ସୀତାରାମ୍ ରୁଙ୍ଗ୍ଟା ମୁନିସ୍ପାଲ ଟାଉନ୍ ହଲ୍ – ବହୁ ଗୌରବମୟ ବର୍ଷ ଧରି ବଡ଼ବିଲ ବାସିନ୍ଦାଙ୍କ ସେବାରେ
ଭୁବନେଶ୍ୱର: ବଡ଼ବିଲ୍ ମୁନିସ୍ପାଲିଟି ବାସିନ୍ଦାଙ୍କ ସେବାରେ ସୀତାରାମ୍ ରୁଙ୍ଗଟା ମୁନିସପାଲ୍ ଟାଉନ୍ ହଲ୍ ସଫଳତାର ୫ ବର୍ଷ ପୂରଣ କରିଛି ଏବଂ ଉଭୟ ବଡ଼ବିଲ ମୁନିସ୍ପାଲଟି ଓ ରୁଙ୍ଗଟା ମାଇନ୍ସ ଲିମିଟେଡର ମିଳିତ ଉଦ୍ୟମରେ ଏହା ସୁରୁଖୁରୁରେ ଚାଲୁଛି ।
ବିଭିନ୍ନ ଅଂଶୀଦାରଙ୍କ ଆବଶ୍ୟକତା ଓ ଅଭିଳାଷକୁ ବିଚାରକୁ ନେଇ ୨୦୧୩ରେ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା ଏବଂ ଭାରତର ଅଗ୍ରଣୀ ଇସ୍ପାତ ନିର୍ମାତା ଓ ଖଣି କଂପାନି ରୁଙ୍ଗଟା ମାଇନ୍ସ ଲିମିଟେଡ୍ (ଆର୍ଏମ୍ଏଲ୍) ଏହାର ସିଏସ୍ଆର୍ ଅଭିଯାନର ଅଂଶସ୍ୱରୂପ ଏହି ପ୍ରକଳ୍ପକୁ ହାତକୁ ନେଇଥିଲା ।
ଏହି ପ୍ରତିବଦ୍ଧତା ଅନୁସାରେ ଏକ ନିର୍ଦିଷ୍ଟ ସମୟ ସୀମା ଭିତରେ ବଡ଼ବିଲ ବାସିନ୍ଦାଙ୍କ ଆଶାକୁ ବାସ୍ତବତାରେ ପରିଣତ କରିବା ଲାଗି ରୁଙ୍ଗଟା ମାଇନ୍ସ ଲିମିଟେଡ୍ ପକ୍ଷରୁ ଏକ ଦକ୍ଷ ସ୍ଥପତିଙ୍କୁ ନିୟୋଜିତ କରାଯାଇଥିଲା । ଏହି ପ୍ରକଳ୍ପ ପାଇଁ ବଡ଼ବିଲ ମୁନିସପାଲିଟିର ୱାର୍ଡ ନଂ-୪ରେ ସରକାରଙ୍କ ପକ୍ଷରୁ ୨.୭ ଏକର ଜମି ଆବଂଟନ କରାଯାଇଥିଲା । ଏହି ବିବିଧ କାର୍ଯ୍ୟ ଉପଯୋଗୀ ପ୍ରେକ୍ଷାଳୟ ୬୦୦୦ ବର୍ଗଫୁଟ ଅଂଚଳରେ ବ୍ୟାପ୍ତ ଯାହାର ଲୋକଙ୍କୁ ଧାରଣ କରିବା କ୍ଷମତା ହେଉଛି ୫୩୦ । ମୁଖ୍ୟ ହଲ୍ର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟରେ ରହିଛି ଆକୋଷ୍ଟିକ୍ ପ୍ୟାନେଲ୍, ଫଲ୍ସ ସିଲିଂ, ମଂଚ କଳାକୃତି, ମଂଚ ଲାଇଟ୍ ଓ ଏକ ବ୍ୟାପକ ଅଡିଓ ବ୍ୟବସ୍ଥା । ଏଥିରେ ଥିବା ଅନ୍ୟାନ୍ୟ ସୁବିଧା ସୁଯୋଗଗୁଡ଼ିକ ମଧ୍ୟରେ ସାମିଲ ରହିଛି ଏକ କେନ୍ଦ୍ରୀୟ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା, ସ୍ୱୟଂକ୍ର୍ରିୟ ଅଗ୍ନି ଚିହ୍ନଟ ତଥା ପ୍ରଶମନ ବ୍ୟବସ୍ଥା, ଶୌଚାଳୟ ସଲଗ୍ନ ଥିବା ଦୁଇଟି ଗ୍ରିନ୍ ରୁମ୍, ସ୍ୱତନ୍ତ୍ର ସର୍ଭିସ୍ ବ୍ଲକ୍, ୨.୭ ଏକର ଜମିରେ ପାଚେରୀ ସହିତ ୨ଟି ପ୍ରବେଶ ଫାଟକ, ଦର୍ଶକଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ବ୍ଲକ୍, ନଳକୂପ ଓ ଓଏଚ୍ଟି ଜରିଆରେ ପାନୀୟ ଜଳର ବ୍ୟବସ୍ଥା ଓ ଜରୁରୀକାଳୀନ ସ୍ଥିତି ପାଇଁ ଏକ ଉତ୍ସର୍ଗୀକୃତ ଟ୍ରାନ୍ସଫର୍ମର, ଡିଜି ସେଟ୍, ଆଭ୍ୟନ୍ତରୀଣ ସଡ଼କ ଏବଂ ପେଭର୍ ବ୍ଲକ୍ ଓ ସୁନ୍ଦର ବୃକ୍ଷରୋପଣ ସମେତ ଏକ ପାର୍କିଂ ସ୍ଥଳ । ୨୦୧୭ରେ ଏହି ପ୍ରକଳ୍ପକୁ ଉଦ୍ଘାଟନ କରାଯାଇଥିଲା ଓ ତାହାର ସର୍ବୋତ୍କୃଷ୍ଟ ଉପଯୋଗ ପାଇଁ ତାହାକୁ ବଡ଼ବିଲ ମୁନସିପାଲିଟିକୁ ହସ୍ତାନ୍ତର କରାଯାଇଥିଲା ।
ସେବେଠାରୁ, ଏହାକୁ ସରକାରୀ, ଘରୋଇ ଓ ଜନ ସାଧାରଣଙ୍କ ବିଭିନ୍ନ କାର୍ଯ୍ୟକ୍ରମ, ବୈଠକ, ଉତ୍ସବ ପାଳନ, ସାମାଜିକ-ସାଂସ୍କୃତିକ ମହୋତ୍ସବ ଆଦି ପାଇଁ ବ୍ୟାପକ ଭାବେ ବ୍ୟବହାର କରାଯାଉଛି । ସୀତାରାମ୍ ରୁଙ୍ଗଟା ମୁନିସ୍ପାଲ ଟାଉନ୍ ହଲ୍ ହେଉଛି ବଡ଼ବିଲର ଏକ ବଡ଼ ସଂପତି ଓ ଲୋକମାନଙ୍କ ଆବଶ୍ୟକତାକୁ ତାହା ପୂରଣ କରୁଛି ।