ବେତନଟୀ ତହସିଲ ଅଧିନସ୍ଥ ବ୍ରହ୍ମପୁରା ଆର ଆଇ ସର୍କଲ ଗୋଚର ଜମିରୁ ମାଟି ଚୋରା ଚାଲାଣ
ବେତନଟୀ : ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଓ ବଡ଼ସାହି ତହସିଲ ଅଧିନରେ ଥିବା ବାଲି ଖାଦାନ ମାନଙ୍କରୁ ଏବଂ ସରକାରୀ ଜମିରୁ ମାଟି ବାଲି ମୋରମ ଅବାଧରେ ରାଜସ୍ଵ ବିଭାଗ କର୍ମଚାରୀ ଙ୍କ ସଲାସୁତରାରେ ସରକାରୀ ରାଜସ୍ଵ କୋଟି କୋଟି ଟଙ୍କା ଫାଙ୍କି ବର୍ଷ ବର୍ଷ ଧରି ଚୋରା ଚାଲାଣ ଚାଲୁ ରହିଛି। ଗତ ୨୦୨୨ ମସିହାରୁ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ବେତନଟୀ ଓ ବାରିପଦା ତହସିଲ ଅଧିନରେ ମୁଖ୍ୟ କେନାଲ ଓ ଶାଖା କେନାଲ କାର୍ଯ୍ୟ ଚାଲୁ ରହି ଥିବାରୁ ସମସ୍ତ ପ୍ରକାରର ଲଘୁ ଖଣିଜ ଦ୍ରବ୍ୟର ଅବାଧ ଚୋରା କାରବାର ଆହୁରି ଅଧିକ ବ୍ୟାପକ ଭାବେ ଚାଲୁ ରହିଛି। ଏବେ ଗତ କେତେ ଦିନ ହେବ ବେତନଟୀ ତହସିଲ ଅଧିନସ୍ଥ ବ୍ରହ୍ମପୁରା ରାଜସ୍ୱ ସର୍କଲ ଅଧିନସ୍ଥ ହଳଦୀପଦା ରାଜସ୍ଵ ଗ୍ରାମରେ ଜବର ଦଖଲ ରେ ରହି ଆସିଥିବା ଗୋଚର ଜମିରୁ ଜେସିବି ଲଗା ଯାଇ ମାଟି ଖୋଲି ଟ୍ରାକ୍ଟର ଓ ଡମ୍ପର ରେ ଏହି ମାଟି ସୁବର୍ଣ୍ଣରେଖା କେନାଲ ପ୍ରକଳ୍ପରେ ପକା ଯାଉ ଥିବା ଏହି ଗ୍ରାମ ର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ମାନଙ୍କ ପକ୍ଷରୁ ବେତନଟୀ ତହସିଲଦାରଙ୍କୁ ଜଣା ଯାଇଥିଲେ ସୁଦ୍ଧା ସେ ତଦନ୍ତ ନ କରିବା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ପୋଲିସ କୁ ଜଣାଇବା ପାଇଁ ଅଭିଯୋଗକାରୀ ମାନଙ୍କୁ ଓଲଟା କହିଥିଲେ । ଲଘୁ ଖଣିଜ ଦ୍ରବ୍ୟ ଯଦିଓ ଜିଲ୍ଲା ଖଣି ଅଧିକାରୀଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି ତହସିଲଦାର ଖଣି ବିଭାଗ ସହିତ ଯୋଗା ଯୋଗ କରିବାକୁ ନ କହି ପୋଲିସ ନିକଟରେ ଅଭିଯୋଗ କରିବାକୁ କହିଥିଲେ। ଏଣେ ଏହା ବ୍ରହ୍ମପୁରା ରାଜସ୍ଵ ସର୍କଲ ଅଧିନସ୍ଥ ହୋଇ ଥିଲେ ହେଁ ତାଙ୍କ ସହିତ ଯୋଗା ଯୋଗ ସମ୍ଭବ ହୋଇ ପାରି ନ ଥିଲା । ଯେଉଁ ଗୋଚର ଜମିରୁ ମାଟି ଖୋଳା ଯାଇ ମାଟି ସୁବର୍ଣ୍ଣରେଖା କେନାଲ କୁ ଯାଉଛି ସେହି ହଳଦିପଦା ଗ୍ରାମ ର ନାରାୟଣ ମାର୍ଣ୍ଣି ପିତା ଧୁମା ମାର୍ଣ୍ଣି ନିଜ ଜବର ଦଖଲ ରେ ରଖିଥିବା ଏବଂ ସେ ଏହି ଗୋଚର ଜମିର ମାଟି ସୁବର୍ଣ୍ଣରେଖା କେନାଲ ଠିକାଦାରଙ୍କୁ ବିକ୍ରୟ କରୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଯଦି ଏହି ସରକାରୀ ଗୋଚର ଜମିରୁ ମାଟି ଖୋଳା ଓ ଚାଲାଣ ବନ୍ଦ କରା ନ ଯାଏ ତେବେ ଜବର ଦଖଲକାରୀ ଏହି ଜମିକୁ ଚାଷ ଜମିରୁ ମାଟି ଖୋଳା ଓ ଚାଲାଣ ବନ୍ଦ କରା ନ ଯାଏ ତେବେ ଜବର ଦଖଲ କାରୀ ଏହି ଜମି କୁ ଚାଷ ଜମିରେ ପରିଣତ କରିଦେଇ ବାଡ ବସାଇ ଧାନ ଚାଷ କରିବ। ଯାହା ଫଳରେ ଗ୍ରାମ ର ଲୋକମାନେ ନିଜ ଗୋରୁ ଗାଇ ଚରାଇବାକୁ ଆଉ ଖୋଲା ପଡିଆ ଜମି ପାଇବେ ନାହିଁ। ବେତନଟୀ ସହର ଭିତରେ ଦେଇ ବିଭିନ୍ନ ବାଲି ଘାଟରୁ ପ୍ରତିଦିନ ଶହ ଶହ ଡମ୍ପର ଓ ଟ୍ରାକ୍ଟର ଯୋଗେ ଦିନରାତି ବାଲି ମାଫିଆ ବାଲି ଉଠାଇ ତହସିଲ ଓ ଥାନା ଆଗ ଦେଇ ରାସ୍ତାରେ ବାଲି ଚାଲାଣ କରୁଥିଲେ ସୁଦ୍ଧା ପ୍ରଶାସନ ଓ ପୋଲିସ ସାଧାରଣ ନିର୍ବାଚନ ପାଇଁ ବ୍ୟସ୍ତ ଥିବା ବେଳେ ପୂର୍ବ ଅପେକ୍ଷା ଆହୁରି ଅଧିକ ବଢି ଯାଇଥିବା ଦେଖା ଯାଇଛି। ଯାହା ଫଳରେ ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କା ରାଜସ୍ଵ ହାନୀ ଘଟୁଥିଲେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ନାଁ ଗନ୍ଧ ନାହିଁ। ଏଣୁ ଜିଲ୍ଲାପାଳ ତୁରନ୍ତ ଖଣି ବିଭାଗ କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଛି। ଅବଶ୍ୟ ଖଣି ବିଭାଗ କାର୍ଯ୍ୟାଳୟ ଏଠାରେ ନାହିଁ କି ତହସିଲ ଅଧିନରେ କେହି ଅବସ୍ଥାପିତ ହୋଇ ନାହାନ୍ତି।