ସ୍କୋଡା ଅଟୋ ଇଣ୍ଡିଆ 2022ରେ  225 ଗ୍ରାହକ ସ୍ପର୍ଶ ବିନ୍ଦୁ ଲକ୍ଷ୍ୟ ହାସଲ କରିଛି

ପରବର୍ତ୍ତୀ ମାଇଲଖୁଣ୍ଟ 250 ସ୍ପର୍ଶ ବିନ୍ଦୁ ଆଡକୁ ତ୍ୱରାନ୍ୱିତ

  • କୁଶାକ ଏବଂ ସ୍ଲାଭିଆ’ର ସର୍ବଭାରତୀୟ ଚାହିଦା ଦ୍ୱାରା ଦ୍ରୁତ ବିସ୍ତାର
  • 2020ରେ 120 ସ୍ପର୍ଶ ବିନ୍ଦୁ ଏବଂ 2021ରେ 175 ସ୍ପର୍ଶ ବିନ୍ଦୁ’ରେ ଉପସ୍ଥିତି ଥିଲା  
  • ଇଣ୍ଡିଆ 2.0 ଅଧୀନରେ ନେଟୱର୍କ ବିସ୍ତାର ଗ୍ରାହକ-କୈନ୍ଦ୍ରିକ ରଣନୀତିର ଏକ ପ୍ରମୁଖ ଅଂଶ
  • ଶୀଘ୍ର 250 ସ୍ପର୍ଶ ବିନ୍ଦୁ ସ୍ପର୍ଶ କରିବା ଟ୍ରାକରେ  

ମୁମ୍ବାଇ, 20 ଡିସେମ୍ବର, 2022 – ସୁ-ପ୍ରତିଷ୍ଠିତ ଉତ୍ପାଦରେ ପରିଣତ ହୋଇଥିବା କୁଶାକ ଏବଂ ସ୍ଲାଭିଆ’ର ପ୍ରବେଶ ସ୍କୋଡା ଅଟୋ ଇଣ୍ଡିଆର ଇଣ୍ଡିଆ 2.0 ପ୍ରକଳ୍ପ ପୂର୍ବରୁ ଦେଖି ସାରିଛି, ଏହା କମ୍ପାନୀର ଇଣ୍ଡିଆ 2.0 ରଣନୀତିର ଅନ୍ତ ନୁହେଁ । ନେଟୱର୍କ ଆକାରରେ କାର ନିର୍ମାତା ଏହାର ଅଭିବୃଦ୍ଧି ଜାରି ରଖିଛି ଏବଂ ଗ୍ରାହକଙ୍କ ସ୍ପର୍ଶ ବିନ୍ଦୁ ବୃଦ୍ଧି କରି ବର୍ତ୍ତମାନ ସାରା ଭାରତରେ 225ରୁ ଅଧିକରେ ପହଞ୍ଚିଛି ।

ପିଟର ସ୍ଲୋକ, ବ୍ରାଣ୍ଡ ନିର୍ଦ୍ଦେଶକ, ସ୍କୋଡା ଅଟୋ ଇଣ୍ଡିଆ କହିଲେ, “ସ୍କୋଡା ଅଟୋ ଇଣ୍ଡିଆର ଇଣ୍ଡିଆ 2.0 ରଣନୀତି ପାଇଁ ଗ୍ରାହକ କୈନ୍ଦ୍ରିକତା ଏବଂ ଗ୍ରାହକଙ୍କ ସନ୍ତୁଷ୍ଟି ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା ହାସଲ କରିବାର ଚାବି ହେଲା ଆମର ନେଟୱର୍କକୁ ବିସ୍ତାର କରିବା ଏବଂ ଆମର ଗ୍ରାହକଙ୍କ ଅଧିକ ନିକଟତର ହେବା । ବିକ୍ରି ଏବଂ ସେବା ଆଉଟଲେଟ, କମ୍ପେକ୍ଟ କର୍ମଶାଳା, ଶୋ’ରୁମ ଅନ୍ତର୍ଭୂକ୍ତ କରୁଥିବା ଆମର ଗ୍ରାହକ ସ୍ପର୍ଶ ବିନ୍ଦୁ ଚମତ୍କାର କ୍ରୟ, ମାଲିକାନା ଏବଂ ରକ୍ଷଣାବେକ୍ଷଣ ଅଭିଜ୍ଞତା ଯାଚିବାକୁ ଆମ ପାଇଁ ଏକ ରାସ୍ତା ଅଟେ । ଆମର ଗ୍ରାହକମାନେ ଏକ ସ୍କୋଡା ମାଲିକ ହେବା ବେଳେ ସେମାନଙ୍କୁ ମାଲିକାନା କମ ଖର୍ଚ୍ଚ, ଉଦ୍ୟୋଗ-ଅଗ୍ରଣୀ ୱାରେଣ୍ଟି ଏବଂ ରକ୍ଷଣାବେକ୍ଷଣ ପେକିଜ ସହିତ ଆମର ନେଟୱାର୍କର ଏହି ଗଭୀର ପ୍ରବେଶ ଆମର ଗ୍ରାହକମାନଙ୍କୁ ଏକ ପୁରସ୍କୃତ ଅଭିଜ୍ଞତା ପ୍ରଦାନ କରିବା ଆମ ଲକ୍ଷ୍ୟର ଏକ ସ୍ଵାଭାବିକ ଅଂଶ ଅଟେ ।”  

ବାର୍ଷିକ ବିକ୍ରି 50,000 କାର ଅତିକ୍ରମ କରିଥିବା ଏବଂ ଏହି ବର୍ଷରେ ଗଣନା ଜାରି ରହିଥିବା 2022କୁ ସ୍କୋଡା ଅଟୋ ଇଣ୍ଡିଆ ଦେଶରେ ଏହାର ସବୁଠାରୁ ବଡ ବର୍ଷ ଭାବରେ ରେକର୍ଡ କରିଛି । ବାର୍ଷିକ ବିକ୍ରିକୁ 2021 ତୁଳନାରେ କମ୍ପାନୀ ପୂର୍ବରୁ ଦ୍ୱିଗୁଣିତ କରିସାରିଛି ଏବଂ ଅନ୍ତରାଷ୍ଟ୍ରୀୟ ସ୍ତରରେ ଭାରତ ଏହାର ତୃତୀୟ ବୃହତ୍ତମ ବଜାର ଭାବରେ ଅଛି ।  ଇଣ୍ଡିଆ 2.0ର ଆଗମନ ପରଠାରୁ ଗ୍ରାହକ ସ୍ପର୍ଶ ବିନ୍ଦୁ ବୃଦ୍ଧି କରିବାର ଯାତ୍ରାରେ ସ୍କୋଡା ଅଟୋ ଇଣ୍ଡିଆ ଡିସେମ୍ବର 2020ରେ 120, ଡିସେମ୍ବର 2021ରେ 175ଟି ଏଭଳି ସୁବିଧା ରଖିଥିବା ବେଳେ ବର୍ତ୍ତମାନ ଖୁବ ଶୀଘ୍ର 250 ସ୍ପର୍ଶ ବିନ୍ଦୁ ଛୁଇଁବାର ଲକ୍ଷ୍ୟ ସହିତ 225ରୁ ଅଧିକ ଏଭଳି ସୁବିଧାରେ ପହଞ୍ଚିଛି ।

ଏହି ଗ୍ରାହକ ସ୍ପର୍ଶ ବିନ୍ଦୁରେ ଅନ୍ୟାନ୍ୟ ମଧ୍ୟରେ ସମ୍ପୂର୍ଣ୍ଣ ଡିଜିଟଲକରଣ ହୋଇଥିବା ଶୋ’ରୁମ, ଡିଲରସିପ, ବିକ୍ରୟ ଶାଖା, ସେବା କେନ୍ଦ୍ର ଏବଂ କମ୍ପେକ୍ଟ କର୍ମଶାଳା ଅନ୍ତର୍ଭୁକ୍ତ ହୋଇଥାଏ ।

ଦୁଇ ମାସ ପୂର୍ବେ ସଦ୍ୟତମ ବୈଶିକ ନୂତନ କାର ମୂଲ୍ୟାଙ୍କନ କାର୍ଯ୍ୟକ୍ରମ (GNCAP) ବାଡେଇ ହେବା ପରୀକ୍ଷଣରେ ସ୍କୋଡା କୁଶାକ SUV ଏକ 5 ତାରକା ସୁରକ୍ଷା ରେଟିଙ୍ଗ ଅର୍ଜନ କରିଥିଲା ।  ଆଜି ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ଦେଖୁଥିବା ପ୍ରିମିୟମ ମିଡ ସାଇଜ ସେଡାନ ସେଗମେଣ୍ଟକୁ ଭାରତରେ ପୁନର୍ଜୀବିତ କରିବାରେ ମାର୍ଚ୍ଚ 2022ରେ ପ୍ରବେଶ କରାଯାଇଥିବା ସ୍ଲାଭିଆ ସେଡାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସ୍ୱଳ୍ପ ରକ୍ଷଣାବେକ୍ଷଣ ଖର୍ଚ୍ଚ ଏବଂ 95% ସ୍ଥାନୀୟକରଣ ଉପରେ ଧ୍ୟାନ ଦିଆଯାଇ ବିଶେଷ ଭାବେ ଭାରତୀୟ ଗ୍ରାହକଙ୍କ ପାଇଁ ବିକଶିତ କରାଯାଇଥିବା MQB-A0-IN ପ୍ଲାଟଫର୍ମ ଉପରେ ଉଭୟ କାର ଆଧାରିତ ।  ଏହି ଇଣ୍ଡିଆ 2.0 ଯାନଗୁଡିକ ବର୍ତ୍ତମାନ ଗଲ୍ଫ ପରି ବାମ-ହାତୀ-ଡ୍ରାଇଭ ବଜାରକୁ ରପ୍ତାନି କରାଯାଉଛି ଏବଂ 2024ରେ ଭିଏତନାମରେ ପ୍ରବେଶ କରିବାକୁ ପ୍ରସ୍ତୁତ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed