ଏସ୍ବିଆଇ ଲାଇଫ୍ ପକ୍ଷରୁୁ ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ଦାବି ଫଇସଲା ପ୍ରକ୍ରିୟା ନିୟମର ସରଳୀକରଣ

ଭୁବନେଶ୍ୱର: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାର ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କରିବା ଓ ଦାବି ଉପସ୍ଥାପନକାରୀଙ୍କ ବିକଳ୍ପ ବୈଧ ପ୍ରମାଣପତ୍ର ଗ୍ରହଣ କରି ଏସବିଆଇ ଲାଇଫ୍ ପକ୍ଷରୁ ପଲିସିଧାରକମାନଙ୍କ ଲାଗି ଦାବି ଫଇସଲା ଓ କାଗଜପତ୍ର ପ୍ରକ୍ରିୟାର ସରଳୀକରଣ କରାଯାଇଛି । ଦାବି ଉପସ୍ଥାପନରେ ପଲିସିଧାରକମାନେ ସାମ୍ନା କରୁଥିବା ସମସ୍ୟାକୁ ଦୂର କରିବା ଲାଗି କଂପାନି ଏଭଳି ପଦକ୍ଷେପ ନେଇଛି ।
ସଂପୃକ୍ତ କର୍ତୃପକ୍ଷ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ, ଏହି ଦୁଃଖଦ ଟ୍ରେନ୍ ଦୁର୍ଘଟଣାରେ ପୀଡ଼ିତ ହୋଇଥିବା ପଲିସିଧାରକ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଲାଗି ଦାବି ଫଇସଲା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ କଂପାନି ପକ୍ଷରୁ ପଦକ୍ଷେପ ଓ ନୀତି କାର୍ଯ୍ୟକାରୀ କରାଯାଇଛି । ପଲିସିଧାରକ ଓ ସେମାନଙ୍କ ନିକଟତମ ପରିବାର ସଦସ୍ୟଙ୍କ ସହ ଏକଜୁଟ ହୋଇ ଠିଆ ହେବାକୁ କଂପାନି ପ୍ରତିଶ୍ରୁତି ଦେଇଥିବା ବେଳେ କଂପାନିର ସେବା ଯେଭଳି ପ୍ରଭାବିତଙ୍କ ପାଖରେ ପହଂଚିବା ସୁନିଶ୍ଚିତ ହେବ ସେଥିପାଇଁ କଂପାନି ପଦକ୍ଷେପ ଗ୍ରହଣ କରିଛି ।
ଓଡ଼ିଶାର ବାଲେଶ୍ୱରରେ ଘଟିିଥିବା ଟ୍ରେନ୍ ଦୁର୍ଘଟଣାକୁ ନେଇ ଏସ୍ବିଆଇ ଲାଇଫ୍ରେ ଆମେ ଗଭୀର ଭାବେ ମର୍ମାହତ । ଏକ ଦାୟିତ୍ୱବାନ ବୀମା କଂପାନି ଭାବେ ଦାବି ଫଇସଲା ପ୍ରକ୍ରିୟାକୁ କୋହଳ କରି ଦାବି ଉପସ୍ଥାପନକାରୀ ଓ ସେମାନଙ୍କ ନିକଟତମ ପରିବାର ସଦସ୍ୟଙ୍କୁ ସହଜରେ ସେବା ପ୍ରଦାନ କରିବା ଲାଗି ଆମେ ସବୁ କିଛି କରିବୁ । ତ୍ୱରିତ ଦାବି ସମାଧାନ ଜରିଆରେ ପ୍ରଭାବିତମାନଙ୍କୁ ସହାୟତା ପ୍ରଦାନ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ ।
ଦାବି ସମ୍ପର୍କିତ ପ୍ରଶ୍ନର ସମୟୋପଯୋଗୀ ପ୍ରତିକ୍ରିୟା ପ୍ରକାଶ କରିବା ଏବଂ ନିରବଚ୍ଛିନ୍ନ ଦାବି ସମାଧାନକୁ ସୁନିଶ୍ଚିତ କରିବାରେ ସହାୟତା ପ୍ରଦାନ କରିବା ଲାଗି କଂପାନି ପକ୍ଷରୁ ଏକ ସ୍ୱତନ୍ତ୍ର ହେଲ୍ପ ଡେସ୍କ ସ୍ଥାପନ କରାଯାଇଛି ।
ପୀଡ଼ିତଙ୍କ ସମ୍ପର୍କୀୟମାନେ କଂପାନି ଅଧିକାରୀଙ୍କ ସହ ଇ-ମେଲ୍ balasoretrainaccident@sbilife.co.in ଓ ଦେୟମୁକ୍ତ ନମ୍ବର-୧୮୦୦ ୨୬୭ ୯୦୯୦ରେ ଯୋଗଯୋଗ କରିପାରିବେ ।