୧୬ ନମ୍ବର ଜାତୀୟ ରାଜପଥ ରେ ସଡ଼କ ଦୁର୍ଘଟଣା : ଭଉଣୀ ମୃତ, ଭାଇ ଗୁରୁତର

ଖୋର୍ଦ୍ଧା : ୨୭/୦୪/୨୦୨୧: ଖୋର୍ଦ୍ଧା ଜଙ୍କିଆ ଥାନା ଅନ୍ତର୍ଗତ ୧୬  ନମ୍ଵର ଜାତୀୟ ରାଜପଥର ବଡ଼ ପୋଖରିଆ ଠାରେ ବୁଧବାର ସକାଳ ୧୦ ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି ।

ସୂଚନା ଅନୁସାରେ ଜଙ୍କିଆ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ବଡ଼ ପୋଖରିଆ ଛକ ନିକଟରେ ଏକ ଆକ୍ଟିଭା ଏବଂ ଅଜଣା ଗାଡ଼ି ମଧ୍ୟରେ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡୀ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ସାଗରୀକା ପାଢୀ ବୋଲି ଜଣାପଡିଛି ।

ମଙ୍ଗଳବାର ସକାଳ ୧୦ଟା ସମୟରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଅଞ୍ଚଳର କଞ୍ଚୁଡୁ ଗ୍ରାମର ରବୀନ୍ଦ୍ର ପାଢ଼ୀ ନିଜ ପିଉସୀ ଝିଅ ଭଉଣୀ ସାଗରିକା ପାଢ଼ୀଙ୍କ ସହିତ OD32 E 8871 ନମ୍ବର ବିଶିଷ୍ଟ ଏକ ଆକ୍ଟିଭା ସ୍କୁଟିରେ ଭୁବନେଶ୍ବରରୁ ଆସିକା ଅଭିମୁଖେ ଯାଉଥିବା ସମୟରେ ବଡ଼ପୋଖରିଆ ଛକ ନିକଟରେ କୌଣସି ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା ଫଳରେ ଉଭୟ ଭାଇ ଭଉଣୀ ଗାଡ଼ିରୁ ଛିକିଟି ପଡ଼ି ଦୁର୍ଘଟଣା ର ଶିକାର ହୋଇଥିଲେ।

ଘଟଣା ସ୍ଥଳରେ ସାଗରିକାଙ୍କର ମୃତ୍ୟୁ ହୋଇଥିବା ବେଳେ ଜାତୀୟ ରାଜପଥ ପେଟ୍ରୋଲିଂ ଭ୍ୟାନ ର ପୋଲିସ ବାହିନୀ ମୃତକ ଯୁବତୀଙ୍କୁ ଉଦ୍ଧାର କରିଥିବାବେଳେ ଆହତ ରବୀନ୍ଦ୍ର ପାଢ଼ୀଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ, କିନ୍ତୁ ଆହତ ରବୀନ୍ଦ୍ରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରେ ଜଙ୍କିଆ ପୋଲିସ ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଥିବା ବେଳେ ଉଭୟ ମୃତକଙ୍କ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *