ସୋଆ ବିଶ୍ୱବିଦ୍ୟାଳୟକୁ ‘ଏକ୍ସିଲେନ୍ସ ଇନ୍ ଦ ଫିଲ୍ମ ଅଫ୍ ଏଜୁକେସନ’ ସମ୍ମାନ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ‘ଏକ୍ସିଲେନ୍ସ ଇନ୍ ଦ ଫିଲ୍ମ ଅଫ୍ ଏକ୍ସକେସନ୍’ ସମ୍ମାନରେ ସମ୍ମାନିତ କରାଯାଇଛି। ନ୍ୟୁଜ ଚ୍ୟାନେଲ୍ ଭାରତ ଟେଣ୍ଟି ଫୋର ପକ୍ଷରୁ ନିକଟରେ ନୂଆଦିଲ୍ଲୀରେ ଆୟୋଜିତ ବିକଶିତ ଭାରତ ୨୦୪୭, ଭିଜନ ଅଫ୍ ନ୍ୟୁ ଇଣ୍ଡିଆ କନ୍କ୍ଲେଭ୍ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ବିଭାଗ ମନ୍ତ୍ରୀ ନୀତିନ୍ ଗଡ଼କରୀ ଏହି ସମ୍ମାନ ପ୍ରଦାନ କରିଛନ୍ତି। ସୋଆ ପକ୍ଷରୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଶୁଭଦର୍ଶିନୀ ମିଶ୍ର ଶ୍ରୀ ଗଡ଼କରୀଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ। ଏହି ଅବସରରେ ଭାରତ ଟେଣ୍ଟି ଫୋରର ସିଇଓ ତଥା ଏଡିଟ୍ର ଇନ୍ ଚିଫ୍ ଜଗଦୀଶ ଚନ୍ଦ୍ର ଏବଂ ଚିଫ୍ ବିଜିନେସ୍ ଅଫିସର ମନୋଜ ଜିଜ୍ଞାସୀ ଉପସ୍ଥିତ ଥିଲେ। ସମ୍ମାନ ପ୍ରଦାନ ସମୟରେ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍ ପ୍ରୀତମ ନାୟକ ଉପସ୍ଥିତ ଥ୍ ଲେ। କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ନନ୍ଦ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିବା ସହ ବିକଶିତ ଭାରତ ୨୦୪୭ ପରିପ୍ରେକ୍ଷୀରେ ସୋଆର ଆଭି ମୁଖ୍ୟ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ର ମରେ ଛତିଶଗଡ଼ର ଉପମୁଖ୍ୟମନ୍ତ୍ରୀ ଅରୁଣ ସାଓ, ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ, କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ଫଡସେ ଏବଂ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଅବନୀଶ ଅବସ୍ଥି ପ୍ରମୁଖ ସମ୍ମାନିତ ଅତିଥୁ ଭାବେ ଯୋଗ ଦେଇଥିଲେ ।