ଜାତୀୟ ଏସ ଟି କମିଶନଙ୍କ ଜିଲ୍ଲା ଦୌରା ଜର୍ଜଙ୍କ ନିର୍ଦ୍ଧେଶରେ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଏତେଲା ଦର୍ଜ

କନ୍ଧମାଳ, ପ୍ରବାହ ନ୍ୟୁଜ୍‌ : ଜିଲ୍ଲା ଖଜୁରୀପଡା ଥାନା ର ପୋଲିସ ଅଧିକାରୀ ଚାପଧାରୀ ପ୍ରଧାନ ଙ୍କ ବିରୁଦ୍ଧରେ ନିଜ ଥାନାରେ ଆଦିବାସୀ ମାନଙ୍କୁ ମାର ପିଟ ଓ ଦୁର୍ବ୍ୟବହାର ନେଇ ମକଦ୍ଦମା ରୁଜୁ ହୋଇଛି! ଏତେଲା ନଂ 127ଅନୁଯାୟୀ ଗତ 20/8/24ରେ ଦର୍ଜ ହୋଇଛି! ଏସ ଡି ପି ଓ ତଦନ୍ତ କରୁଛନ୍ତି! ମାମଲାରୁ ପ୍ରକାଶ ଯେ ଗତ ଏପ୍ରିଲ ମାସ ଅଠର ତାରିଖରେ ଖଜୁରୀପଡା ମୁନଷ୍ଟାର ହୋଟେଲରେ ମଦ ବିକ୍ରି ହେଉଥିବା ଆଶଙ୍କା କରି ପୋଲିସ ଚଢ଼ାଉ କରିଥିଲା!ହୋଟେଲରେ ମଦ ପୋଲିସ ପାଇନଥିଲେ ମଧ୍ୟ ଦୁଇ ଆଦିବାସୀ ହୋଟେଲ ସପ୍ଲାଇର ସାଗର ଯାନୀ ଓ କପିଳାଶ ମଲିକ ଙ୍କୁ ନିସ୍ତୁକ ମାଡମାରିଥିଲେ! ହୋଟେଲ ମାଲିକ ସୁବ୍ରତ ସାହୁ ମଦ ତ ପାଇଲ ନାହିଁ ସପ୍ଲାଇର ମାନଂକୁ କାହିଁକି. ମାରୁଛ ବୋଲି ପଚାରିବାରୁ ତାଙ୍କୁ ମଧ୍ୟ ମାଡ ମାରିଥିଲେ! ହୋଟେଲ ମାଲିକ ଓ ସପ୍ଲାଇର ମାନେ ଥାନାରେ ଏତେଲା ଦେଲେ କିନ୍ତୁ ଏତେଲା କେହି ଜଣେ ପୋଲିସ ଅଧିକାରୀ ଚିରି ଦେଇଥିବା ହୋଟେଲ ମାଲିକ ପ୍ରକାଶ କରିଛନ୍ତି! ଏ ନେଇ ଏସ ପି ଶୁଭେନ୍ଦୁ ପାତ୍ର ଙ୍କୁ ଜଣେଇ ଥିଲେ ମଧ୍ୟ ତଦନ୍ତ ଠିକରେ କଲେ ନାହିଁ ତଳୁଆ ଅଧିକାରୀ!ଫଳରେ ଦୁଇ ଆଦିବାସୀ ସପ୍ଲାଇର ଜାତୀୟ ଏସ ଟି କମିଶନ ଙ୍କ ଦ୍ୱାରସ୍ତ ହୋଇଥିଲେ! କମିଶନ ଙ୍କ ଠାରୁ ତଦନ୍ତ ପାଇଁ ନିର୍ଦେଶ ଆସିବା ପରେ ତଦନ୍ତ ରେ ସନ୍ତୁଷ୍ଟ ନୋ ହୋଇ ଜିଲ୍ଲା ଦ୍ଵରା ଜର୍ଜ ଙ୍କ ଠାରେ ଏକ ୱାନ ସି ସି କେଶ ଫାଇଲ କରାଯିବା ପରେ ମାନ୍ୟବର ଡି ଯେ ଙ୍କ ନିର୍ଦେଶରେ ଗତ 20/8/24 ରେ ପୋଲିସ ଅଧିକାରୀ ଚାପଧାରୀ ପ୍ରଧାନ ଙ୍କ ବିରୁଦ୍ଧରେ ନିଜ ଥାନାରେ ମକଦ୍ଦମା ରୁଜୁ ହୋଇଛି! ଥାନାରେ ଆଦିବାସୀ ଅଧିକାରୀ, ରାଜ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଦିବାସୀ କିନ୍ତୁ ଥାନାରେ ଆଦିବାସୀ ମାନଙ୍କୁ ମାଡ ହେଉଛି.!ପ୍ରତିବାଦ କଲେ ନ୍ୟାୟ ମିଳୁନାହିଁ ହୋଟେଲ ସପ୍ଲାଇର ଙ୍କୁ ମାଡ଼ ମାରିବା ପୋଲିସ ଅଧିକାରୀଙ୍କୁ ମହଙ୍ଗା ପଡିଛି!

Leave a Reply

Your email address will not be published. Required fields are marked *

You may have missed