିବା ମୋବାଇଲ ଉପରେ ନେଇଥିଲେ ଯାହା ଦ୍ୱାରା କି ଆଜି 200 ଗୋଟି ମୋବାଇଲ ଖୋଜି ବାହାର କରିବାରେ ସକ୍ଷମ ହୋଇପାରିଛି l ଆଜି ନୟାଗଡ ପୋଲିସ ତରଫରୁ ଏସପି ଶ୍ରୀ ରାହୁଲ ଜୈନ ଙ୍କ ପ୍ରଚେଷ୍ଟା ରେ ସ୍ଥାନୀୟ ଡିଆରଡିଏ ସୃଜନ ହଲ ପରିସର ରେ ବହୁ ଯୁଗାନ୍ତ କlରି ମୂଳକ ନୂତନ ପଦକ୍ଷେପ ର ଶୁଭାରମ୍ଭ ହୋଇଯାଇଛି l ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ବାଚସ୍ପତି ମହୋଦୟl ଶ୍ରୀମତୀ ସୁରମା ପାଢ଼ୀ ଯୋଗଦେଇଥିବା ବେଳେ, ସନମାନିତ ଅତିଥି ଭାବରେ ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ବିଦାୟକ ଶ୍ରୀ ଜୁଷ୍ମନ୍ତ ସ୍ୱାଇଁ ଓ ନୟାଗଡ ଜିଲ୍ଲାପରିଷଦ ଅଧକ୍ଷ ଦେବାଶିଷ ପଟନାୟକ ଯୋଗଦେଇଥିଲେ l
ମୁଖ୍ୟ ଆକର୍ଷଣ ଓ ସ୍ୱତନ୍ତ୍ର ଅତିଥି ଙ୍କ ମଧ୍ୟରେ ଥିଲେ ଓଡ଼ିଆ ଫିଲ୍ମ ଜଗତର ଓଡ଼ିଆ ସିନେ ତାରକା ତଥା ସମାଜ ସେବି ସବ୍ୟସାଚୀ ମିଶ୍ର, ବିଶିଷ୍ଟ ସଂଗୀତ ନିର୍ଦେଶକ ପ୍ରେମା ଆନନ୍ଦ ଓ ସଂଗୀତକାର ସୌରଭ ଭରଦ୍ୱାଜ l ନୟାଗଡ ପୋଲିସ ର ଆଜିର ଏହି ନୂଆ ପ୍ରୟାସ ରେ ଯୋଡି ହୋଇଛି ଚୋରି ଓ ହଜିଯାଇଥିବା ମୋବାଇଲ ର ବିତରଣ, ବରିଷ୍ଠ ନାଗରିକଙ୍କ ସହାୟତା କେନ୍ଦ୍ର ର ନୂତନ ଭାବେ ଉଦଘାଟନ, ଆଣ୍ଟି ରାଗିଙ୍ଗ ମହିଳା ସ୍କ୍ୱାଡ଼, କଣ୍ଟିଲୋ ନୀଳମାଧଵ ମନ୍ଦିର ନିକଟରେ ନୂତନ ପୋଲିସ ଆଉଟ ପୋଷ୍ଟ ର ଉଦଘାଟନ ଓ ଦଶପଲ୍ଲା ରେ ଅନୁଷ୍ଠିତ ରକ୍ତ ଦାନ ଶିବିର ଏସମସ୍ତ କାର୍ଯ୍ୟ ର ଆଜି ଶୁଭ ଉଦଘାଟନ ହୋଇଥିଲା l ଚୋରି ଯାଇଥିବା ମୋବାଇଲ ପାଇଲା ପରେ ସମସ୍ତେ ଭାବ ବିଭୋର ହୋଇ ପଡୁଥିବା ସହ ଏସପି ଶ୍ରୀ ଜୈନ ଙ୍କୁ ପ୍ରଶଂସା କରୁଥିଲେ l ଆଜିର କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ସମସ୍ତ ଅତିଥି ନୟାଗଡ ଏସପି ଙ୍କ ର ଏଭଳି ଏକ ନୂଆ ପ୍ରୟାସ କୁ ଭୁରି ଭୁରି ବହୁ ପ୍ରସଂଶା ମଧ୍ୟ କରିଥିଲେ l
ଆଜିର ଏହି ଉଦ୍ଘାଟନି ଉତ୍ସବ ରେ ନୟାଗଡ ଜିଲ୍ଲା ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି , ବରିଷ୍ଠ ନାଗରିକ, ସାମ୍ବାଦିକ, ଯୋଗଦେଇଥିଲେ l ଏସପି ଶ୍ରୀ ଜୈନ ଙ୍କ ଏଭଳି ନୂତନ ପଦକ୍ଷେପ ଗୁଡିକୁ ନୟାଗଡ ଵାସି ବହୁ ପ୍ରଶଂସା କରିଥିବା ଜଣାପଡିଛି l