Skip to content
- ଡିସେମ୍ବର ୨୦୨୧ ରେ ୧୭୫ ଟି ଟଚ୍ ପଏଂଟ ରହିଥିଲା
- ଟଚପଏଂଟ ରେ ୧୯% ର ବୃଦ୍ଧି, ଜୁନ୍ ୨୦୨୨ ରେ ୨୦୫+ ଆଉଟଲେଟ୍
- ପ୍ରାକ୍ ସଫଳତା କାରଣରୁ ୨୦୨୨ ବର୍ଷ ଶେଷ ସୁଦ୍ଧା କମ୍ପାନୀ ୨୫୦ ଟଚପଏଂଟକୁ ବୃଦ୍ଧି କରିବା ନିମନ୍ତେ ସଂଶୋଧିତ ଲକ୍ଷ୍ୟ ରଖିଛି
- ମୁମ୍ବାଇ, ଜୁନ୍ ୧୪, ୨୦୨୨ : ୨୦୨୨ ର ପ୍ରଥମ ଅର୍ଦ୍ଧେକରେ ନୂଆ କୋଡିଆକ୍, ସମ୍ପୂର୍ଣ୍ଣ ନୂଆ ସ୍ଲାଭିଆ ଓ ନୂଆ କୁସାକ୍ ମଂଟେକାର୍ଲୋ ସହିତ ଏହାର ଚାହିଦାରେ ବୃଦ୍ଧି ଦେଖା ଦେଇଛି । ଇଣ୍ଡିଆ ୨.୦ ର ଗୋଟିଏ ପର୍ଯ୍ୟାୟରେ ଉତ୍ପାଦ ପ୍ରସ୍ତୁତ କରାଯାଇ ଥିବା ବେଳେ ପ୍ରକଳ୍ପର ଅନ୍ୟ ପର୍ଯ୍ୟାୟରେ ଉନ୍ନତ ଗ୍ରାହକ ସନ୍ତୁଷ୍ଟି ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି ।
- ଦେଶର ସମସ୍ତ ଚାରିଟି ରିଜିୟନରେ ୧୨୩ ଟି ସହରରେ କମ୍ପାନୀ ୨୦୫+ ଗ୍ରାହକ ଟଚପଏଂଟ ଅତିକ୍ରମ କରିଛି ।
ଏହି ସଫଳତା ଉପରେ ସୂଚନା ପ୍ରଦାନ କରି ଶ୍ରୀଯୁକ୍ତ ଜାକ୍ ହୋଲିସ୍, ବ୍ରାଣ୍ଡ ଡାଇରେକ୍ଟର, ସ୍କୋଡା ଅଟୋ ଇଣ୍ଡିଆ କହିଛନ୍ତି, “ଯେତେବେଳେ କି ଉତ୍ପାଦ ଗୁଡ଼ିକ ହେଉଛନ୍ତି ଆମର ହିରୋ, ଇଣ୍ଡିଆ ୨.୦ ସମସ୍ତ କ୍ଷେତ୍ରରେ ଆମର ଗ୍ରାହକଙ୍କ ନିକଟତର ହୋଇପାରିଛି । ଦ୍ରୁତ ଭାବରେ ଗ୍ରାହକ ଟଚପଏଂଟକୁ ବୃଦ୍ଧି କରି ଓ ନେଟୱର୍କକୁ ସଂପ୍ରସାରିତ କରି, ଆମର ଭାରତରେ ସ୍କୋଡା ବ୍ରାଣ୍ଡର ସର୍ବବୃହତ୍ ଉପସ୍ଥିତି ରହିଛି । - ଆମେ କେବଳ ପରିମାଣକୁ ସଂପ୍ରସାରିତ କରିନାହୁଁ, କିନ୍ତୁ ଆମର ବୈପ୍ଳବିକ ଡିଜିଟାଇଜ୍ଡ ସୋରୁମ ମାଧ୍ୟମରେ ଗୁଣମାନ ଉପରେ ଧ୍ୟାନ ପ୍ରଦାନ କରିଛୁ ।”
- ୨୦୨୧ ର ଶେଷ ସୁଦ୍ଧା ସ୍କୋଡା ଅଟୋ ଇଣ୍ଡିଆର ୧୭୫ ଟି ଟଚପଏଂଟ ୧୧୭ ଟି ସହରରେ ରହିଛି ଓ ଏହା ୨୦୨୨ ଶେଷ ସୁଦ୍ଧା ୨୨୫ ଟଚପଏଂଟରେ ପହଂଚିବାର ଲକ୍ଷ୍ୟ ରଖିଛି । ଅନ୍ୟପକ୍ଷରେ ଏହି ନୂତନ ଶୁଭାରମ୍ଭର ଦ୍ରୁତ ସଫଳତା କାରଣରୁ କମ୍ପାନୀର ଦ୍ରୁତ ସଂପ୍ରସାରଣ ହୋଇପାରିଛି ଓ ୨୦୨୨ ଶେଷ ସୁଦ୍ଧା ଏହା ୨୫୦ ଟି ଟଚ୍ ପଏଂଟକୁ ସ୍ପର୍ଶ କରିବାର ଲକ୍ଷ୍ୟ ରଖିଛି । ସ୍କୋଡା ଅଟୋ ଇଣ୍ଡିଆ ଭାରତର ପ୍ରତି ଜୋନରେ ୧୦+ ଟଚପଏଂଟ ସହିତ ଏହାର ସଂପ୍ରସାରଣ କାର୍ଯ୍ୟ ଜାରି ରଖିବ ।
ଏହି ସଂପ୍ରସାରଣ ସହିତ, ସ୍କୋଡାର ପ୍ରମୁଖ ଲକ୍ଷ୍ୟ ହେଉଛି ଗୁରୁତ୍ୱପୂର୍ଣ୍ଣ ବଜାର ମଧ୍ୟରେ ପ୍ରବେଶ କରିବା ଯେଉଁଥିରେ ଉଭୟ ମେଟ୍ରୋ ଓ ଅଣ-ମେଟ୍ରୋ ସହର ଉପଲବ୍ଧ ରହିଛି । ପୂର୍ବାଂଚଳରେ, ସ୍କୋଡା ପ୍ରଥମ ଟଚପଏଂଟକୁ ନାଗାଲାଣ୍ଡର ଦିମାପୁର ଠାରେ ଓ ଆସାମର ଦିବ୍ରୁଗଡ଼ ଠାରେ ଖୋଲୁଛି । ଏହା ସହିତ, କମ୍ପାନୀ ମଧ୍ୟ ଅନ୍ୟ ରିଜିୟନରେ ଏହାର ସେଂଟରକୁ ଯୋଗ କରୁଛି ଯଥା ଗାନ୍ଧୀଧାମ ଓ ମୋର୍ବି- ଗୁଜରାଟ, ଅମ୍ବାଲା –ହରିୟାନା, ଅମ୍ରିତସର – ପଞ୍ଜାବ, ୱାରାଙ୍ଗଲ –ତେଲେଙ୍ଗାନା, ପୋଲାଚି – ତାମିଲନାଡ଼ୁ, ହଲ୍ଦୱାନି – ଉଚ୍ଛରାଖଣ୍ଡ ଓ ତିରୁର –କେରଳ । ୨୦୨୨ ରେ, ସ୍କୋଡା ବରେଲି, ମେରଟ୍, ମୋରାଦାବାଦ ଓ ପ୍ରୟାଗରାଜ- ଉତର ପ୍ରଦେଶ, କରିମ ନଗର-ତେଲେଙ୍ଗାନା, ଧାନବାଦ- ଝାଡ଼ଖଣ୍ଡ, ବିଳାଶପୁର- ଛତିଶଗଡ଼ ଓ ଆହୁରି ଅନେକ ରାଜ୍ୟ ଓ ଅଂଚଳରେ ଏହାର ଟଂଚପଏଂଟକୁ ଯୋଗ କରିଛି ।