ୱାକଫ୍ ସଂଶୋଧନ ଆଇନ-୨୦୨୫ ବିଷୟରେ କିଛି ଭ୍ରାନ୍ତି ଓ ଏହାର ସତ୍ୟତା

ଏମଡି. ଓବୈଦୁଲ୍ଲା
(ତୃତୀୟ ଭାଗ)
ୱାକଫ୍ ସଂଶୋଧନ ଆଇନ-୨୦୨୫ ନେଇ ସାଧାରଣ ଜନତା ଓ ମୁସଲିମ ସମୁଦାୟଙ୍କ ମଧ୍ୟରେ ଅନେକ ଗୁଡିଏ ଭ୍ରାନ୍ତି ସୃଷ୍ଟି ହୋଇଛି । ଏହି ଆଲେଖ୍ୟର ଉଦ୍ଦେଶ୍ୟ ହେଲା ଏହି ଭୂଲ ଅବଧାରଣା ଗୁଡିକର ସତ୍ୟତ। ବିଷୟରେ ଆଲୋକ ପାତ କରିବା ।
ଡଇଇ ର ଧାରା ୬୧ (୧୦) ଅନ୍ତର୍ଗତ କେତେକ ନିର୍ଦିଷ୍ଟ ପରିସ୍ଥିତିରେ କଲେକ୍ଟର କିମ୍ବା ବୋର୍ଡର ନିର୍ଦ୍ଦେଶ ପାଳନ କରିବାରେ ବିଫଳତା ପାଇଁ ମୁତାୱାଲୀଙ୍କ ପାଇଁ ଦଣ୍ଡର (ଜରିମାନା / କାରାଦଣ୍ଡ) ବ୍ୟବସ୍ଥା କରାଯାଇଛି ।
ଭ୍ରାନ୍ତି/ ଅପପ୍ରଚାର : ମୁତାୱାଲ୍ଲୀଙ୍କ ପାଇଁ ଦଣ୍ଡ ଏକ କଠୋର ବ୍ୟବସ୍ଥା ବୋଲି ଅଭିଯୋଗ କରାଯାଉଛି ।
ସତ୍ୟତା : ଏଠାରେ ମନେ ରଖିବାକୁ ହେବ ଯେ ଜମିଦାରୀ ଉଚ୍ଛେଦ ଅଭିଯାନ ସମୟରେ, ଅନେକ ମୁସଲମାନ ଜମିଦାରମାନେ ‘ୱାକଫ ଆଲାଲ ଓଉଲାଦ’ ବ୍ୟବସ୍ଥା ଅନୁଯାୟୀ ନିଜର ଜମିକୁ ୱାକଫ ବୋର୍ଡକୁ ଦାନ କରିଥିଲେ ଏବଂ ନିଜ ତଥା ପରିବାରର ଲାଭ ପାଇଁ ସେହି ଜମିର ମୁତାୱାଲୀ ହୋଇଥିଲେ। ଏହା ୱାକଫ୍ ର ମୂଳ ସିଦ୍ଧାନ୍ତ ବିରୁଦ୍ଧ ଅଟେ । ପୂର୍ବ ଆଇନରେ ଉଭୟ ଜୋରିମାନା ଏବଂ କାରାଦଣ୍ଡ ପାଇଁ ମଧ୍ୟ ବ୍ୟବସ୍ଥା ରହିଥିଲା ଏବଂ ବର୍ତ୍ତମାନର ସଂଶୋଧନରେ କେବଳ ଜରିମାନା ପରିମାଣକୁ ବୃଦ୍ଧି କରାଯାଇ, କାରାଦଣ୍ଡର ଅବଧୂକୁ ଅପରିବର୍ତ୍ତିତ ରଖାଯାଇଛି । ବର୍ତମାନ ପର୍ଯ୍ୟନ୍ତ ପୁରୁଣା ୱାକଫ୍ ଆକ୍ଟ ଅଧୀନରେ, ଅସ୍ୱୀକାଂଶ ମୁତାୱାଲୀ ବାଲାନ୍ସ ସିଟ୍ ଦାଖଲ କରୁନଥିଲେ କିମ୍ବା ସମ୍ପତ୍ତିର ଖାତାଗୁଡ଼ିକୁ ଅଡ଼ିଟ୍ କରୁନଥିଲେ । ତେଣୁ ଏହି ନୂତନ ବ୍ୟବସ୍ଥା ୱାକଫ୍ ସମ୍ପତ୍ତି ପରିଚାଳନାରୁ ଦୁର୍ନୀତିକୁ ମୂଳୋତ୍ପାଟନ କରିବ । ୱାକଫ ସମ୍ପତ୍ତି ପରିଚାଳନାରେ ଗଭୀର ଦୁର୍ନୀତି ଏଥୁରୁ ପ୍ରତିଫଳିତ ହୋଇଛି ଯେ, ମୋଟ ୮.୭୨ ଲକ୍ଷ ୱାକଫ ସମ୍ପତ୍ତି (୩୮ ଲକ୍ଷ ଏକର) ରୁ ଗତ ବର୍ଷ କେବଳ ୧୬୬ କୋଟି ରାଜସ୍ୱ ଆୟ ହୋଇଛି ((WAMSI ପୋର୍ଟାଲ ଅନୁସାରେ ) । ଅନ୍ୟପକ୍ଷରେ ଏହି ୱାକଫ୍ ସମ୍ପଭି ଗୁଡିକର ଯଦି ଦକ୍ଷତାର ସହିତ ପରିଚାଳିତ ହୋଇଥାନ୍ତା ଏବଂ ଦୁର୍ନୀତିଗ୍ରସ୍ତ କାର୍ଯ୍ୟକଳାପ ବନ୍ଦ ହୋଇଥାନ୍ତା ପାଖାପାଖୁ ଜଗ୍ଦ ୧୨୦୦୦ କୋଟି ଟଙ୍କା ର ରାଜସ୍ୱ ଉତ୍ପନ୍ନ ହୋଇଥାଆନ୍ତା ବୋଲି ଆକଳନ କରାଯାଇଛି।
Point No.06
ଡଇଇ ର ଧାରା ୪ ଅନ୍ତର୍ଗତ ୱାକଫ୍ ସମ୍ପଭିର ସର୍ଭେ କରିବାର ଦାୟିତ୍ୱ ସର୍ଭେ କମିଶନର ଙ୍କ ଠାରୁ ଜିଲ୍ଲାପାଳଙ୍କୁ ସ୍ଥାନାନ୍ତରିତ ହେବ ।
ଭ୍ରାନ୍ତି/ଅପପ୍ରଚାର : ସର୍ଭେ କମିଶନର ଙ୍କୁ ହଟାଯାଇ ଜିଲ୍ଲାପାଳଙ୍କୁ ମନମୁଖୀ କ୍ଷମତା ଦିଆଯାଉଛି । ‘ୱାକଫ୍ ର ଭୁଲ ଘୋଷଣା’ ଅନୁସଂଧାନ ଏବଂ ନିର୍ଣ୍ଣୟ କରିବାକୁ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯିଆବାକୁ ନେଇ ଅନେକ ମୁସଲମାନ ନେତା ଚିନ୍ତା ପ୍ରକଟ କରିଛନ୍ତି । ସେମାନଙ୍କ ଅଭିଯୋଗ ହେଲା ଜିଲ୍ଲାପାଳଙ୍କୁ ସର୍ଭେ କରିବାର କ୍ଷମତା ଦିଆଯିବା ଦ୍ୱାରା ସର୍ଭେ କମିଶନରଙ୍କ କ୍ଷମତା କ୍ଷୁଣ୍ଣ ହେଉଛି । ଏତଦବ୍ୟତୀତ ଏହାକୁ ରାଜ୍ୟ ସରକାରଙ୍କ ମୂଲ୍ୟରେ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ବୃଦ୍ଧି ବୋଲି ଦେଖା ଯାଉଛି ।
ସତ୍ୟତା : ଜିଲାପାଳ ହେଉଛନ୍ତି ଏକ ଜିଲ୍ଲାର ରାଜସ୍ୱ ରେକର୍ଡର ରକ୍ଷକ । ତେଣୁ, ସେ ସମ୍ପତ୍ତିର ପ୍ରକୃତି ନିର୍ଣ୍ଣୟ କରିବା ପାଇଁ ଉପଯୁକ୍ତ ସ୍ଥିତିରେ ଅଛନ୍ତି । ସର୍ଭେ କମିଶନରଙ୍କ ବଦଳରେ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯିବା ଫଳରେ କାର୍ଯ୍ୟଦକ୍ଷତା ବୃଦ୍ଧି ହେବ ଏବଂ ଏହା କୌଣସି ପ୍ରକାରେ ସମୁଦାୟ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ନାହିଁ । ସଂୟୁକ୍ତ ସଂସଦୀୟ କମିଟୀଙ୍କ ଅନୁସାରେ, ଯେଉଁଠାରେ ବିବାଦ ଦେଖାଦେଇଛି, ଯେ କୌଣସି ସମ୍ପତ୍ତି ସରକାରୀ ସମ୍ପତ୍ତି ଅଟେ କି ନୁହେଁ, ସେହି ପରିସ୍ଥିତିରେ ଜିଲାପାଳଙ୍କ ଠାରୁ ଜଣେ ବରିଷ୍ଠ ଅଧିକାରୀ ‘ନିଯୁକ୍ତ ଅଷ୍ଟକାରୀ’ ହେବେ ଯିଏ ଏହି ପରି ଘଟଣାର ତଦନ୍ତ କରିବେ । ତେଣୁ ଜିଲାପାଳଙ୍କ ଆଗ୍ରହର ଦ୍ୱନ୍ଦ (conflict of interest ) ସମ୍ବନ୍ଧରେ ଯେଉଁ ଆଶଙ୍କା ପ୍ରକାଶ ପାଇଛି ତାହା ଏହି ବ୍ୟବସ୍ଥା ଦ୍ୱାରା ଦୂରୀଭୂତ କରାଯାଇପାରିଛି ।
Point No.07
ଡଇଇ ର ଧାରା ବିଭାଗ ୧୩ (୨ଇ) ଅନ୍ତର୍ଗତ ଆଗାଖାନୀ ଓ ବୋହରା ମୁସଲମାନଙ୍କ ପାଇଁ ପୃଥକ ୱାକ୍ଟ ବୋର୍ଡ ପ୍ରତିଷ୍ଠା ପାଇଁ ବ୍ୟବସ୍ଥା ଅଛି ।
ଭ୍ରାନ୍ତି/ ଅପପ୍ରଚାର: ଆଗାଖାନୀ ଓ ବୋହରା ମୁସଲମାନଙ୍କ ପାଇଁ ଅଲଗା ୱାକଫ୍ ବୋର୍ଡର ବ୍ୟବସ୍ଥା ମୁସଲମାନମାନଙ୍କ ବିରୁଦ୍ଧରେ ଏକ ବିଭାଜନକାରୀ ପଦକ୍ଷେପ ।
ସତ୍ୟତା : ଡଇଇ ର ଧାରା ୧୪ ଅନୁଯାୟୀ, ବୋର୍ଡ ଅଧ୍ୱକ ସମାବେଶୀ ଏବଂ ଗଣତାନ୍ତ୍ରିକ ହୋଇପାରିଛି କାରଣ ଏହା ପଛୁଆ ଶ୍ରେଣୀର ମୁସଲମାନ, ମହିଳା, ଶିଆ, ସୁନ୍ନି, ଆଗାଖାନୀ ଓ ବୋହରା ମୁସଲମାନଙ୍କ ପାଇଁ ଉପଯୁକ୍ତ ପ୍ରତିନିଧ୍ୱ ସୁନିଶ୍ଚିତ କରିଛି। ଏହି ବ୍ୟବସ୍ଥା ଅନୁଯାୟୀ, ସେମାନଙ୍କ ସଂଖ୍ୟା ଏବଂ ତାଙ୍କ ଦ୍ୱାରା ପରିଚାଳିତ ୱାକଫ୍ ସମ୍ପତ୍ତିର ମୂଲ୍ୟ ଅନୁଯାୟୀ ରାଜ୍ୟ ସରକାର ସେମାନଙ୍କ ପ୍ରତିନିଧୂ ସ୍ଥିର କରି ପାରିବେ । ଯଦି ଏହା ଆବଶ୍ୟକ ମନେ ହୁଏ ଧାରା ୧୩ (୨ଇ), ରାଜ୍ୟ ସରକାରଙ୍କୁ ଆଗାଖାନୀ ଓ ବୋହରା ମୁସଲମାନଙ୍କ ପାଇଁ ଏକ ପୃଥକ ବୋର୍ଡ ଗଠନ କରିବାକୁ କ୍ଷମତା ପ୍ରଦାନ କରେ । ଏହି ବ୍ୟବସ୍ଥା ୱାକଫ ବୋର୍ଡକୁ ଅଧିକ ସମାବେଶୀ, ଗଣତାନ୍ତ୍ରିକ ଏବଂ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ସାମାଜିକ ନ୍ୟାୟ ସୁନିଶ୍ଚିତ କରିବ ।