ସ୍କୋଡା ଅଟୋ ଇଣ୍ଡିଆ ମେ ୨୨ ରେ ୪୬୦୪ ୟୁନିଟ୍ ବିକ୍ରି କରି ଉଲ୍ଲେଖନୀୟ ସଫଳତା ହାସଲ କରିଛି

  • ମେ ୨୦୨୧ ତୁଳନାରେ ବର୍ଷ ପରେ ବର୍ଷରେ ୫୪୩ % ର ଅଭିବୃଦ୍ଧି
  • ନୂତନ ଗ୍ରାହକ ଟଚ୍‌ପଏଂଟ ଓ ସୋରୁମରେ ବୈପ୍ଳବିକ ଟେକ୍‌ର ଶୁଭାରମ୍ଭ କାରଣରୁ ବିକ୍ରି ଅଧିକ ହୋଇ ପାରିଛି
  • ମେଡ୍‌-ଫର-ଇଣ୍ଡିଆ ଏମକ୍ୟୁବି-ଏ୦-ଇନ୍ ପ୍ଲାଟଫର୍ମ ଉତ୍ପାଦ ଗୁଡ଼ିକ ଏହି ଉଲ୍ଲେଖନୀୟ ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି

ମୁମ୍ବାଇ, ୧ ଜୁନ୍ -୨୦୨୨ – ଗତ ସପ୍ତାହରେ ନୂତନ, ଆଧୁନିକ ଓ ସମ୍ପୂର୍ଣ୍ଣ ଡିଜିଟାଲ୍ ବିଶ୍ୱ-ଶ୍ରେଣୀୟ ବୈଶିଷ୍ଟ୍ୟ ସହିତ ସୋରୁମକୁ ଅପଡେଟ୍ କରିବା ପରେ, ସ୍କୋଡା ଅଟୋ ଇଣ୍ଡିଆର ବିକ୍ରି ସଂଖ୍ୟାରେ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି ଓ ମେ ୨୦୨୨ ରେ ରେକର୍ଡ଼ ୪୬୦୪ ୟୁନିଟ୍ ବିକ୍ରି କରାଯାଇଛି । ଏହା ଆଉ ଏକ ଉଲ୍ଲେଖନୀୟ ବିକ୍ରି ଲାଭ କରିଥିବା ମାସ ଓ ଏହା ବର୍ଷ ପରେ ବର୍ଷ ଓ ମାସ ପରେ ମାସ ଉଲ୍ଲେଖନୀୟ ସଫଳତା ଲାଭ କରିବା ଜାରି ରଖିଛି । ମେ ୨୦୨୧ ରେ ୭୧୬ ଟି କାର୍ ବିକ୍ରି ହୋଇଥିବା ବେଳେ ମେ ୨୦୨୨ ରେ ଉଲ୍ଲେଖନୀୟ ଭାବରେ କାର ବିକ୍ରି କ୍ଷେତ୍ରରେ ବୃଦ୍ଧି ଦେଖା ଦେଇଛି । ଏହା ସହିତ ବର୍ଷ ପରେ ବର୍ଷ ୫୪୩% ର ବୃଦ୍ଧି ଦେଖା ଦେଇଛି ଓ ଏହା ଫଳରେ ସ୍କୋଡା ଅଟୋ ଇଣ୍ଡିଆ ପାଇଁ ଏହା ଏକ ସଫଳ ବର୍ଷ ଭାବରେ ପ୍ରମାଣିତ ହୋଇପାରିଛି ।


ଜାକ୍ ହୋଲିସ୍‌, ବ୍ରାଣ୍ଡ ଡାଇରେକ୍ଟର, ସ୍କୋଡା ଅଟୋ ଇଣ୍ଡିଆ ଏହି ଅବସରରେ କହିଛନ୍ତି ଯେ, “ଏହା ଏକ ଆନନ୍ଦର ବିଷୟ ଯେ ସେମିକଣ୍ଡକ୍‌ଟର ଅଭାବ ପରି ଆହ୍ୱାନମୂଳକ ପରିସ୍ଥିତି ସତ୍ୱେ, ଆମେ ଆମର ବିକ୍ରି କ୍ଷେତ୍ରରେ ପ୍ରଗତିର ଧାରା ବଜାୟ ରଖିଛୁ । ଆମର ନୂତନ ପ୍ରଚେଷ୍ଟା ମାଧ୍ୟମରେ ଗ୍ରାହକମାନଙ୍କୁ ଆଉ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁ ନାହିଁ ଓ ଖୁବ୍ ଶୀଘ୍ର ସେମାନଙ୍କର କାର ପାଇ ପାରୁଛନ୍ତି । ଆମର କାର ବିକ୍ରି ବୃଦ୍ଧି ହେବାର ଏହା ଏକ ପ୍ରମୁଖ କାରଣ ହୋଇ ପାରିଛି । ଏହି ଅତୁଳନୀୟ ବାର୍ଷିକ ବିକ୍ରୟ ବୃଦ୍ଧି ହାସଲ କରିବା କ୍ଷେତ୍ରରେ ସହଯୋଗ କରିଥିବାରୁ ମୁଁ ଆମର ନେଟୱର୍କ କର୍ମଚାରୀ ଓ ଗ୍ରାହକମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି ।”


ସ୍ଲାଭିଆ ଓ କୁସାକ୍‌, ଯାହାକି ଇଣ୍ଡିଆ ୨.୦ ର ଷ୍ଟାର ଅଟନ୍ତି, ଏହା ମେଡ୍‌-ଫର-ଇଣ୍ଡିଆ ଏମକ୍ୟୁବି-ଏ୦-ଇନ୍ ପ୍ଲାଟଫର୍ମରେ ଆଧାରିତ । ଏହା ସହାୟତାରେ କମ୍ପାନୀ ବିକ୍ରି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି । ଏହା ବ୍ୟତୀତ, ସ୍କୋଡା ଅଟୋ ଇଣ୍ଡିଆ ଗ୍ରାହକ ଟଚ୍ ପଏଂଟକୁ ମଧ୍ୟ ବୃଦ୍ଧି କରିଛି- ଏହାର ସୋରୁମରେ ଅନେକ ଆଧୁନିକ ପରିବର୍ତନ କରିଛି । ଭାରତରେ ପ୍ରଥମ ଥର କରି ସୋରୁମକୁ ଡିଜିଟାଇଜେସନ କରାଯାଇଛି ଓ ସ୍କୋଡା ସୋରୁମକୁ ଆସୁଥିବା ଗ୍ରାହକମାନେ ଏକ ଅତୁଳନୀୟ ଅନୁଭୂତି ଲାଭ କରିପାରୁଛନ୍ତି । ଏହି ପଦକ୍ଷେପ କାରଣରୁ ସ୍କୋଡା ଟଚ୍ ପଏଂଟରେ ଆହୁରି ଅନେକ ଗ୍ରାହକ ସାମିଲ୍ ହୋଇ ପାରିଛନ୍ତି । ସ୍କୋଡାର ଏହି ନୂତନ ସୋରୁମ୍ ଗ୍ରାହକମାନଙ୍କୁ ଏକ ଇଂଟରାକ୍‌ଟିଭ୍‌, ସୂଚନାତ୍ମକ ଓ ଆନନ୍ଦଦାୟକ ଅନୁଭୂତି ପ୍ରଦାନ କରୁଛି ।

Leave a Reply

Your email address will not be published. Required fields are marked *