ସ୍କୋଡା ଅଟୋ ଇଣ୍ଡିଆ 2023 ଭିତରେ ଅଭିବୃଦ୍ଧି ତ୍ୱରାନ୍ୱିତ କରିବାକୁ ଚାହୁଁଛି

2023 ପାଇଁ ଏଜେଣ୍ଡା’ରେ ଦୁଇ ଅଙ୍କ ଅଭିବୃଦ୍ଧି
- 2023 ପାଇଁ ନିରନ୍ତର ଉତ୍ପାଦ କାର୍ଯ୍ୟାନୁଷ୍ଠାନ ଯୋଜନା କରାଯାଇଛି
- ଏହି ବର୍ଷ ଗ୍ରାହକଙ୍କ ସ୍ପର୍ଶ ବିନ୍ଦୁ ବିସ୍ତାର କରିବା ଏବଂ ନୂତନ ସହରରେ ପ୍ରବେଶ କରିବା
- ଗ୍ରାହକ କୈନ୍ଦ୍ରିକତା ଏବଂ ଗ୍ରାହକଙ୍କ ସନ୍ତୁଷ୍ଟି ଉପରେ ଦୃଢ ଧ୍ୟାନ
- 2025 ସୁଦ୍ଧା 1,00,000 ୟୁନିଟ ବିକ୍ରୟ ପରିମାଣ ହାସଲ କରିବାକୁ ଲକ୍ଷ୍ୟ
- ସ୍କୋଡା ଅଟୋ ପାଇଁ ଭାରତ ଶ୍ରେଷ୍ଠ ତିନୋଟି ବଜାର ମଧ୍ୟରେ ଅଛି
ମୁମ୍ବାଇ, 6 ଜାନୁଆରୀ, 2023 – 2022କୁ ସର୍ବ ବୃହତ ବର୍ଷ କରିବା ପରେ ସ୍କୋଡା ଅଟୋ ଇଣ୍ଡିଆ ତ୍ୱରାନ୍ୱିତ ଅଭିବୃଦ୍ଧିର ଏକ ଏଜେଣ୍ଡା ସହିତ 2023 ପାଇଁ ଏହାର ଉଦ୍ଦେଶ୍ୟ ସ୍ପଷ୍ଟ କରିଥିଲା । 2021 ତୁଳନାରେ 2022ରେ କମ୍ପାନୀ ଏହାର ବାର୍ଷିକ ବିକ୍ରିକୁ ଦ୍ୱିଗୁଣିତ କରିସାରିଛି । 2022ରେ 53,721 ୟୁନିଟ ବିକ୍ରି ସହିତ ସ୍କୋଡା ଅଟୋ ଇଣ୍ଡିଆ ପୂର୍ବ ବର୍ଷ ଉପରେ ବର୍ଷ-କୁ-ବର୍ଷ ତୁଳନାରେ 125% ଅଭିବୃଦ୍ଧି ରେକର୍ଡ କରିଛି ।
ବିବିଧ ଉତ୍ପାଦ କାର୍ଯ୍ୟାନୁଷ୍ଠାନ, ନେଟୱର୍କ ବିସ୍ତାର ଯୋଜନା ଏବଂ ଅନୁମାନିତ ତ୍ୱରାନ୍ୱିତ ଅଭିବୃଦ୍ଧି ଆଦି ଏହାର ଏଜେଣ୍ଡା ଭାବରେ କାର ନିର୍ମାତା 2023 ପାଇଁ ଯୋଜନା କରିଛନ୍ତି, ଯେଉଁଠାରେ ସ୍କୋଡା ଅଟୋ ଇଣ୍ଡିଆ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବ । କମ୍ପାନୀ ଏହାର ନେଟୱର୍କକୁ ସମଗ୍ର ଭାରତରେ ବିସ୍ତାର କରିବ ଏବଂ ସମଗ୍ର ଭାରତରେ ନୂତନ ସହରରେ ପ୍ରବେଶ କରିବ ।
ପିଟର ସ୍ଲୋକ, ବ୍ରାଣ୍ଡ ନିର୍ଦ୍ଦେଶକ, ସ୍କୋଡା ଅଟୋ ଇଣ୍ଡିଆ କହିଲେ, “2022 ମସିହାରେ 53,721 କାର ବିକ୍ରି ସହିତ ଭାରତରେ ପ୍ରଥମ ଥର ପାଇଁ 50,000 ବିକ୍ରୟ ମାଇଲଖୁଣ୍ଟ ଅତିକ୍ରମ କରି ଆମେ ଅତ୍ୟନ୍ତ ଆନନ୍ଦିତ । 2021 ତୁଳନାରେ ଆମର ବିକ୍ରି ପରିମାଣ ଦ୍ୱିଗୁଣିତ କରିଛୁ ଏବଂ ଆମର ଆଞ୍ଚଳିକ ଏବଂ ରାଷ୍ଟ୍ରୀୟ ଉପସ୍ଥିତି ମଧ୍ୟ ବଢି 2022କୁ ସବୁ ଦିଗରୁ ବାସ୍ତବରେ ଆମ ପାଇଁ ସବୁଠୁ ବଡ ବର୍ଷ କରିଛି । ଅଧିକ ଉତ୍ପାଦ କାର୍ଯ୍ୟାନୁଷ୍ଠାନ ସହିତ ଆମର ଇଣ୍ଡିଆ 2.0 ଉତ୍ପାଦଗୁଡିକ ଭଲ ଭାବରେ ପ୍ରତିଷ୍ଠିତ କରିବା, ଆମର ନେଟୱର୍କ ପହଞ୍ଚର ନିରନ୍ତର ବୃଦ୍ଧି କରିବା, ଗ୍ରାହକଙ୍କ ସନ୍ତୁଷ୍ଟି ଉପରେ ଆମର ଚାପ ବିମୁକ୍ତ ତୀକ୍ଷ୍ଣ ଧ୍ୟାନ ଜାରି ରଖିବା ଏବଂ ଉଭୟ ICE ଓ EV ସହିତ ପୋର୍ଟଫୋଲିଓ ବିସ୍ତାର କରିବା ପାଇଁ ଆମର ରଣନୈତିକ ଧ୍ୟାନକୁ ଗଭୀର କରିବା ସୁନିଶ୍ଚିତ କରି 2023 ପାଇଁ ଆମେ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଦିଗରେ ଆମର ରାସ୍ତା ନିର୍ମାଣ କରିବୁ ।”
ଅଭିବୃଦ୍ଧିର ନେତୃତ୍ୱ ନେଉଥିବା ସ୍କୋଡା କୁଶାକ ଏବଂ ସ୍କୋଡା ସ୍ଲାଭିଆ
ଦୁଇ ମାସ ପୂର୍ବରୁ ଇଣ୍ଡିଆ 2.0 ରଣନୀତି ଅଧିନସ୍ଥ କମ୍ପାନୀର ପ୍ରଥମ ଉତ୍ପାଦ ସ୍କୋଡା କୁଶାକ SUV ସର୍ବଶେଷ ବୈଶିକ ନୂତନ କାର ମୂଲ୍ୟାଙ୍କନ କାର୍ଯ୍ୟକ୍ରମ (GNCAP) ବାଡେଇ ହେବା ପରୀକ୍ଷଣରେ ଏକ ପୂର୍ଣ୍ଣ 5 ତାରକା ସୁରକ୍ଷା ମୂଲ୍ୟାୟନ ଅର୍ଜନ କରି ଉଭୟ ବୟସ୍କ ଏବଂ ଶିଶୁ ବ୍ୟବହାରକାରୀଙ୍କ ପାଇଁ ଏହାକୁ ଭାରତର ସବୁଠାରୁ ସୁରକ୍ଷିତ କାର କରିଥିଲା । ନିରାପତ୍ତାର କଥା ଉଠିଲେ 2023ରେ କୁଶାକ ଚାର୍ଟର ଶିଖରରେ ରହିବା ଜାରି ରଖିଛି ।
ଇଣ୍ଡିଆ 2.0 ଅଧୀନସ୍ଥ ଦ୍ୱିତୀୟ ସ୍କୋଡା ଅଟୋ ଉତ୍ପାଦ, ସ୍ଲାଭିଆ ସେଡାନ ମଧ୍ୟ ଦେଶରେ ପ୍ରିମିୟମ ମଧ୍ୟ-ଆକାର ସେଡାନ ବର୍ଗକୁ ସିଧାସଳଖ ପ୍ରେରଣା ଯୋଗାଇଛି । 2021 ତୁଳନାରେ 2022ରେ ଏହି କ୍ଷେତ୍ର ଯଥେଷ୍ଟ ଅଭିବୃଦ୍ଧି ଦେଖିଛି ଏବଂ ସ୍ଲାଭିଆ ସେଡାନ ଏକ ସୁସ୍ଥ ଦୁଇ ଅଙ୍କ ବିଶିଷ୍ଟ ବଜାର ଅଂଶ ଧାରଣ କରିଛି । 5-ତାରକା ସୁରକ୍ଷିତ କୁଶାକ ଭଳି ଏହା ସମାନ ପ୍ଲାଟଫର୍ମରେ ଆଧାରିତ ଏବଂ ଏକ ସେଡାନର ସୁରୁଚିପୂର୍ଣ୍ଣ ରେଖା ବଜାୟ ରଖିଥିବା ବେଳେ ଏକ SUV ପରି 179 ମିମି ଗ୍ରାଉଣ୍ଡ କ୍ଲିୟରନ୍ସର ପ୍ରତିଷ୍ଠା ଲାଭ କରିଥାଏ ।
ଏକ ଶତାବ୍ଦୀରୁ ଅଧିକ ବୈଶିକ ଉତ୍ତରାଧିକାରୀ ଏବଂ ଭାରତରେ 2 ଦଶନ୍ଧିରୁ ଅଧିକ ବଂଶାବଳି ସହିତ ସ୍କୋଡା ଅଟୋ ଇଣ୍ଡିଆ ଦେଶରେ ବିକ୍ରି ଦୃଷ୍ଟିରୁ 2022 ମସିହାକୁ ଏହାର ସର୍ବ ବୃହତ ବର୍ଷ ଭାବେ ଦେଖିଛି । ଜୁଲାଇ 2021ରେ ଆରମ୍ଭ ହୋଇଥିବା କୁଶାକ SUV ଏବଂ ମାର୍ଚ୍ଚ 2022ରେ ଆରମ୍ଭ ହୋଇଥିବା ସ୍ଲାଭିଆ ସେଡାନ କମ୍ପାନୀର ଅଭିବୃଦ୍ଧିର ପ୍ରମୁଖ ଚାଳକ ଅଟନ୍ତି । ଏହି କାରଗୁଡିକ ଇଣ୍ଡିଆ 2.0 ପ୍ରକଳ୍ପର ଅଂଶ ଭାବରେ ବିଶ୍ୱ ପାଇଁ ଭାରତରେ ବିକଶିତ MQB-A0-IN ପ୍ଲାଟଫର୍ମ ଉପରେ ଆଧାରିତ ।
ଗ୍ରାହକ କୈନ୍ଦ୍ରିକତା ଏବଂ ଗ୍ରାହକ ସନ୍ତୁଷ୍ଟି
କମ୍ପାନୀର ଅଭିବୃଦ୍ଧି ଓ ନେଟୱାର୍କର ବିସ୍ତାର ଏବଂ ଗ୍ରାହକ-କୈନ୍ଦ୍ରିକତା ପାଇଁ ଗ୍ରାହକଙ୍କ ନିକଟତର ହେବାକୁ ଏହାର ଅନ୍ଵେଷଣ ଅନ୍ୟ ପ୍ରମୁଖ ଚାଳକ ଅଟେ । MQB-A0-IN ପ୍ଲାଟଫର୍ମର କମ ରକ୍ଷଣାବେକ୍ଷଣ ଖର୍ଚ୍ଚ ଏବଂ କିଲୋମିଟର ପିଛା 0.46 ଟଙ୍କା ପର୍ଯ୍ୟନ୍ତ ମାଲିକାନା ଖର୍ଚ୍ଚ ମଧ୍ୟ କମ୍ପାନୀକୁ ଅଧିକ ଗ୍ରାହକ ପାଇବାରେ ଏବଂ ଅଭିବୃଦ୍ଧିକୁ ଗତି ଦେବାରେ ସାହାଯ୍ୟ କରିଛି ।
ମାଲିକାନା ଖର୍ଚ୍ଚକୁ ବହୁ ପରିମାଣରେ ହ୍ରାସ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ବ୍ୟତୀତ ସ୍କୋଡା ଅଟୋ ଇଣ୍ଡିଆ ମଧ୍ୟ ଗ୍ରାହକଙ୍କ ସ୍ପର୍ଶ ବିନ୍ଦୁରେ ପ୍ରମୁଖ କାର୍ଯ୍ୟ ଆରମ୍ଭ କରି ଗ୍ରାହକ କୈନ୍ଦ୍ରିକତା ଏବଂ ଗ୍ରାହକଙ୍କ ସନ୍ତୁଷ୍ଟି ଦିଗରେ ପ୍ରମୁଖ ପଦକ୍ଷେପ ନେଇଛି । କର୍ମଶାଳାର ଦକ୍ଷତା ଉନ୍ନତି, ସେବା ଗୁଣାତ୍ମକତା ବୃଦ୍ଧି କରିବା, ସମୃଦ୍ଧ କର୍ମଶାଳା ନିର୍ମାଣ କରିବା, ମୋବାଇଲ ସର୍ଭିସ ଭେନ’ର ପହଞ୍ଚ ବିସ୍ତାର କରିବା ଏବଂ ବିକ୍ରି-ପରବର୍ତ୍ତୀ ପ୍ରକ୍ରିୟାରେ ଡିଜିଟଲକରଣ ଉପରେ ଧ୍ୟାନ କେନ୍ଦ୍ରିତ ଉପାୟ ଏଥିରେ ଅନ୍ତର୍ଭୁକ୍ତ ।
ତେଣୁ 2022 ଭାରତରେ ସ୍କୋଡା ପାଇଁ ସବୁଠାରୁ ବଡ ବର୍ଷ ହୋଇଥିବା ବେଳେ ସ୍କୋଡା ଏହାର ଅଭିବୃଦ୍ଧି ଯାତ୍ରାକୁ 2023ରେ ଆଗକୁ ତ୍ୱରାନ୍ୱିତ କରିବ ।