ସ୍କୋଡା ଅଟୋ ଇଣ୍ଡିଆ ନୂଆ କୁସାକ୍ ମଂଟେ କାର୍ଲୋର ଶୁଭାରମ୍ଭ କରିଛିଏକ ଲୁକ୍ ପାଆନ୍ତୁ ଯାହା ଅତ୍ୟନ୍ତ ଆକର୍ଷଣୀୟ

- ମଂଟେ କାର୍ଲୋ ସଂସ୍କରଣ ହେଉଛି ସ୍କୋଡା ମୋଟୋସ୍ପୋର୍ଟ ହେରିଟେଜ ଓ ରାଲି ମଂଟେ କାର୍ଲୋ ପ୍ରତି ଏକ ଶ୍ରଦ୍ଧାଞ୍ଜଳି
- କୁସାକ୍ ହେଉଛି ଭାରତର ଦ୍ୱିତୀୟ ଉତ୍ପାଦ ଯାହାକି ଏକ୍ସକ୍ଲୁସିଭ୍ ମଂଟେକାର୍ଲୋ ବ୍ୟାଜର ଧାରଣ କରିଛି
- ବ୍ଲାକ୍ ଗ୍ଲସି ଏକ୍ସଟେରିୟର ଉପାଦାନ, ଲାଲ୍ ଇଂଟେରିୟର ଏମ୍ବେଲିସମେଂଟ ସହିତ ନୂତନ ଡ୍ରାଇଭରଙ୍କ ଭର୍ଚୁଆଲ୍ କକ୍ପିଟ୍ ଅଣ୍ଡରଲାଇନ୍ କୁସାକ ମଂଟେକାର୍ଲୋର ସୁନ୍ଦରତା ଓ ଡାଇନାମିଜିମକୁ ପ୍ରତିପାଦିତ କରିଥାଏ
- ଏଥିରେ ରହିଛି ଶକ୍ତିଶାଳୀ ଓ ଦକ୍ଷ ୧.୦ ଟିଏସଆଇ ଓ ୧.୫ ଟିଏସଆଇ ପେଟ୍ରୋଲ୍ ଇଞ୍ଜିନ୍
- ୧.୦ ଟିଏସଆଇ ରେ ଷ୍ଟାର୍ଟ-ଷ୍ଟପ୍ ରିକ୍ୟୁପେରେସନକୁ ସାମିଲ୍ କରାଯାଇଛି ଯାହା ଦ୍ୱାରା ଇନ୍ଧନ ଦକ୍ଷତା ବୃଦ୍ଧି ହୋଇଛି
- କୁସାକ ମଂଟେ କାର୍ଲୋ ସ୍ୱତନ୍ତ୍ର ଭାବରେ ଟର୍ଣ୍ଣାଡୋ ରେଡ୍ ଓ କ୍ୟାଣ୍ଡି ଧଳା କଲରରେ ଉପଲବ୍ଧ ହେବ ।
- କୁସାକର ମଂଟେ କାର୍ଲୋ ଏଡିସନର ଏକ୍ସସୋରୁମ୍ ମୂଲ୍ୟ ହେଉଚି ଆଇଏନଆର ୧୫,୯୯,୦୦୦
ମୁମ୍ବାଇ, ମେ ୯, ୨୦୨୨ – ଉନ୍ନତ ଚିନ୍ତା କରନ୍ତ, ସକାରାତ୍ମକ ଚିନ୍ତା କରନ୍ତୁ, ନିଜର ପସନ୍ଦ ବିଷୟରେ ଚିନ୍ତା କରନ୍ତୁ, ମୋଟରସ୍ପୋର୍ଟସ ବିଷୟରେ ଚିନ୍ତା କରନ୍ତୁ ଓ ଆପଣ ମନାକୋ, ୟୁରୋପର ମଂଟେ କାର୍ଲୋ ବିଷୟରେ ଚିନ୍ତା କରିବେ । ମଂଟେ କାର୍ଲୋ ଗ୍ଲାମରରେ ଭରପୁର ଓ ଯାହା ଆପଣଙ୍କୁ ଏକ ଅତୁଳନୀୟ ଅନୁଭବ ପ୍ରଦାନ କରିଥାଏ । ଏହି ଚେକ୍ କାର୍ ନିର୍ମାତା ଏହାର ସଫଳ ମୋଟରସ୍ପୋର୍ଟର ଆରମ୍ଭ କରିଛି ଯାହାକି ଏହି ଦୀର୍ଘ ଅବଧି ମଧ୍ୟରେ ଅନେକ ଗୁଡ଼ିଏ ବିଜୟ ହାସଲ କରିଛି । ଲୌରିନ୍ ଓ କ୍ଲେମେଂଟ ଗାଡ଼ି ଗୁଡ଼ିକୁ ରାଲି କ୍ଲାସିକର ଦ୍ୱିତୀୟ ରନ୍ରେ ୧୯୧୨ ରେ ଆରମ୍ଭ କରାଯାଇଥିଲା ଓ ୧୯୩୬ ରେ ୱିଙ୍ଗଡ ଆରୋ ସହିତ ଏକ ମଡେଲ ପ୍ରଥମ ଥର ଲିଜେଣ୍ଡାରି ପ୍ରତିଯୋଗୀତାରେ ଆରମ୍ଭ ଲାଇନରେ ରହିଥିଲା । ଏହି ଲୋକପ୍ରିୟ ରୋଡଷ୍ଟାର ୧.୫ ଲିଟର କ୍ଲାସ ଅନ୍ତର୍ଗତ ଦ୍ୱିତୀୟ ସ୍ଥାନରେ ରହିଥିଲା ।
ଲିଜେଣ୍ଡାରି “କୁଇନ୍ ଅଫ୍ ରାଲିଜ୍” ରେ ବିଶେଷ କରି ଏହି ସଫଳତାର ପାଳନ କରାଯିବ ଓ ୱାର୍ଲଡ୍ ରାଲି ଚାମ୍ପିୟନସିପ୍ ସ୍କୋଡା ଅଟୋ ମଂଟେ କାର୍ଲୋ ସଂସ୍କରଣର ଶୁଭାରମ୍ଭ କରିବା ଦିନ ଠାରୁ ଆରମ୍ଭ କରାଯାଇଛି । ସ୍କୋଡାର ରାଲି ଓ ମୋଟରସ୍ପୋର୍ଟ ପେଡିଗ୍ରୀ ସହିତ ଇଣ୍ଡିଆ ୨.୦ ର ସଫଳତା ସହିତ ଭାରତ ନୂତନ କୁସାକ୍ ମଂଟେ କାର୍ଲୋ ରେଞ୍ଜର ଶୁଭାରମ୍ଭ କରିଛି ଯାହାର ଏକ ସ୍ପୋର୍ଟି ବ୍ଲାକ୍ ଡିଜାଇନ୍ ଉପାଦାନ ରହିଛି ।
ନୂତନ ସ୍କୋଡା କୁସାକ ମଂଟେ କାର୍ଲୋର ଶୁଭାରମ୍ଭ ବିଷୟରେ ସୂଚନା ପ୍ରଦାନ କରି ଶ୍ରୀଯୁକ୍ତ ଜାକ୍ ହୋଲିସ୍, ବ୍ରାଣ୍ଡ ଡାଇରେକ୍ଟର, ସ୍କୋଡା ଅଟୋ ଇଣ୍ଡିଆ କହିଛନ୍ତି ଯେ, “ଆମର ନିକଟରେ ହାସଲ କରିଥିବା ସଫଳତା ଓ ଆମର ସ୍କୋଡାର ଆଦୃତି ଓ ଲୋକପ୍ରିୟତାକୁ ପ୍ରମାଣିତ କରିଛି । ମଂଟେ କାର୍ଲୋ ହେଉଛି ଏକ କାର୍ ଯାହା ସଭିଙ୍କ ହୃଦୟକୁ ଆକର୍ଷିତ କରିଥାଏ ଓ ଏହାର ଆଭ୍ୟନ୍ତରୀଣ ତଥା ବାହ୍ୟ ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନମୁଗ୍ଧକର । ଏହି ମଂଟେ କାର୍ଲୋ ଏକ ଉତ୍କୃଷ୍ଟ ଷ୍ଟାଇଲ ପ୍ରଦାନ କରେ । ଏହା ଏକ ଅତୁଳନୀୟ ଷ୍ଟାଇଲ୍ ପ୍ରଦାନ କରେ ଓ ଗ୍ରାହକମାନେ ଏହାକୁ ଚଳାଇ ଏକ ଚମତ୍କାର ଅନୁଭୂତି ପାଇ ପାରିଥାନ୍ତି ।”
କୁସାକ୍ ମଂଟେ କାର୍ଲୋର ଏକ୍ସ-ସୋ ରୁମ୍ ମୂଲ୍ୟ ହେଉଛି ଆଇଏନଆର ୧୫,୯୯,୦୦୦ ଲକ୍ଷ ୧.୦ ଟିଏସଆଇ ସ୍ପିଡ୍ ମାନୁଆଲ୍ ପାଇଁ, ଟପିଂ ଆଉଟ୍ ଆଇଏନଆର ୧୯,୪୯,୦୦୦ ଲକ୍ଷ ୧.୫ ଟିଏସଆଇ ୭ ସ୍ପିଡ୍ ଡିଏସଜି ପାଇଁ । କୁସାକର ଏହି ସଂସ୍କରଣ ସ୍ୱତନ୍ତ୍ର ଭାବରେ ଟର୍ଣ୍ଣାଡୋ ରେଡ୍ ଓ କ୍ୟାଣ୍ଡି ହ୍ୱାଇଟ୍ କଲରରେ ଉପଲବ୍ଧ ହେବ । ଅନ୍ୟପକ୍ଷରେ ୧.୦ ଟିଏସଆଇ କୁସାକ୍ ମୋଂଟେ କାର୍ଲୋ ଷ୍ଟାର୍ଟ-ଷ୍ଟପ୍ ରିକୁପିରେସନ ସହିତ ଷ୍ଟାଣ୍ଡାର୍ଡ଼ ରହିଛି ଯାହାକି ଇନ୍ଧନ ଦକ୍ଷତାକୁ ବୃଦ୍ଧି କରିଥାଏ ।
ଏକ ଲୁକ୍ ପାଆନ୍ତୁ ଯାହା ସମସ୍ତିଙ୍କୁ ଆକର୍ଷିତ କରିବ
କୁସାକ୍ ମଂଟେ କାର୍ଲୋରେ, ସ୍କୋଡା ସିଗନେଚର ଗ୍ରିଲ୍ରେ ରହିଛି ଗ୍ଲସି ବ୍ଲାକ୍ ସରାଉଣ୍ଡ । ଓଆରଭିଏମ୍ ଗ୍ଲସି ବ୍ଲାକ ଅଟେ । ଏହାର ଚକ ଗୁଡ଼ିକ ଆର୧୭ ଡୁଆଲ୍ ଟୋନ୍ ଭେଗା ୪୩.୧୮ ସେମି ଆଲୟ ଯାହାକି ଅକ୍ଟାଭିଆ ଭିଆରଏସ୍ ୨୪୫ ରୁ ଆସିଛି, ସ୍କୋଡାର ପ୍ରଥମ ଉତ୍ପାଦନ । ଏହି ନୂଆ କୁସାକ୍ ର ଏକ ମଂଟେ କାର୍ଲୋ ଫେଣ୍ଡର ଗାର୍ଣ୍ଣିସ ସ୍କୋଡା ବ୍ୟାଜ ସ୍ଥାନରେ ରହିଛି । ଏହାର ବଡି କଲର ହେଉଚି ଟର୍ଣ୍ଣାଡୋ ରେଡ୍ ଓ କ୍ୟାଣ୍ଡି ହ୍ୱାଇଟ୍, ଏହାର ରୁଫଟି କଂଟ୍ରାଷ୍ଟିଂ ଗ୍ଲସି କାର୍ବନ ଷ୍ଟିଲ୍ ପେଂଟ ରହିଛି ଯାହାକି ମଂଟେ କାର୍ଲୋକୁ ଡୁଆଲ ଟୋନ୍ ସହିତ ଏକ ଅତ୍ୟନ୍ତ ସୁନ୍ଦର ରୂପ ପ୍ରଦାନ କରିଥାଏ । ଏହାର ରୁଫରେ ରହିଛି ଷ୍ଟାଣ୍ଡାର୍ଡ଼ ସହିତ ଇଲେକଟ୍ରିକ ସନରୁଫ୍ ସହିତ ଆଂଟି ପିଚ୍ ଟେକନୋଲୋଜି । କାର୍ବନ୍ ଷ୍ଟିଲ୍ ରୁଫ୍ ରେ ଥିବା ମେଟ୍ ବ୍ଲାକ୍ ରୁଫ ରେଲ୍ ଗୁଡ଼ିକ ସହିତ ଏହାର ତଳ ଭାଗରେ ରହିଛି ଡାର୍କ କ୍ରୋମ୍ ଏକ୍ସଟରନାଲ୍ ହ୍ୟାଣ୍ଡେଲ ।
ଯେଉଁଠାରେ ଡୁଆଲ୍ ଟୋନ୍ ଟେଲଗେଟ୍ ସ୍ପଏଲର ଆରମ୍ଭ ହୋଇଥାଏ ସେଠାରେ ରୁଫ୍ ସମାପ୍ତ ହୋଇଥାଏ । ପୁନଶ୍ଚ ରିୟର ତଳ ଭାଗରେ ବୁଟର ତଳ ଭାଗରେ ଟ୍ରଙ୍କ ଗାର୍ଣିର୍ସ ରହିଛି ଓ ରିୟର ବମ୍ପର ତଳ ଭାଗରେ ଡିଫ୍ୟୁଜର ରହିଛି । ଉଭୟ ଗ୍ଲସି ବ୍ଲାକରେ ରହିଛି ଯାହାକି କୁସାକ୍ ମଂଟେ କାର୍ଲୋର ରୂପକୁ ବହୁଗୁଣିତ କରିଥାଏ । ରିୟରରେ ଥିବା କ୍ରୋମ୍ ସ୍କୋଡା ଓ କୁସାକ୍ ଇନ୍ସକ୍ରିପ୍ସନ ଏବେ ଗ୍ଲସି ବ୍ଲାକରେ ରହିଛି । ସମ୍ମୁଖରେ ଏଲ୍ ଆକୃତିର ଏୟାର ଭେଂଟ ରହିଛି ।
ଏହି ପ୍ରଥମ ଭିଜୁଆଲ୍ ଡିଫରେନ୍ସଟିଏଟର ଯାହାକି ୧.୦ ଟିଏସଆଇ ଓ ୧.୫ ଟିଏସଆଇ ଇଞ୍ଜିନ ମଧ୍ୟରେ ରହିଛି, ଏହି କୁସାକ୍ ମଂଟେ କାର୍ଲୋ ୧.୫ ଟିଏସଆଇରେ ସ୍ପୋର୍ଟି ଲାଲ୍ କାଲିପର ସମ୍ମୁଖ ଚକରେ ରହିଛି ଯାହାକି ଏହାକୁ ୧.୦ ଟିଏସଆଇ ଷ୍ଟେବଲ ମେଟ ଠାରୁ ଭିନ୍ନ କରିପାରିଛି ।
ଋାଲି-ବ୍ରେଡ୍ ଇଂଟେରିୟର ସହିତ ନୂତନ ଭର୍ଚୁଆଲ୍ କକପିଟ୍
କୁସାକ୍ ମଂଟେ କାର୍ଲୋର କ୍ୟାବିନ୍ ମୋଟରସ୍ପୋର୍ଟ ହେରିଟେଜକୁ ଏହାର ଲ୍ୟୁକ୍ସ ଇଂଟେରିୟର ଏବଂ ରେଡ୍ ଏବଂ ବ୍ଲାକ୍ ଡୁଆଲ୍ ଟୋନ୍ ଅପହୋଲେଷ୍ଟ୍ରି ଓ ରୁବି ରେଡ୍ ମେଟାଲିକ୍ ଇନସର୍ଟ ସହିତ ଆଗେଇ ନେଇଛି । ଏହାର ଡେକର ପୁନଶ୍ଚ ଏହାର ସୌନ୍ଦର୍ଯ୍ୟ, ସ୍ପୋର୍ଟିନେଓ ଓ କୁସାକ୍ ମଂଟେ କାର୍ଲୋର ସ୍ପେସକୁ ଉତ୍କୃଷ୍ଟ କରିଥାଏ । ରୁବି ରେଡ୍ ମେଟାଲିକ୍ସ ଇନସର୍ଟକୁ ଅତ୍ୟନ୍ତ ସୁନ୍ଦର ଭାବରେ ସଜ୍ଜିତ କରାଯାଇଛି ଯାହାକି ସମ୍ମୁଖ ଡୋର ଆଡ଼କୁ ସଂପ୍ରସାରିତ ହୋଇ ରହିଛି । ଫ୍ରଂଟରେ ଭେଂଟିଲେଟେଡ୍ ରେଡ୍ ଓ ବ୍ଲାକ୍ ଲେଦର ସିଟ୍ ରହିଛି ଏବଂ ଏଥିରେ ମଂଟେ କାର୍ଲୋ କଚିତ ଇନସ୍କ୍ରିପସନ ଦୁଇଟି ହେଡରେଷ୍ଟରେ ରହିଛି ଯାହାକି ସମାନ ଭେନରେ ରହିଛି । ଅନ୍ୟାନ୍ୟ ପୃଷ୍ଠ ଭାଗ ଯାହା ସହିତ ଡ୍ରାଇଭର ଓ ପାସେଞ୍ଜର କ୍ରମାଗତ ଭାବରେ ସଂସ୍ପର୍ଶରେ ଆସିଥାନ୍ତି ଯଥା ଡୋର ଆର୍ମରେଷ୍ଟ ଓ ସେଂଟରରେ ଥିବା ଅଂଶରେ ରେଡ୍ ଷ୍ଟିଚିଂ ରହିଥାଏ । ୨- ସ୍ପୋକ୍ ମଲ୍ଟି ଫଙ୍କସନ ଷ୍ଟିୟରିଂରେ ଲେଦର ରାପ୍ ଯେଉଁଥିରେ ଡ୍ରାଇଭର ନିଜର ଅଧିକ ସମୟ ଅତିବାହିତ କରିଥାନ୍ତି ଅତ୍ୟନ୍ତ ପ୍ରୋମିନେଂଟ ଭାବରେ ରହିଛି ଓ ଏଥିରେ ଲାଲ୍ ଷ୍ଟିଚିଂ ରହିଛି । ଫ୍ରଂଟ ପାସେଞ୍ଜର ଡାସବୋର୍ଡ଼ରେ ଲାଲ୍ ଆମ୍ବିଟ୍ ଲାଇଟିଂ ଏକ ୱାର୍ମ ରେଡ୍ ଔରା କୁସାକ ମଂଟେ କାର୍ଲୋରେ ପ୍ରଦାନ କରେ ।
ଡ୍ରାଇଭରଙ୍କ ଇନଷ୍ଟ୍ରୁମେଂଟ କନସୋଲରେ ରହିଛି ୨୦.୩୨ ସେମି ସ୍କୋଡା ଭର୍ଚୁଆଲ୍ କକପିଟ୍ ସହିତ ରେଡ୍ ଥିମ୍ । ଡାସବୋର୍ଡ଼ର ସେଂଟରରେ ରହିଛି ୨୫.୪ ସେମିର ଇନଫୋଟେନମେଂଟ ସିଷ୍ଟମ ସହିତ ସ୍କୋଡା ପ୍ଲେ ଆପ୍ସ ଓ ରେଡ୍ ଥିମ୍ । ଆକ୍ସିଲରେଟିଂ, ବ୍ରେକିଂ ଓ କ୍ଲଚ୍ ଡ୍ୟୁଟି ଏକ ସୁନ୍ଦର ଏକ୍ସଟ୍ରା ଗିପି ଆଲୁ ପେଡାଲ ଦ୍ୱାରା ପରିଚାଳିତ ହୋଇଥାଏ । ଏବଂ ଆପଣ ଡୋର ଖୋଲିବା ସମୟରେ ଡୋରରେ ଥିବା ଆକର୍ଷଣୀୟ ମଂଟେ କାର୍ଲୋ ଇନସ୍କ୍ରାଇବ୍ଡ ସ୍କଫ୍ ପ୍ଲେଟ୍ସ ଆପଣଙ୍କୁ କ୍ୟାବିନ୍ ମଧ୍ୟକୁ ସ୍ୱାଗତ କରିଥାଏ ।
କୁସାକର ଏହି ନୂତନ ମଂଟେ କାର୍ଲୋ ଏଡିସନ ସ୍କୋଡାର ମଂଟେ କାର୍ଲୋ ସଂସ୍କରଣର ସଫଳତାକୁ ଦର୍ଶାଇଥାଏ ଯାହାର ଫଳସ୍ୱରୂପ ସ୍କୋଡା ଅଟୋ ଭାରତରେ ୨୦୨୨ ରେ ଅତୁଳନୀୟ ସଫଳତା ହାସଲ କରିଛି । କମ୍ପାନୀର ଇଣ୍ଡିଆ ୨.୦ ପ୍ରୋଜେକ୍ଟରେ କୁସାକ ହେଉଛି ଟର୍ଚ୍ଚ ବିୟରର ଯାହାକି ଭାରତରେ ରେକର୍ଡ଼ ବ୍ରେକିଂ ପ୍ରଥମ ତ୍ରୟମାସ ହାସଲ କରିଛି । ଅନେକ ଗୁଡ଼ିଏ ଉଲ୍ଲେଖନୀୟ ବୈଶିଷ୍ଟ୍ୟ ସହିତ ସ୍କୋଡା ଗ୍ରାହକମାନଙ୍କର ପସନ୍ଦର ବାହନ ରୂପେ ପ୍ରମାଣିତ ହୋଇପାରିଛି ।
ମୂଲ୍ୟ ସାରାଂଶ : କୁସାକ୍ ମଂଟେ କାର୍ଲୋ
ମଡେଲ୍ ୧.୦ (ଏମଟି) ୧.୦ (ଏଟି) ୧.୫ (ଏମଟି) ୧.୫ (ଡିଏସଜି)
କୁସାକ୍ ମଂଟେ କାର୍ଲୋ ୧୫,୯୯,୦୦୦ ୧୭,୬୯,୦୦୦ ୧୭,୮୯,୦୦୦ ୧୯,୪୯,୦୦୦