ଟାଟା ଷ୍ଟିଲ ପକ୍ଷରୁ ଗ୍ରାମ ପ୍ରବେଶ ତୋରଣ ପାଇଁ ଭୂମିପୂଜନ

ବିଧାୟିକା ମୀନାକ୍ଷୀ ମହାନ୍ତଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ
ଯୋଡ଼ା, ଡିସେମ୍ବର ୧୫, ୨୦୨୨: ସ୍ଥାନୀୟ ଲୋକମାନଙ୍କ ବିକାଶ ପ୍ରତି ନିଜ ପ୍ରତିବଦ୍ଧତା ଦିଗରେ ଆଉ ଏକ ପଦକ୍ଷେପସ୍ୱରୁପ ଟାଟା ଷ୍ଟିଲ ପକ୍ଷରୁ ଗୁରୁବାରଦିନ ଯୋଡ଼ା ବ୍ଲକ ର ପଳସା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭଣ୍ଡାରିଡିହ ଗ୍ରାମରେ କଂକ୍ରିଟ୍ ପ୍ରବେଶ ତୋରଣ ନିର୍ମାଣର ଭୂମିପୂଜନ ଓ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ଚମ୍ପୁଆର ମାନ୍ୟବର ବିଧାୟିକା ଶ୍ରୀମତୀ ମୀନାକ୍ଷୀ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଟାଟା ଷ୍ଟିଲ ଯୋଡ଼ା ମୁଖ୍ୟ ସରୋଜ କୁମାର ବାନାର୍ଜୀ ଏବଂ ଅନ୍ୟ ନିର୍ବାଚିତ ପଞ୍ଚାୟତିରାଜ ପ୍ରତିନିଧି ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ ।
ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଶ୍ରୀମତୀ ମହାନ୍ତ ଟାଟା ଷ୍ଟିଲକୁ ଧନ୍ୟବାଦ ଜଣାଇଥିଲେ । ଏହି ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ମଧ୍ୟରୁ ଅନେକ କାର୍ଯ୍ୟକାରୀ ହେବା ସହିତ ଏହାଦ୍ୱାରା ଲୋକମାନେ ମଧ୍ୟ ଉପକୃତ ହେଉଛନ୍ତି ।
ନିଜ ସାମାଜିକ ଉତ୍ତରଦାୟିତ୍ୱର ଅଂଶବିଶେଷ ଭାବେ ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଯୋଡ଼ା ବ୍ଲକ୍ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଅନ୍ତର୍ଗତ ନମିରା, ପଳସା, ଜୁରୁଡ଼ି, ଜଳହରି, ବନ୍ଧୁଆବେଡ଼ା ଗ୍ରାମରେ ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାମଧ୍ୟରେ ସୌରଚାଳତ ଲାଇଟ୍ ସ୍ଥାପନ, ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ, ସଡ଼କ ନିର୍ମାଣ, ଗୋଷ୍ଠୀ କେନ୍ଦ୍ର, ବିଦ୍ୟାଳୟ ନିର୍ମାଣ, କେଥ୍ ହଟିଂରେ ସୋନା ନଦୀ ଉପରେ ଓଭରବ୍ରିଜ୍ ନିର୍ମାଣ, ଚାଷୀମାନଙ୍କୁ ଚାଷ ସମ୍ପର୍କିତ ପ୍ରକଳ୍ପ ପାଇଁ ସହାୟତା ଏବଂ ଗ୍ରାମ ପ୍ରବେଶ ତୋରଣ ଅନ୍ତର୍ଭୁକ୍ତ ।
୨୦୦ରୁ ଅଧିକ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଏହି ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟକୁ ନେଇ ଖୁସି ପ୍ରକାଶ କରିଥିଲେ ।
ଟାଟା ଷ୍ଟିଲ ଆଗାମୀ ଦିନରେ ମଧ୍ୟ ଏଭଳି ଅନେକ ଗୋଷ୍ଠୀ ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଯୋଜନା ରଖିଛି ।